You are currently viewing ତୁମେ ଗଲା ପରେ ପରେ
Odia Poem Tume Gala Pare (ତୁମେ ଗଲା ପରେ) by Chitta Ranjan Bag

ତୁମେ ଗଲା ପରେ ପରେ

ତୁମେ ଆସିଥିଲ ପରୀଟିଏ ହୋଇ ଏଇ ମୋ ଦୁନିଆରେ,
ତୁମ ହାତଧରି ବଦଳି ଗଲା ମୋ ଜୀବନ ଏକାବାରେ ।
ନିଜକୁ ହଜେଇ ତୁମକୁ ଖୋଜିଲି
ତୁମେ ଥିଲ ସବୁ ମୋଡ଼େ,
ଆଜି କାଇଁ ଦିଶୁନାହଁ ତୁମେ,
ଖୋଜୁଛି ମୁଁ ଚାରିଆଡ଼େ ।

ତୁମେ କି ବୁଝିବ ତୁମେ କି ଜାଣିବ କାଇଁ ମୁଁ ନିତି ଝୁରେ,
ଲୁହର ସାଗରେ ବୁଡ଼ି ମୁଁ ଯାଇଛି ତୁମେ ଗଲା ପରେ ପରେ ।
ଚାଲିଗଲ ତୁମେ ଏକା କରି ମତେ ଭାବିଲନି ବି ଥରେ,
ନିତି ମୁଁ ଜଳୁଛି ନିତି ମୁଁ ମରୁଛି ତୁମେ ଗଲା ପରେ ପରେ ।

ଭୁଲି କି ଯାଇଛ ସେଦିନର କଥା ଭିଜୁଥିଲୁ ବରଷାରେ
ପ୍ରେମର ବାରତା ପାଇଥିଲ ତୁମେ
ଭସା ବାଦଲ ଜରିଆରେ ।
ଅଭିନୟ ତୁମେ କରିପାର ବୋଲି ଜାଣି ମୁଁ ନଥିଲି,
ଠିକ୍‌ରେ ଚିହ୍ନିଲି ବୁଝି ବି ଗଲି ତୁମେ ଗଲା ପରେ ପରେ ।

ହୃଦୟ ଭିତରୁ କାଢ଼ି ଦେଲ ସିନା,
ମନେ ପଡ଼ କାଇଁ ଏତେ,
ସଉଦା ନୁହେଁ ପ୍ରେମ କରିଥିଲି,
ପ୍ରତି ବଦଳରେ କ’ଣ ମିଳିଲା ମତେ?
ପ୍ରେମ ନୁହେଁ ମୋର ବାଲି ଘରଟିଏ ଭାଙ୍ଗି ଯିବ ସହଜରେ,
ତୁମେ ହିଁ ରହିଛ ଆଉ ରହିଥିବ ଏଇ ମୋ ହୃଦୟରେ ।

ଆଉ କିଛିଦିନ ବଞ୍ଚିଯିବି ସାଥି
ରହି ମୁଁ ପରୁନି ଏକା ।
ସବୁ କାମ ସାରି ବେଗି ଆସିବ
ଆର ଜନମରେ ହେବ ଦେଖା ।

– ଚିତ୍ତରଂଜନ ବାଗ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିତ୍ତରଂଜନ ବାଗ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।