Odia Poem Panthei Jala (ପନ୍ଥେଇ ଜଳ) by Debasish Mohapatra

ପନ୍ଥେଇ ଜଳ

ଫଗୁଣର ଫଗୁ ସରି ଗଲା ପରେ, ଆସିଯାଏ ଚଇତିର ପନ୍ଥେଇ ଜଳ । ଦୂର ଆକାଶ ରୁ ଶୁଭାଯାଏ, ହୁଳହୁଳିର ଏକ ଅବିସ୍ମୟ ଝଙ୍କାର । ଚଇତିର ମଙ୍ଗଳବାର, ମଙ୍ଗଳାଙ୍କ ଅସୀମ ଅପାର ହୁଳହୁଳିରେ କମ୍ପୁଥାଏ ଅମ୍ବର । ସିଞ୍ଚିଲା ଜଳ, ପିଇଲା ତାଙ୍କ କୃପାର ଜଳ ଜୀବନ ପରିଧିରେ ପାଇଗଲା ସେ ତାଙ୍କ କରୁଣା ଅପାର । – ଦେବାଶିଷ ମହାପାତ୍ର ଦେବାଶିଷ ମହାପାତ୍ରଦେବାଶିଷ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା…

ଅଧିକ ପଢ଼ନ୍ତୁ
Odia Poem Pralobhana Baniku Sabadhan (ପ୍ରଲୋଭନ ବାଣୀକୁ ସାବଧାନ) by Alekh Meher

ପ୍ରଲୋଭନ ବାଣୀକୁ ସାବଧାନ

ଲପନରେ ହସ ମୁଖରେ ଗରଳ ଅନ୍ମେଷିବା କାଠିକର, ପୀୟୁସ ବିଚାରି ଭକ୍ଷଣ କରନ୍ତେ କଳେବର ଛାରଖାର । ନୀଚମନା ସଦା ସ୍ୱାର୍ଥ ସିଦ୍ଧ ପାଇଁ ଧରେ ସୁଦ୍ଧ ଯୋଗୀ ବେଶ, ନିର୍ଜନ ବେଳାରେ ହରି ନିଏ ମାନ ଯେସନେ ଲଙ୍କା ନରେଶ । ସୁଯୋଗ ଖୋଜଇ ସ୍ୱାର୍ଥର ବାଟୋଇ ପକାଇବ ନେଇ କୂପେ, ଜାଣିବା ବେଳକୁ ବିଯଦ ଘନେଇ ବରଷିବ ଆପେ ଆପେ । ମାନୀ ଦୁଃସାସନ ଦେଉଛନ୍ତି ଜ୍ଞାନ ଶକୁନି ସଙ୍ଗତେ ମିଳି, ସୁରା ମଧୁମୟ…

ଅଧିକ ପଢ଼ନ୍ତୁ
Odia Poem Debabrata (ଦେବବ୍ରତ) by Smruti Ranjan Barik

ଦେବବ୍ରତ

ଗୁଞ୍ଜେ ଚଉଦିଗ, ଧରାପୃଷ୍ଠ ସରଗ, ମହୀତଳ ସୁଭାଷିତ ଦେବବ୍ରତ ଜନମ । ସାତଭ୍ରାତା ଅନ୍ତେ ସ୍ପର୍ଶ ଭୂମିକୋରତ, ଗଙ୍ଗାକୋଳ ପୂର୍ଣ୍ଣକରେ ବୀର ଦେବବରତ । ସାତପୁତ୍ର ଦାନକରେ ଗଙ୍ଗା ନିଜ ଗରଭେ, ଶାନ୍ତନୁର ନିବେଦନେ ରଖେ ତାକୁ ଶରଧେ । ଅଭିଶପ୍ତ ଜୀବନ ଏ ଗଙ୍ଗାମାତା ଜାଣଇ, ଦେବବ୍ରତ ସାଥେ ଧରି…ସରଗ ସେ ଫେରଇ । ବାଲ୍ୟକାଳୁ ଗଙ୍ଗାପୁତ୍ର ଦେଖାଏ ତା’ ବୀରତ୍ୱ, ଗୁରୁପାଶେ ଆଚରଇ ଧର୍ମ ତା’ର ଶିଷ୍ୟତ୍ୱ । ଶ୍ରେଷ୍ଠଜ୍ଞାନ ଆହରଇ ଶ୍ରେଷ୍ଠ ଶିଷ୍ୟ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 36th Edition (ଶୁଭପଲ୍ଲବ ୩୬ଶ ସଂସ୍କରଣ ସମ୍ପାଦକୀୟ ପୃଷ୍ଠା )

✍ ଷଡ଼ତ୍ରିଂଶ ସମ୍ପାଦକୀୟ

ହୋଲି ବା ଦୋଳ ଉତ୍ସବ ଆମେ ପ୍ରତିବର୍ଷ ବହୁ ଆଡ଼ମ୍ବର ସହକାରେ ପାଳନ କରି ଆସୁଛେ । ଏହି ରଙ୍ଗହୋରି ଉତ୍ସବ ହେଉଛି ଶ୍ରୀକୃଷ୍ଣଙ୍କ ଗୋପଲୀଳାର ନିଦର୍ଶନ । ଏଥିରେ ରାଧା ଦାମୋଦରଙ୍କର ଗୋପ ଗୋପୀମାନଙ୍କ ସହିତ ରଙ୍ଗ ପିଚକାରୀ ଖେଳ ଶ୍ରୀମଦ ଭାଗବତ ବର୍ଣ୍ଣିତ ରାସଲୀଳାର ସ୍ମୃତି ବହନ କରିଥାଏ । ଏହା ଖାଲି ଗୋଟିଏ ପ୍ରାନ୍ତରେ ନୁହେଁ ସାରା ଭାରତ ବର୍ଷରେ ପାଳନ କରାଯାଏ । ଏହି ଉତ୍ସବକୁ ଭାଷା, ବର୍ଣ୍ଣ, ଲିଙ୍ଗ, ପ୍ରାନ୍ତ,…

ଅଧିକ ପଢ଼ନ୍ତୁ
Odia Story Mo Gaon Galimunda (ମୋ ଗାଆଁ ଗଳି ମୁଣ୍ଡ) by Manas Ranjan Nayak

ମୋ ଗାଆଁ ଗଳି ମୁଣ୍ଡ

ବେସ୍ ସହଜ, ସରଳ, ସାବଲୀଳ ପରିଚୟଟିଏ ତା’ର; ମୋ ଗାଁ ଗଳି ମୁଣ୍ଡ । କେଉଁ ବାପ ଗୋସବାପ କାଳରୁ ଗାଁ’ଟିର ପୀଢ଼ି ପରେ ପୀଢ଼ି ଅଳିକ ଜୀବନର ସକଳ ସାକ୍ଷୀ ହୋଇ ଏଯାବତ୍ ବଞ୍ଚିରହିଛି । ବହୁରୂପୀ ଏଣ୍ଡୁଅ ପରି ବଦଳିଛି ତା’ର ପାରିପାର୍ଶ୍ୱିକ ଅବୟବ, ହେଲେ ସାଇତି ରଖିଛି ସେ ମନ ସିନ୍ଦୁକରେ ରାଶି ରାଶି ହସ ଲୁହର ଅପାଶୋରା ଅନୁଭୂତିକୁ ସ୍ମୃତିର ଫାସ ପକେଇ । ଆଜିବି ଆକାଶରେ ରଙ୍ଗର ଫୁଆରା, ମୁହୂର୍ମୁହୂ…

ଅଧିକ ପଢ଼ନ୍ତୁ