ନୀଳ ଆକାଶର ଛାୟା ନେଇ,
ହସୁଛି ଅପରାଜିତା ଫୁଲଟି ଧୀରେଧୀରେ ।
ଲତାର କୋଳେ ଦୋଳି ଦୋଳି,
ସୁଗନ୍ଧ ଭରେ ପ୍ରଭାତ ବେଳି ।
ନାହିଁ ତାହାର ଗର୍ବ କିଛି,
ସରଳତାରେ ରହେ ସେ ମିଶି ।
ଛୋଟ ହେଲେ ବି ଶିଖାଏ ଆମକୁ,
ଦୃଢ଼ତା ରଖି ଜିତିବାକୁ ।
ଝଡ଼ ବର୍ଷା ଆସୁ ଯେତେ,
ଫୁଟି ରହେ ସେ ହସିହସି ତେତେ ।
“ଅପରାଜିତା” ନାମର ଅର୍ଥ,
ପରାଜୟ ନାହିଁ ତା’ର ପଥ ।
ଭକ୍ତି, ପ୍ରେମ ଓ ଶାନ୍ତିର ଚିହ୍ନ,
ସଜାଏ ପ୍ରକୃତିର ସୁନ୍ଦର ବିହାନ ।
ହେ ଅପରାଜିତା, ତୁମ ନୀଳ ହସ,
ଭରି ଦେଉ ମନେ ସାହସର ରସ ।
– ସାଇ ସ୍ମିତା ଦାସ
Comments
ସାଇ ସ୍ମିତା ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।




