You are currently viewing ପ୍ରେମ ସୁଧା ବାରି
Odia Poem Prema Sudha Bari (ପ୍ରେମ ସୁଧା ବାରି) by Ashutosh Meher

ପ୍ରେମ ସୁଧା ବାରି

ଦରପଣେ ଦେଖେ ନିଜ ଛବି ସିନା
ଲାଗେ କିଆଁ ଏତେ ପର
ଅଚିହ୍ନା ଅଚିହ୍ନା ମନର ଭିତରେ
ଖୋଜିବାକୁ ନାହିଁ ତର ।

ହୃଦୟ ଭିତରୁ ଫୁଟି ଉଠେ କିଆଁ
ହୃଦ ଛବି ଆଉ କା’ର
ପ୍ରେମର ମହକେ ମନ ଉପବନ
ମହକରେ ଭରପୁର ।

ସେ ମହକ କିଆଁ ବାଇ କରେ ମତେ
ଅଶରୀର ରୂପ ଧରି
ଶୂନ୍ୟତା ଭିତରେ ପୂରି ଉଠେ ଆତ୍ମା
ସେ କି ପ୍ରେମ ସୁଧା ବାରି??

– ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।