You are currently viewing ତୁମେ କିଏ ମୋର?
Odia Poem Tume Kie Mora (ତୁମେ କିଏ ମୋର) by Subhashree Suchismita

ତୁମେ କିଏ ମୋର?

ପ୍ରଶ୍ନଥିଲା, ତୁମେ କିଏ ମୋର?
ଉତ୍ତରର ସନ୍ଧାନରେ ଆଜି ମୁଁ ଉଜାଗର,
ଅଜଣା ଅଛପା ନୁହଁ ସେ ଉତ୍ତର,
ବାସ ଖାଲି ଭାବ ଆଉ ଭାଷା ମଧ୍ୟର ଅନ୍ତର ।

ମୋ ନୀରବତାର ପ୍ରତିଧ୍ୱନି
ଅନ୍ଧକାରେ ପ୍ରତିଛବି
ଶୂନ୍ୟତାର କୋଳାହଳ
ତୁମେ ବୈଶାଖୀ ସନ୍ଧ୍ୟାକାଳ…
ପ୍ରଶ୍ନଥିଲା, ତୁମେ କିଏ ମୋର?

ଅବିରତ ଅବିଶ୍ରାନ୍ତ,
ତୁମେ ଧାରା ଶ୍ରାବଣର,
ଅକୁହା ଅବୁଝା ପୁଣି
କବିତା ମୋ କଲମର…
ପ୍ରଶ୍ନଥିଲା, ତୁମେ କିଏ ମୋର !?

ନିଶ୍ଚଳ ପ୍ରବଳ,
ତୁମେ ସ୍ମୃତି ରଜନୀର,
ଜଖମ ବି ଆଉ ମଲମ ବି,
ମୋ ନିରସ୍ତ୍ର ମନର…
ତଥାପି ପ୍ରଶ୍ନଥିଲା, ତୁମେ କିଏ ମୋର !?

ଏତିକି କହିବି ସାଥୀ,
ପାଶେ ନାହିଁ ଶବ୍ଦର ଭଣ୍ଡାର,
ଜାଣେନା ତୁମେ କିଏ ମୋର,
ମୁଁ କିନ୍ତୁ ତୁମର….
ହଁ ! ଚିରଦିନ ତୁମର…

– ଶୁଭଶ୍ରୀ ସୁଚିସ୍ମିତା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭଶ୍ରୀ ସୁଚିସ୍ମିତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।