Odia Poem Hasichhi aji basanta (ହଜିଛି ଆଜି ବସନ୍ତ) by Basant Kumar Pradhan

ହଜିଛି ଆଜି ବସନ୍ତ

ଫଗୁଣଟା ଆଜି ଫିକା ପଡ଼ିଅଛି ନ ଝରଇ ଆଉ ମହୁ, ମନକୁ ମୋହିତ କରିପାରୁ ନାହିଁ ଆଜି କୋଇଲିର କୁହୁ ।୧। ବଉଳ ବାସନା ପାରୁନାହିଁ ଆଉ ମନ କରି ଆନ ମନା, ଆତ୍ମହତ୍ୟା ଏଠି କଲାଣି ମଳୟ ଲଭି ଗ୍ରୀଷମ ଯାତନା ।୨। କାହିଁ ଗଲା ସେହି ପୂର୍ବର ସୌନ୍ଦର୍ଯ୍ୟ ଭରେ ନାହିଁ ଶିହରଣ, ୠତୁରାଜ ପଦ ହରାଇବା ଭୟ ଗ୍ରାସିଛି ବସନ୍ତ ମନ ।୩। କାହିଁ ସେ ଫଗୁଣ ରଙ୍ଗର ପସରା ସପନ ଭିଜା…

ଅଧିକ ପଢ଼ନ୍ତୁ
Odia Poem Rasta (ରାସ୍ତା) by Sunalata Parida

ରାସ୍ତା

ଅନ୍ଧାର ରାସ୍ତା, ରାସ୍ତା ପୂରା ଶୂନ୍‌ଶାନ୍ ସେ ରାସ୍ତାରେ ମୁଁ ଏକା ହଠାତ୍, ବର୍ଷା ଆକାଶରେ କେଉଁଠୁ ଆସିଲା?? ଖାଲି ବର୍ଷା ନୁହେଁ ତା’ ସହ ବିଜୁଳି ଚକ୍ ଚକ୍… ଠିକ୍, ସେହି ଅନ୍ଧାର ରାସ୍ତା ଓ ବର୍ଷା ଆକାଶରେ କେଉଁଠି ସେ ଥିଲା ମୋ ପାଖରେ ଆସି ଠିଆ ହେଲା… ସେ ସମୟରେ ହଠାତ୍ ଆକାଶରେ ଘଡ଼ଘଡ଼ି । ଘଡ଼ଘଡ଼ ହେଲା ବୋଲି ସେ ଆସିଲା ନା, ସେ ଆସିଲା ବୋଲି ଘଡ଼ଘଡ଼ି??? ମୁଁ ତା’…

ଅଧିକ ପଢ଼ନ୍ତୁ
Odia Poem Mane Achhi (ମନେ ଅଛି) by Kanhu Charan Sahu

ମନେ ଅଛି !

ମନେ ଅଛି ତମର ସେଦିନ ସୋସିଆଲ ମିଡ଼ିଆରେ ପରିଚୟ ହୋଇଥିଲା ଆମର । ବୋଧେ ଭୁଲିଯାଇଥିବ ଭୁଲିଯିବା କଉ ବଡ଼କଥା ଯେ ଏ ମାଟି, ଏ ଆକାଶ ଏ ପୃଥ୍ୱୀ, ଏ ନିଶ୍ୱାସ ବଦଳିବ ଦିନେ, କେବଳ ରହିଥିବ ଅଧା ଗଢ଼ା ତାଜମହଲ ତୁମେ ହସୁଥିବ ଆଉ କା’ ବାହୁରେ ମୁଁ ଶୋଇଥିବି ଶ୍ମଶାନରେ ! ନିଶ୍ଚୟ, ପରିବର୍ତ୍ତନ ଆବଶ୍ୟକ ପୋଡ଼ିବାକୁ, ଗଢ଼ିବାକୁ ନୂଆ ଏକ ରାଇଜ ଯେଉଁଠି ତମେ ଆଉ ମୁଁ ହେଇଥିବା ନିଖୋଜ !…

ଅଧିକ ପଢ଼ନ୍ତୁ
Odia Poem Bhabara Ranga (ଭାବର ରଙ୍ଗ) by Ganesh Raut

ଭାବର ରଙ୍ଗ

ରଙ୍ଗ ଅବିର ଧରି ମୋ ତନୁ ପ୍ରାଙ୍ଗଣରେ ଆଶିଯା’ ଥରେ କହ୍ନେଇ । ତୋ’ ପ୍ରେମ ରଙ୍ଗରେ ରଙ୍ଗୀନ୍ କରିଦେ ମୋ ଜୀବନର ଯମୁନା ନଈ ॥ ନାହିଁ ମୋର ମୀରା ପରି ଭାବ ହୋଇ ପାରିବି ନାହିଁ ମୁଁ ରାଧା । ତଥାପି ସବୁ କଳଙ୍କ ମୁଣ୍ଡେ ବୋଳି ଦେବି ନାହିଁ ମୋର ତିଳେ ଅସୁବିଧା ॥ ଶାଶୁ, ନଣନ୍ଦର ଝିଙ୍ଗାସ ହୃଦେ ପୋଛି ଦେବି ତୋ’ ସାଥୀରେ କରିବି ମୁଁ ଦେଖା । ତୋ’…

ଅଧିକ ପଢ଼ନ୍ତୁ
Odia Poem Madua Kahani (ମଦୁଆ କାହାଣୀ) by Arjun Das

ମଦୁଆ କାହାଣୀ

ନାଲି ପାଣି ଟିକେ ତୁଣ୍ଡରେ ବାଜିଲେ ଭୁଲେ ସେ ସାରା ଦୁନିଆ । ଦିନରେ ପୁଣି ସେ ଦେଖେଇ ଦିଅଇ କେତେ ଜହ୍ନତାରା ମାନିଆ ॥ ଠିକଣାଟା ତା’ର ନିର୍ଦ୍ଧିଷ୍ଟ ନୁହଁଇ । କେତେବେଳେ ନର୍ଦ୍ଦମାରେ । କେତେବେଳେ ପୁଣି କୁକୁର ସାଥିରେ ପଡ଼ିଥାଏ ମଝି ରାସ୍ତାରେ ॥ ଭାବୁଥାଏ ମୁହିଁ ରଜା ଏ ଦେଶର ସଭିଏଁ ମୋହର ପ୍ରଜା । ମୋ କଥା ଟିକିଏ ନ ଶୁଣିଲେ କେହି ବଜେଇ ଦେବି ମୁଁ ବାଜା ॥…

ଅଧିକ ପଢ଼ନ୍ତୁ