You are currently viewing ହାଟ
ହାଟ

ହାଟ

ସୂର୍ଯ୍ୟାସ୍ତର ଆରପାରି
ସମାଜକୁ ପିଠିକରି, ହାଟ
ଏଠି ଗହଳି, ଚହଳି
ମୂଲଚାଲ୍, ବିକାକିଣା…
ଭିନ୍ନ ଏକ ବାଘ ସହ
ତମାମ୍ ସଲାସୁତୁରା
ଭୋକ, ଲାଜ, ବିବେକର
ସେ ଆଦିମ ଆବଶ୍ୟକତା’ର….
ଜହ୍ନି ଫୁଲ ଆୟୁଷରେ ହାଟ
ଆଖି ଲୁହେ, ମନ ବତରୁ ଥାଏ
ପେଟ ପୁରେନି
ଭୋକ ମରେନି
କିନ୍ତୁ, ରାତି ପାହିଯାଏ….!!!
ଦୀପଟିଏ ଖତେଇ ହୁଏ
କହେ ଦେଖିଛି ମୁଁ….!!!
ସବୁ ବିକାକିଣା
ଦରପୋଡ଼ା, ମନର ଠିକଣା…
ଏଠି ଦେବା ନେବାର ଭାବ
ଆଖିରେ ଆଖିଏ ଲୁହ
ସପନ କିଆରୀରେ ଚାଷ,
ଦିନ ହେଲେ ଫେରିବାକୁ ହେବ
ସାଙ୍ଗେ ନେଇ ବଳକା ବିଶ୍ୱାସ….
ତଥାପି ଏଠି ହାଟ ବସେ
ଅନ୍ଧାରର ଡାକରାରେ
ମୁଠା ମୁଠା ଆଶା ସବୁ
ମରିଯାଏ, ଝରିଯାଏ
ସ୍ୱପ୍ନର ତକିଆରେ…

ଶୁଭକାନ୍ତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭକାନ୍ତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।