ଦେବୀ
ଧନ୍ ଲୋଡ଼ା ହେଲେ ପୁଜନ୍ତି ସଭିଏଁ ମହାଲକ୍ଷ୍ମୀ ନାମ ସୁମରି କର୍ମ ଅନୁସାରେ ଦିଅନ୍ତି ଯେ ଫଳ ସଭିଙ୍କୁ ଆପଣା କରି । ଦୁଃଖି ରଙ୍କି ତଥା ସମସ୍ତଙ୍କୁ ସିଏ କରନ୍ତି ଆଦର ଅତି ଧନ ଦେଇ ସତେ ଲକ୍ଷ୍ମୀ ଠାକୁରାଣୀ ଉଦ୍ଧାରନ୍ତି ନର ଜାତି । ବିଦ୍ୟାର ଦେବୀ ଯେ ଅଟନ୍ତି ମାତା ସରସ୍ୱତୀ ମହାମାୟୀ ସମସ୍ତଙ୍କ କଣ୍ଠେ ସଦା ବିରାଜିତ ସବୁରି ହୃଦୟେ ରହି । ଆଲୋକର ପଥ ଦେଖାନ୍ତି ଯେ ମାତା ଜ୍ଞାନର…