You are currently viewing ମନେ ଅଛି !
Odia Poem Mane Achhi (ମନେ ଅଛି) by Kanhu Charan Sahu

ମନେ ଅଛି !

ମନେ ଅଛି ତମର
ସେଦିନ ସୋସିଆଲ ମିଡ଼ିଆରେ
ପରିଚୟ ହୋଇଥିଲା ଆମର ।

ବୋଧେ ଭୁଲିଯାଇଥିବ
ଭୁଲିଯିବା କଉ ବଡ଼କଥା ଯେ
ଏ ମାଟି, ଏ ଆକାଶ
ଏ ପୃଥ୍ୱୀ, ଏ ନିଶ୍ୱାସ
ବଦଳିବ ଦିନେ,
କେବଳ ରହିଥିବ
ଅଧା ଗଢ଼ା ତାଜମହଲ
ତୁମେ ହସୁଥିବ ଆଉ କା’ ବାହୁରେ
ମୁଁ ଶୋଇଥିବି ଶ୍ମଶାନରେ !

ନିଶ୍ଚୟ,
ପରିବର୍ତ୍ତନ ଆବଶ୍ୟକ
ପୋଡ଼ିବାକୁ, ଗଢ଼ିବାକୁ
ନୂଆ ଏକ ରାଇଜ
ଯେଉଁଠି ତମେ ଆଉ ମୁଁ
ହେଇଥିବା ନିଖୋଜ !

ନା ଥିବ ଆମ ଭିତରେ
ରାଗ, ରୁଷା, ଅଭିମାନ
ନା ଥିବ ଭୁଲିଯିବା, ହରେଇବାର
ଅପେକ୍ଷା, ଉପେକ୍ଷାର ବଳିଦାନ ।।

– କାହ୍ନୁ ଚରଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କାହ୍ନୁ ଚରଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।