ମେଛେଲ୍ଲୁ ବୁଢାକେ ସଭେ ଜାନିଥିଲେ
ଧରୁଥିଲା ଗୁଟେ ବାଡ଼ି
ମୁଡ଼େଢ଼ଁ ରଂଗିନ୍ ପଗ୍ଡ଼ି
ନିଜର୍ ବହର୍ ସାଂଗେ ଲଟର୍ ପଟର୍
ଧରା ପଡ଼୍ଲାକି ରାଏତ୍ ଅଧିଆ
କିରାସିନି ରୁକି ମାରିଦେଲା ନିଆଁଖାଡ଼ି
ବହ ଛାଡ଼ୁଥଲା ରଡ଼ି
ପୂରା ଘର୍ ଗଲା ପୁଡ଼ି
ଇଲାକାର୍ ସେ ବଡ଼୍ଖା ପଏସାବାଲା
ପାଢ଼ଁଚ୍ଟା ଗାଆଁର୍ ମଝା ଠାନ୍କେ ବାଛ୍ଲା
ଜମିନ୍ ଘିନି ଜଲ୍ଦି ବନେଇଦେଲା
ସୁଂଦର୍ ସତୀ ଗୁଡ଼ି
ଆଖର୍ ପାଖର୍ ମାଏଝି ଗୁହୁଡ଼ି
ଲମେଇ ଥିସନ୍ ଧାଡ଼ି
କବାର୍ ବୁତା ଛାଡ଼ି
ସତୀ ପାହା ତଲେ
ଲାଂଗ୍ଛାଟ୍ ହେଇ ପଡ଼ି
ଛାତି ପିଟି ଗର୍ଗଡ଼ି
‘ମାଆଁ ଗୋ ମାଆଁ ଗୋ’
ଗଗାସନ୍ ଟଁଟି ଫାଡ଼ି
Comments
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।