Odia Poem Tuma Bina (ତୁମ ବିନା) by Debabarata Barik

ତୁମ ବିନା

ତୁମ ବିନା… ମୋର ସବୁ ସ୍ୱପ୍ନ ରଙ୍ଗହୀନ ଇନ୍ଦ୍ରଧନୁ ପରି, ଖରାହୀନ ଦିନ ପରି ତାରା ଶୂନ୍ୟ ରାତି ପରି । ତୁମ ବିନା… ଏ ଜୀବନ ସ୍ରୋତ ତରଙ୍ଗ ହୀନ ସମୁଦ୍ର ପରି ଜୁଆର ହୀନ ନଈ ପରି ବାଲିଶୂନ୍ୟ ବେଳାଭୂମି ପରି । ତୁମ ବିନା… ମୋର ଅସ୍ତିତ୍ୱ ଫୁଲ ହୀନ ଫଗୁଣ ପରି ତୁଷାର ହୀନ ଶୀତ ପରି ପତ୍ର ଶୂନ୍ୟ ବୃକ୍ଷ ପରି । – ଦେବବ୍ରତ ବାରିକ ଦେବବ୍ରତ ବାରିକଦେବବ୍ରତ ବାରିକ ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ
Odia Story Thank You Card (ଥାଙ୍କ ୟୁ କାର୍ଡ଼) by Soumyashree Tripathy

ଥାଙ୍କ ୟୁ କାର୍ଡ଼

ବାପା ଶବ୍ଦଟି ଶୁଣିବା କ୍ଷଣି ମନକୁ ଆସିଯାଏ ଏକ ଶକ୍ତ, କଠୋର ମଣିଷର ପ୍ରତିଛବି । ହେଲେ ବାପା ପରା ସେ ହୋଇଥାନ୍ତି ଯିଏ ଛୁଆଟିକୁ ସପନ ଦେଖେଇବା ଶିଖାନ୍ତି । ଲୁହ ପିଇ ହସିବା ଶିଖାନ୍ତି । ପିଲାଟିର ସବୁ ଅଳିକୁ ସହି, ନିଜର ସବୁ ସ୍ୱପ୍ନକୁ ଆଖିରେ ମାରି ନିଜ ସନ୍ତାନର ସବୁ ସ୍ୱପ୍ନକୁ ପୂରା କରନ୍ତି । ବାହାରୁ ଯେତେ କଠୋର ହେଲେ ମଧ୍ୟ ଭିତରେ ଏକ ସରଳ, ପ୍ରେମ ଭରା ହୃଦୟରେ ସବୁବେଳେ ନିଜ ଛୁଆମାନଙ୍କର ଆଦର…

ଅଧିକ ପଢ଼ନ୍ତୁ
Odia Poem Talapadeswari (ତାଳପଦେଶ୍ୱରୀ) by Biswajyoti Mohanty

ତାଳପଦେଶ୍ୱରୀ

ବୋଧହୁଏ ଗୋଟେ ଯୁଗ ପରେ, ସମୟର ବିପରୀତେ, ସାହସ ଜୁଟାଇ ହଜିବାକୁ, ଯାଇଥିଲି ଏକାନ୍ତରେ ଖୋଜିବାକୁ, ନିରେଖିବାକୁ, ଟିକେ ଛୁଇଁବାକୁ, ସୌଧ ଯାହା ଗଢ଼ିଯାଇଥିଲ ହାତ ଧରି, ମୋ ଶ୍ୱାସର ଉତ୍ତେଜନାକୁ ପ୍ରଶାନ୍ତ କରି, ଜଳୁଛି ଜାଗର ମହାଦୀପର ଲେଲିହାନ ଶିଖା ପରି ସେ, ନା ଶ୍ମଶାନର ଜୁଇ ପାଉଁଶ ସମ ଦିଶେ । ଅସହାୟ ହାୟ ସମୟ ! ଅପରିବର୍ତ୍ତିତ ଲାଗେ ଅନେକ କିଛି, ସମୟର ନୃଶଂସ ଝଡ଼ ପରେ ବି, ସେଇ ରଙ୍ଗଣୀ ଫୁଲ ଗଛ, ପାଖେ…

ଅଧିକ ପଢ଼ନ୍ତୁ
Odia Poem Tama Bhabanare (ତମ ଭାବନାରେ) by Purnima Leknka

ତମ ଭାବନାରେ

ସକାଳୁ ଦ୍ୱିପହର ପର୍ଯ୍ୟନ୍ତର ତମାମ କଳହ ପରେ ମନ, ମସ୍ତିଷ୍କ ଥକିଗଲା ପରେ ଦିପହରୁ ଆସି ଗୋଧୂଳି ବେଳାରେ ନିଷ୍ପତ୍ତି ନେଲି, ଆଉ ନୁହଁ ବାସ ପୂର୍ଣ୍ଣଛେଦ ଏଠାରେ । ଏତେ ଦିନର ଦୀର୍ଘତମ ସମ୍ପର୍କରେ କ’ଣ ପାଇଛି ତୁମଠାରେ? ପ୍ରଶନବଚି ଉଠେ ମନ ଉହାଡ଼ରେ ! ଭାବନାର ସଂଘର୍ଷ ମଧ୍ୟରେ ବର୍ତ୍ତମାନ ଭବିଷ୍ୟତର କୁହୁଳିକାରେ ରାଗ ଅଭିମାନ ମିଶା ମନରେ । ନିଷ୍ପତି ଶୁଣେଇଲି ତମ ଆଗରେ ପୂର୍ଣ୍ଣଛେଦ ଚାହେଁ ଏଇ ସମ୍ପର୍କରେ କିଛି ଆସ ନାହିଁ ପ୍ରତି ଉତ୍ତରରେ ।…

ଅଧିକ ପଢ଼ନ୍ତୁ
Odia Story Karuna (କରୁଣା) by Dr. Sradhanjali Panda

କରୁଣା

ହଠାତ୍ ଆଲାର୍ମ ଶବ୍ଦରେ ନିଦ ଭାଙ୍ଗିଗଲା ଅବିନାଶଙ୍କର । ଏକ ଉଦାସ ବିରକ୍ତି ଆଚ୍ଛନ୍ନ କରିଦେଲା ସମଗ୍ର ମନ ପ୍ରାଣ । କେତେ ସୁନ୍ଦର ଦୁନିଆରେ ଥିଲେ ସେ । ତନ୍ଦ୍ରାଛନ୍ନ ଅବସ୍ଥାରୁ ବାହାରି ଆସିଲେ ସେ । ବିଛଣାରୁ ଧୀରେ ଉଠି ବସିଲେ ଓ ଆଉଥରେ ମନେ ପକେଇବାକୁ ଚେଷ୍ଟା କଲେ ସ୍ୱପ୍ନଟା । ଧେତ୍ ଏ ଆଲାର୍ମଟା ସବୁ ବିଗାଡ଼ି ଦେଲା । ଖାଲି ମନେ ପଡ଼ୁଛି ବୋଉ ଭାତ, କ୍ଷୀର ଓ ଆଳୁଭର୍ତ୍ତା ଚକଟି ବଡ଼ ବଡ଼ ଗୁଳା କରି ଖୋଇ…

ଅଧିକ ପଢ଼ନ୍ତୁ