Safalata

ସଫଳତା

“ବିଫଳତା ହିଁ ସଫଳତାର ଚାବିକାଠି”; ଏହି ଚାବି କାହା ପାଇଁ ସଫଳତାର ତାଲା ଖୋଲିଦେଉଥିବା ବେଳେ, ଅନ୍ୟ କେହି ବିଫଳତା ପରେ ହାରାଶ ହୋଇ ହଜେଇ ବସିଥାଏ ସ୍ୱଳ୍ପ ଦୂରରେ ଥିବା ସଫଳତାର ଉଜ୍ଜ୍ୱଳମୟ ଦୁନିଆକୁ । ନିଜକୁ ଅଯୋଗ୍ୟ ରୂପେ ବିବେଚିତ କରି ଲୁଚେଇ ଦିଏ ତା’ ଭିତରେ ଥିବା ମହାନ ଗୁଣକୁ । ହେଲେ ଯିଏ ସେ ଚାବି ଖୋଜି ପାଇଛି ତା’ ପାଇଁ ସଫଳତାର ତାଲା ଖୋଲିବା ସହଜରେ ପରିଣତ ହୋଇଛି ।…

ଅଧିକ ପଢ଼ନ୍ତୁ
Tu Mo Valentine

ତୁ ମୋ ଭାଲେଣ୍ଟାଇନ୍

କ’ଣ ହେଇଗଲା ସବୁ ନିମିଷକେ । ହଠାତ୍ ସବୁକିଛି ଓଲଟ ପାଲଟ କେମିତି ହେଇଗଲା ! ସବୁ ତ ଠିକ୍ ଚାଲିଥିଲା । ମତେ ଶୁଭୁ ଏମିତି ଛାଡ଼ି ଯାଇ ପାରିବନି ନା ! କଦାପି ନୁହେଁ । ଏମିତି ଭାବି ଭାବି ପାଗଳ ପ୍ରାୟ କାନ୍ଦୁଥାଏ ରୁଦ୍ର । ପାଗଳ ପରି ତା’ର ସବୁ ସାଙ୍ଗକୁ ଫୋନ୍ ଲଗାଉଥାଏ । କିନ୍ତୁ କିଛି କହିପାରୁନଥାଏ । କାନ୍ଦି ବି ପାରୁନଥାଏ । କେତେ କ’ଣ କରିନଥିଲା…

ଅଧିକ ପଢ଼ନ୍ତୁ
Lekhibaku Dia

ଲେଖିବାକୁ ଦିଅ…

ଲେଖିବାକୁ ଦିଅ ମୋତେ ଲେଖିବାକୁ ଦିଅ କବିତା ଦି ଧାଡ଼ି ଯନ୍ତ୍ରଣାମାନଙ୍କର ଲୁହରେ ଭିଯିବାକୁ ଦିଅ ଶବ୍ଦର ଆଖିକୁ ! ଚାଖିବାକୁ ଦିଅ ଲୁହର ଲୁଣିଆ ସ୍ୱାଦକୁ ଲକ୍ଷେ ଦୁଃଖର ପ୍ଲାବିତ ଧାରରେ ଭାଷିବାକୁ ଦିଅ ଶବ୍ଦକୁ ! ମେଞ୍ଚା ମେଞ୍ଚା ଭୋକ ପେଟର କଷ୍ଟକୁ ଖାଇବାକୁ ଦିଅ ଶବ୍ଦକୁ ଖାଲି ଦେହରେ ଶହି ଯାଉଥିବା ତମାମ ମାଘର କାକର ସ୍ପର୍ଶକୁ କମଲ୍ କରି ଘୋଡେ଼ଇ ହେବାକୁ ଦିଅ ଶବ୍ଦର ଦେହକୁ ! ସୂର୍ଯ୍ୟର ଛାଇରେ ଦେହ…

ଅଧିକ ପଢ଼ନ୍ତୁ
Danara Hatare Chahnini

ଦାନର ହାତରେ ଚାହିଁନି

ସୁନ୍ଦରୀଙ୍କୁ ଧରି ରଖିନି ପ୍ରାଙ୍ଗଣ ସୁନ୍ଦରଙ୍କୁ ନା ସେ ରଖିଛି, କେତେ ଆସିଛନ୍ତି ଚାଲି ଯାଇଛନ୍ତି କାହା ବାଟକୁ ସେ ଚାହିଁନି । ଗୀତିକାରଙ୍କୁ ସେ ଧରିଛି ବକ୍ଷରେ ଚିତ୍ରକରଙ୍କୁ ବି ଧରିଛି, କନଭାସ ଚିତ୍ର, ସୁନ୍ଦର ସଙ୍ଗୀତ ନିଜ ପାଇଁ କେବେ ମାଗିନି । କ୍ରୀଡ଼ାବିତ୍‌ଙ୍କୁ ଖେଳାଇଛି କୋଳରେ ମନବିତ୍‌ଙ୍କୁ ବି ଗଢ଼ିଛି, କେବେ ମାଗିନାହିଁ କା’ କ୍ରୀଡ଼ାର ମୂଲ୍ୟ ଅନ୍ତର ଭାବନା କହିନି । ତାର୍କିକଙ୍କୁ କେତେ ତର୍କ ଶିଖାଇଛି ଗାଳ୍ପିକଙ୍କୁ ଗଳ୍ପ କହିଛି,…

ଅଧିକ ପଢ଼ନ୍ତୁ
Kete Janamara Tapa

କେତେ ଜନମର ତପ

ଦୁନିଆ ଜାଣିଛି ଦୁନିଆ ମାନିଛି ପ୍ରେମ ଯାଏ ନାହିଁ ମରି ତେବେ କୁହ କିଆଁ ମିଛଟାରେ ଆମେ ଦୁନିଆକୁ ଯିବା ଡରି ତୁମେ ଖାଲି ଭାବ ଭଲପାଇବାଟା ଆମ ପାଇଁ ମହାପାପ ମୁଁ କିନ୍ତୁ ଭାବୁଛି ମନ ଦିଆନିଆ କେତେ ଜନମର ତପ ଆମ ପ୍ରେମ ଅଟେ ଅଲେଖା କାଗଜ ଦେବା ନାହିଁ ତାକୁ ଚିରି ମନ ଦୃଢ଼ କର ଏଇ ଦୁନିଆକୁ କେବେ ଯିବା ନାହିଁ ଡରି ମିଳନରେ ଆମେ ଖୁସି ହେବା ନାହିଁ ବିରହେ…

ଅଧିକ ପଢ଼ନ୍ତୁ