You are currently viewing ତନ୍ମୟ ସୁର
Odia Poem Tanmaya Sura (ତନ୍ମୟ ସୁର) by Prafulla Chandra Padhi

ତନ୍ମୟ ସୁର

ଲକ୍ଷେ ଇନ୍ଦ୍ରଧନୁ
ତମେ ॥
ଦଳ ଦଳ ଧୋବ ପକ୍ଷୀ
ତମ ତନୁର
ତନ୍ମୟତା ।
ହଜାରେ ରଙ୍ଗର କ୍ଷେତ
ତମ ଚାହାଣି ।
କୂଳ ଲଂଘି ଢେଉ ଧସି ଆସୁଚି
ହୃଦୟ ଭିତରୁ
କେବେ ଲେଖି ଥିଲି କବିତା !
ଶଦ୍ଦ ସବୁ ଗୁଣୁ ଗୁଣୁ
ତମ ପ୍ରୀତିର ଠାଣି ।
ତମେ ପ୍ରୀତିମୟୀ ବାସୁଚ
ଖୁବ
ମୋର କଲମ ମୁନରେ
ପ୍ରତିଦିନ ॥

– ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।