You are currently viewing ଚାଉଳ କ୍ଷୀରି
ଚାଉଳ କ୍ଷୀରି

ଚାଉଳ କ୍ଷୀରି

ଓଡ଼ିଆ ସଂସ୍କୃତିରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ଆଗକୁ ଆସୁଛି ଗଣେଶ ପୂଜା ଓ ନୂଆଖାଇ; ପର୍ବ ପାଳନର ସୁଯୋଗ ନେଇ ଘରେ ଥାଇ ପ୍ରସ୍ତୁତ କରନ୍ତୁ ଅତି ସହଜରେ ଚାଉଳରେ କ୍ଷୀରି । ବିଗତ ରକ୍ଷା ବନ୍ଧନରେ ମଧ୍ୟ ଆପଣମାନେ ଶୁଭପଲ୍ଲବର ଇ-ପତ୍ରିକାରେ ପ୍ରକାଶିତ ଏହି ଲେଖାକୁ ପଢ଼ି ନିଜ ଭାଇ ହାତରେ ରାକ୍ଷୀ ବାନ୍ଦିବାବେଳେ ମିଠା ସହ ଏହି ସୁଆଦିଆ କ୍ଷୀରି କରି ଭାଇଙ୍କୁ ଖୁଆଇଥିବେ ବୋଲି ଭାବୁଛି । ତେବେ ଆସନ୍ତୁ ଜାଣିବା କେମତି ଅତି ସହଜରେ ଏବଂ ଅଳ୍ପ ସମୟରେ ଆମେ ଏହି କ୍ଷୀରି ପ୍ରସ୍ତୁତ କରିପାରିବେ ।

ଆବଶ୍ୟକୀୟ ସାମଗ୍ରୀ:

  1. ଅରୁଆ ଚାଉଳ (ବସୁମତୀ) – ୧/୪ କପ୍, ୩୦ ମିନିଟ୍ ପାଇଁ ଭିଜାଇ ରଖିବେ
  2. କ୍ଷୀର – ୧ ଲିଟର
  3. ଚିନି – ୧/୪ କପ୍
  4. ଘିଅ – ୧ ଚାମଚ
  5. କାଜୁ କିସମିସ – ଅଳ୍ପକିଛି
  6. ଗୁଜୁରାତି ଗୁଣ୍ଡ – ଅଳ୍ପ ପରିମାଣରେ
  7. ଲୁଣ – ସ୍ୱାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

  • ମଧ୍ୟମ ଉତ୍ତାପରେ ଏକ ଭାରୀ ତଳ ଗଭୀର ଥିବା ପାତ୍ରରେ ଘିଅକୁ ଗରମ କରନ୍ତୁ ।
  • କାଜୁ କିସମିସ ସୁନେଲି ରଙ୍ଗ ହେବା ଯାଏଁ ଭାଜି କରି ହାଣ୍ଡିରୁ ବାହାର କରନ୍ତୁ ।
  • ବଳକା ଥିବା ଘିଅରେ ଚିନି ମିଶାନ୍ତୁ ଏବଂ ଏହାର ରଙ୍ଗ ହାଲୁକା ଗୋଲାପୀ ହେବାପର୍ଯ୍ୟନ୍ତ ଚିନିକୁ କ୍ରମାଗତ ଭାବରେ ଗୋଳାନ୍ତୁ । ଗୋଳେବା ବନ୍ଦ କରିବେ, ନାହିଁ, ନେହେଲ ଚିନି ଜଳିଯାଇପାରେ ।
  • ଚାଉଳକୁ ଭଲ ଭାବରେ ଧୋଇ ନିଅନ୍ତୁ ଓ ତା’ପରେ ଧୁଆ ହୋଇଥିବା ଚାଉଳକୁ ହାଣ୍ଡିରେ ମିଶାନ୍ତୁ ଏବଂ ଏହାକୁ କାରାମାଲାଇଜଡ୍ ଚିନି ସହିତ ଭଲ ଭାବରେ ମିଶାନ୍ତୁ ।
  • ଏକ ଭିନ୍ନ ପାତ୍ରରେ କ୍ଷୀର ଗରମ କରନ୍ତୁ ।
  • ବର୍ତ୍ତମାନ ଚାଉଳ ଅଳ୍ପ ଅଳ୍ପ ପରିମାଣରେ ମିଶାନ୍ତୁ ।
  • କ୍ଷୀର ମିଶାଇବା ସମୟରେ ହାଣ୍ଡିରୁ ହାତ ଏବଂ ମୁହଁ ଦୂରରେ ରଖନ୍ତୁ । ଏବଂ ଏହି ପ୍ରକ୍ରିୟାକୁ ଅତି ଯତ୍ନର ସହିତ କରନ୍ତୁ ।
  • ଏହି ମିଶ୍ରଣକୁ ୧୦ ରୁ ୧୫ ମିନିଟ୍ ପାଇଁ ରାନ୍ଧନ୍ତୁ ।
  • ଚାଉଳ ସିଝିଯିବା ପର୍ଯ୍ୟନ୍ତ ଏହାକୁ ମଝିରେ ମଝିରେ ଘାଣ୍ଟୁଥା’ନ୍ତୁ, ନଚେତ ଲାଗିଯାଇପାରେ ।
  • ଆପଣ ଚାହିଁଲେ ଏଇଥିରେ ମିଲ୍କମାଇଡ୍ ମିଶାଇପାରିବେ ଏବଂ ମିଶାଇବା ପରେ ଆଉ ୧ ମିନିଟ୍ ପାଇଁ ଆଞ୍ଚରେ ବସାଇ ଭଲରେ ଗୋଳାଇଦିଅନ୍ତୁ ।
  • ଏହାପରେ ଗୁଜୁରାତି ଗୁଣ୍ଡ, ଭଜା କାଜୁ କିସମିସ ଏବଂ ୧ ଚାମଚ ଲୁଣ ମିଶାଇବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ଏହାକୁ ସ୍ୱାଭାବିକ ଭାବରେ ଥଣ୍ଡା ହେବାକୁ ଦିଅନ୍ତୁ ।

