Odia Pome Mitha Siharana (ମିଠା ଶିହରଣ) bySroj Kumar Sahoo

ମିଠା ଶିହରଣ

ମେଘ ଝରିଆସେ ବଉଦ ଫାଙ୍କରୁ ରିମିଝିମି ଗୀତ ଗାଇ ତମେ ଭିଜୁଥାଅ ଭାବନା ଭିତରେ ମିଠା ଶିହରଣ ପାଇ । ସତ ପରି ଲାଗେ ହୃଦୟର ଛବି ତମେଅଛ ବୋଲି ପାଶେ, ରାତିର ସପନ କରି ଝିଲିମିଲି ପଲକରେ ମୁହଁ ଦିଶେ । ମନ ଉଡ଼ିଯାଏ ଶୀତଳ ପବନେ ବାହୁ ବନ୍ଧନକୁ ଖୋଲି, ଅସୁମାରୀ ଆଶା ମନତଳେ ରହି କ୍ଷଣିକରେ ଯାଏ ଭୁଲି । – ସରୋଜ କୁମାର ସାହୁ ସରୋଜ କୁମାର ସାହୁସରୋଜ କୁମାର ସାହୁ…

ଅଧିକ ପଢ଼ନ୍ତୁ
Odia Poem Manabikata (ମାନବିକତା) by Shubhalaxmi Nayak

ମାନବିକତା

ମଣିଷ ଭିତରେ ଥିବା ଏକ ଅନୁଭବ ମୁଁ ଲୁପ୍ତପ୍ରାୟ ହେବାକୁ ବସିଛି ଆଜି କେଉଁଠି କେତେବେଳେ କାଁ ଭାଁ ନଜର ଆସି ଯାଉଛି ସିନା କିନ୍ତୁ ସ୍ୱାର୍ଥ ସାଧନ ପାଇଁ । ସତରେ ମୋତେ ବିଶ୍ୱାସ କର, ମୁଁ କେବେ ଏମିତି ଆଶା କରିନି ସମୟ ସୁଅରେ ମୋର ସତ୍ତା ବିଲୀନ ପ୍ରାୟ ଇଚ୍ଛା ତ ହୁଏ ପ୍ରଳାପ କରି ଉଠନ୍ତି କି ! କିନ୍ତୁ ହାୟ… ମୋର ପ୍ରଳାପ ସ୍ୱାର୍ଥର ପାଚେରୀ ଆଢ଼ୁଆଳରେ ଲୁଚିଯାଏ ମୋର…

ଅଧିକ ପଢ଼ନ୍ତୁ
Odia Poem Biswa Bijayee (ବିଶ୍ୱ ବିଜୟୀ) by Binay Mohapatra

ବିଶ୍ୱ ବିଜୟୀ

ମୁଁ ବିଶ୍ୱ ବିଜୟୀ ଥିଲି କେବେ କାହାଠାରୁ ନହାରିବାର ପଣ ନେଇ, ହଠାତ୍ ଦିନେ ଚଣ୍ଡାଶୋକ ପରି ନିଜ ଠାରୁ ନିଜେ ହାରିଗଲି । ସବୁରି ଉର୍ଦ୍ଧରେ ଗଗନକୁ ଛୁଇଁବାର ବେଳେ ହଠାତ୍ ଲାଗିଲା ମୁଁ ଯେ ରସାତଳେ ଥିଲି । ସବୁ ଦମ୍ଭ ଝଣ ଝଣ କରି ଭାଙ୍ଗିଗଲା ପତଳା କାଚର ପାଚେରୀ ଯେମିତି, ସଂସାରର ସବୁ କିଛି ହାସଲ କରି ନେବାର ମୋ ଜିଦ୍ ନିଜ ପାରିବାପଣର ଦମ୍ଭ ଚୁରମାର ହୋଇଗଲା । କାହାର…

ଅଧିକ ପଢ଼ନ୍ତୁ
Odia Poem Pratiksha (ପ୍ରତୀକ୍ଷା) by Krishna Mishra

ପ୍ରତୀକ୍ଷା

ପ୍ରତୀକ୍ଷା ! ଏକ ବିସ୍ତାରିତ ନିଃସଙ୍ଗ ପଥ, ଆଉ… ଏକ ଗଭୀର ଗହ୍ଵରରେ ଶୁଖିଲା ନଈ, ସଙ୍କୁଚିତ ! ସ୍ମୃତିର ବହଳ ପରତକୁ ଆଞ୍ଚୁଡ଼ିଲେ, ବାରିହୁଏ କଣ୍ଠ ସ୍ୱରର ଆର୍ଦ୍ରତା… ମନ୍ଦିରରେ ଜ୍ୱଳନ୍ତ ପ୍ରଦୀପ, କମ୍ପୁଛି ଜୀବନ ସଳିତା ! ତକିଆରେ ଚାପି ହୋଇ ନିସ୍ତବ୍ଧ ପଡ଼ିଛି ହିକ୍କା, ଦୁଆରେ ଶବ୍ଦ ! ଥରୁଛି କଲିଜା… ପ୍ରତୀକ୍ଷା ! ସେ ଯେ ରୋଦନ, ଝାଉଁଳି ଯାଇଥିବା ଚେହେରାରେ, ଖାରୁଆ ଲୁହର କ୍ଳାନ୍ତ ସମୁଦ୍ର… ବିଶ୍ୱାସରେ ଶୀତଳ ପଡ଼ିଥିବା,…

ଅଧିକ ପଢ଼ନ୍ତୁ
Odia Story Media (ମିଡିଆ) by Rojalin Beehra

ମିଡିଆ

ସେଦିନ କିଛି ଏନଜିଓ ବାଲା ଗୋଟିଏ ନିମନ୍ତ୍ରଣ ପତ୍ର ନେଇ ନିଉଜ ଚ୍ୟାନେଲ ଅଫିସରେ ପହଞ୍ଚିଲେ… ଏନଜିଓ ବାଲା: ସାର, ଆମେ “ଅସହାୟର ବନ୍ଧୁ” ସାମାଜିକ ସଂଗଠନରୁ ଆସିଥିଲୁ । ଚ୍ୟାନେଲ ହେଡ଼: ଆଜ୍ଞା କୁହନ୍ତୁ, ଏନଜିଓ ବାଲା: ସାର, ଆସନ୍ତା ୧୨ ତାରିଖ ଦିନ ଆମ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି, ଆପଣମାନଙ୍କର ଉପସ୍ଥିତ ଏବଂ ବହୁଳ ପ୍ରସାରଣ ଦ୍ୱାରା ଆମେ ବିଶେଷ ଉପକୃତ ହେବୁ । ଚ୍ୟାନେଲ ହେଡ୍: ଦେଖନ୍ତୁ…

ଅଧିକ ପଢ଼ନ୍ତୁ