You are currently viewing ସ୍ୱପ୍ନରେ ହେଲେ ବି ଥରେ
Odia Poem Swapna re hele bi thare (ସ୍ୱପ୍ନରେ ହେଲେ ବି ଥରେ) by Prashant Kumar Behera

ସ୍ୱପ୍ନରେ ହେଲେ ବି ଥରେ

ସ୍ୱପ୍ନରେ ହେଲେ ବି ଥରେ
ନେଇ ଯାଆନ୍ତୁନି
ହାତ ଧରି ମୋର
ସ୍ୱପ୍ନର ଅଳକା ପୁରେ
ଫୁଲେଇ ଫଗୁଣ ମେଳେ
ଚୁମ୍ୱନେ ଚିବୁକ ଭିଜାଇ ଦିଅନ୍ତୁ
ଚାହାଁଣି କଟାକ୍ଷ ଧାରେ ।

ସ୍ୱପ୍ନରେ ହେଲେ ବି ଥରେ
ତୋ’ ଦେହ ପୃଷ୍ଠାର
ସବୁ ଅକ୍ଷରରେ
ଆଂକି ଦିଅନ୍ତି ମୁଁ ଚୁମ୍ୱନର ମଧୁଚିତ୍ର
ତୋ’ ଦେହ ଦେହଳିର
ବନ୍ଧନ ଭିତରେ
ମୁଁ ରଚିନ୍ତି ରାସରସ ।

ସ୍ୱପ୍ନରେ ହେଲେ ବି ଥରେ
ତୋ’ ତନୁ ପାତ୍ରରେ
ଭରିଦେ ମଦିରା
ଆକୁଳେ ଚାହିଁଛି ମୁଁ ନିଶିଦିବା
ମାଦକ ନିଶାରେ ଝୁମିବି
ସଖୀ ଗୋ
ପାନ କରି କାମସୁଧା ।

– ପ୍ରଶାନ୍ତ କୁମାର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ବେହେରା ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ । ତାଙ୍କ ରଚିତ ବିଭିନ୍ନ ଗଳ୍ପକବିତାଦି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଛି ।