ଘାସ
ତୁ ଯେବେ ଯେବେ ମାଟି ବିଦାରି ଉଠୁ ମୋ ସ୍ୱପ୍ନର କିଆରିରେ, ମୁଁ ବିଛାଇଦିଏ… ଦି ହାତର ଅଙ୍ଗୁଳି ତୁ ଶକ୍ତ ହେଉ ଚେର ବିଛାଉ ଲଢ଼ିବାକୁ ସୀମାହୀନ ଯୁଦ୍ଧଟେ ଯେମିତିକି ମୁଁ ତୋ’ର ଚିରଶତ୍ରୁ । ମାଟି ସହ ତୋ’ର ସମ୍ପର୍କ ଯେତିକି ନିବିଡ଼ ତାହାଠୁ ଦୃଢ଼ ମୋର ତିକ୍ତତା, ତୁ ଜିତିବାର ମନ୍ତ୍ର ଫୁଙ୍କିଲାବେଳେ… ମୁଁ ହରେଇବାର ଶବ୍ଦ ଯୋଡ଼େ ତୋ’ ଉଜାଡ଼ିବାର ସନ୍ଧିରେ ଅହରହ ଲେପେ… ସଞ୍ଚାରର ନୂଆ ତିଳକ, ସେଇଥିପାଇିଁ ତ…