Odia Poem Hajigalani Se Dina (ହଜିଗଲାଣି ସେ ଦିନ) by Saroj Kumar Sahoo

ହଜିଗଲାଣି ସେ ଦିନ

ନାହିଁ ସେ ଅଗଣା ନାହିଁ ଚାଳଘର ଗାଈ ଗୋବରର ଲିପା ଛପିଗଲାଣି ସେ ମାଟିକାନ୍ଥ ଝୋଟି ହାତେ ମଞ୍ଜୁଆତି ଟିପା । ବାଜୁନାହିଁ କାନେ ସଞ୍ଜସକାଳର କୋଇଲିର କୁହୂତାନ ପାହନ୍ତିସକାଳେ କୁକୁଡ଼ା ଡାକର ହଜିଲାଣି ସେହି ଦିନ । ବାନ୍ଧୁନି ଗଛରେ ବୁଢ଼ିଆଣୀ ଜାଲ ଦିଶୁନାହିଁ ଅସରପା ରାସ୍ତାକଡ଼ର ସେ ନାହିଁ ତାଳବଣ ବାଇଚଢ଼େଇଟି ଖପା । ଗାଁମୁଣ୍ଡର ସେ ଗୋଚର ଜମିରେ ଚରୁନାହିଁ ଗାଈପଲ ନାହିଁ ଥଟ୍ଟାମଜ୍ଜା ରାଜାରାଣୀ ଗପ ଜେଜେମା’ର ମିଠାଗେଲ । ଗାଇଆଳ…

ଅଧିକ ପଢ଼ନ୍ତୁ
Odia Poem Srustira Baichitrya (ସୃଷ୍ଟିର ବୈଚିତ୍ର୍ୟ) by Manas Ranjan Nayak

ସୃଷ୍ଟିର ବୈଚିତ୍ର୍ୟ

ଘୂର୍ଣ୍ଣାୟମାନ ପୃଥିବୀ କେଉଁଏକ ଅଦୃଶ୍ୟ ଅକ୍ଷ ଚାରିକଡ଼େ ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡ଼େ ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଢ଼ି କୁଆଁଡାକ ଦିଏ ବାର୍ଦ୍ଧକ୍ୟରେ ସ୍ୱାଭିମାନୀ ପିତାଟିଏ ବାଧ୍ୟରେ ସ୍ୱାବଲମ୍ୱୀ ହୁଏ । ଜୀବନ ଆଗେ ମରଣ, ଛୁଟିଲେ ମାଟିଘଟ ହୁଏ ପଞ୍ଚଭୂତେ ଲୀନ ପ୍ରାପ୍ତି ସଫଳତାର ମାରାଥନରେ ନିର୍ଲିପ୍ତ ଆଜି ରାତି ଦିନ ବିଶ୍ୱାସ ଶବ୍ଦ ଉଚାରଣେ ଜଡ଼ ପଥରକୁ ମଣେ ଭଗବାନ ବିସ୍ମୃତ ପ୍ରାୟ ଦିବ୍ୟଜ୍ଞାନ, ଉପେକ୍ଷିତ ଜନନୀ କରେ…