ଘର ତିଆରି ସ୍ୱାଦିଷ୍ଟ କ୍ଷୀରି ଅତି ସହଜରେ ପ୍ରସ୍ତୁତ, ସାଧାରଣତଃ ଏହି ଚାଉଳ କ୍ଷୀରି ଅଳ୍ପ ଗରମ ଥିବାବେଳେ ପରାସାଯାଇଥାଏ । ଆପଣ ଉଭୟ ଥଣ୍ଡା ଓ ଗରମ ଥିବାବେଳେ ଖାଇପାରିବେ ।

ଖାଲି ରକ୍ଷାବନ୍ଧନ, ଗଣେଶ ପୂଜା ବା ନୂଆଖାଇ କହିଁକି, ବିଭିନ୍ନ ପର୍ବପର୍ବାଣୀ ତଥା ଏମିତି ନିକିମାରେ ବି ଆପଣମାନେ ପ୍ରସ୍ତୁତ କରନ୍ତୁ ଏହି କ୍ଷୀରି ଆପଣଙ୍କର ପ୍ରିୟଜନଙ୍କ ପାଇଁ । ଆଉ ହଁ  ମୋତେ ମୋର ଇନ୍‌ଷ୍ଟାଗ୍ରାମ୍ @savory__delightsରେ ଟ୍ୟାଗ୍ କରିବାକୁ ଭୁଲିବେନାହିଁ ।

ଜୁଲି ସାମନ୍ତରାୟ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜୁଲି ସାମନ୍ତରାୟ ଜଣେ ପ୍ରବାସୀ ଓଡ଼ିଆ ଭାବରେ ଅନେକ ଦିନ ଧରି ଓଡ଼ିଶା ବାହାରେ ରହୁଥିଲେ ମଧ୍ୟ ଓଡ଼ିଆ ଖାଦ୍ୟ ଓ ଓଡ଼ିଆ ସଂସ୍କୃତି ଉପରେ ସେ ଫେସ୍‌ବୁକ୍ ଓ ଇନ୍‌ଷ୍ଟ୍ରାଗ୍ରାମ୍ ଭଳି ସୋସିଆଲ୍ ସାଇଟ୍‌ରେ ବିଭିନ୍ନ ଫଟୋ ସହ ତଥ୍ୟ ଆଦି ସେୟାର କରନ୍ତି । ତା'ଛଡ଼ା ଓଡ଼ିଆ ରୋଷେଇ ଉପରେ ସେ ଅନେକ କିଛି ବ୍ଲଗ୍ ମଧ୍ୟ ଲେଖନ୍ତି ।