You are currently viewing ମିତ
Odia Poem Mita (ମିତ) by Prafulla Chandra Padhi

ମିତ

ମୋ ନିଛାଟିଆ ପ୍ରାଣରେ
ତମେ ସ୍ପନ୍ଦିତ ଚନ୍ଦନ
ଶଦ୍ଦମୟ ହେଇଯାଏ
ହେ ଜଗନ୍ନାଥ
ତମକୁ କଲେ ଦରଶନ ॥

ଫଗୁମୟ ତମରି ରଥଯାତ୍ରା
ମୁ଼ଁ ନିରେଖିଲି
ଟି.ଭି.ରୁ ।

ମୋରି ହୃଦୟରେ
ତୁମେ : ସୁନ୍ଦର ସକାଳ
କିଚିରି ମିଚିରିରେ ଭରା
ଗୀତ_ଗୀତ
ସବୁ କାଳ ॥

– ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।