ଅଧିକ ପଢ଼ନ୍ତୁ
Odia Story Samajika Prani (ସାମାଜିକ ପ୍ରାଣୀ) by Ghanashyam Palei

ସାମାଜିକ ପ୍ରାଣୀ

ସକାଳର ସୁନେଲି ସୂର୍ଯ୍ୟକିରଣରେ ବିଛେଇ ହେଇ ପଡ଼ିଥିବା ପୃଥିବୀଟା ଯେ ଦିନବେଳା ହଠାତ୍ ଘୂର୍ଣ୍ଣିଝଡ଼ର ଶୀକାର ହେବ, କଳା ହାଣ୍ଡିଆ ମେଘ ଢାଙ୍କି ଦେବ, ସୂର୍ଯ୍ୟଙ୍କ କିରଣରୁ ବଞ୍ଚିତ ହେବ, ଏକଥା କିଏ ଜାଣି ଥିଲା । ଯିମିତି ଆଦର୍ଶର ପରିବାକୁ ଆସିଥିଲା ଅଦିନରେ ଘୂର୍ଣ୍ଣଝଡ଼ । ତାଣ୍ଡବ ରଚିଗଲା କିଛି କ୍ଷଣରେ । ରୋଡ଼ ଆକ୍ସିଡ଼େଣ୍ଟରେ ବାପା-ମାଆ ଦିହେଁ ଚାଲିଗଲେ ଅଫେରନ୍ତା ରାଇଜକୁ । ଚାରିଆଡ଼େ ଅନ୍ଧାର ଦିଶୁଥାଏ ଆଦର୍ଶକୁ । ନା ନିଜେ ନିଜ…

ଅଧିକ ପଢ଼ନ୍ତୁ
Odai Poem on Sangrami Khudiram (ସଂଗ୍ରାମୀ ଖୁଦୀରାମ) by Dinabandhu Bej

ସଂଗ୍ରାମୀ ଖୁଦୀରାମ

ଦେଶ ମାତୃକାର ଶୃଙ୍ଖଳ ଦେଖି ଲୋତକ ବହିଲା ଝରଝର, କିଏ ନରାଧାମ ମୋ’ରି ଦେଶକୁ ଶୋଷଣେ କରିଛି ଛାରଖାର । କିଶୋର କଣ୍ଠରୁ ଝଙ୍କୃତ ହେଲା ଭାରତ ମାତାର ଜୟ ଗାନ, ଦେଶମାତୃକା ଦୀର୍ଘଜୀବି ସହ ଦେଶ ରହିବ ହୋଇ ମହାନ । ମୋ ଦେଶର ଆମେ ବଡ଼ଭକ୍ତ ଦେଶ ମାତୃକାର ଆମେ ପୂଜକ, ଶତ୍ରୁ ଦମନ ସମୂଳେ କରିବୁ ଯୁଗେଯୁଗେ ଥିବ ଦେଶଟେକ । ହୃଦରେ ଭରିଛୁ ଦେଶ ପ୍ରେମ ମାତୃଭୂମି ପ୍ରତି ସମର୍ପଣ ଭାବ,…

ଅଧିକ ପଢ଼ନ୍ତୁ
Odia Poem Mo Jhia (ମୋ ଝିଅ) by Arpita Mishra

ମୋ ଝିଅ

ଅସରନ୍ତି ଆଶାର ପାରବାରକୁ ଏକମାତ୍ର ସେତୁଟିଏ ସେ, ମୋ ଜୀବନର ପ୍ରଚ୍ଛଦପଟ୍ଟରେ ନିର୍ମଳ, ନୀରିହ, ନିର୍ବିକାର ଛବିଟିଏ ସେ । ହୃଦୟର କୋଣ ଅନୁକୋଣରେ ଅନୁକମ୍ପାର ମୂର୍ତ୍ତିଟିଏ ସେ, ଅନାବିଳ ସ୍ନେହର ଗନ୍ତାଘର ଅଦ୍ୱିତୀୟ ଶକ୍ତିଟିଏ ସେ । ମୋ ଧନ ଓ ସମ୍ପତ୍ତି ମଧ୍ୟେ ବହୁମୂଲ୍ୟ ରତ୍ନଟିଏ ସେ, ଅନ୍ତରଙ୍ଗ ସାଥୀ ଓ ଜୀବନର ଆଧାର ଆନନ୍ଦର ସ୍ରୋତଟିଏ ସେ । – ଅର୍ପିତା ମିଶ୍ର ଅର୍ପିତା ମିଶ୍ରଅର୍ପିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର…

ଅଧିକ ପଢ଼ନ୍ତୁ