You are currently viewing ପ୍ରଥମ ଦେଖା
Odia Poem Prathama Dekha (ପ୍ରଥମ ଦେଖା) by Debabrata Barik

ପ୍ରଥମ ଦେଖା

ଲେଖିବି ଲେଖିବି ତୁମ କଥା ଭାବି
ଆରମ୍ଭ କେଉଁଠୁ କୁହ
ପ୍ରଥମ ଦେଖାରେ ମନ ଜିଣି ନେଲ
ତୁମେ ପରା ସେଇ ଝିଅ

ଆଖି ସାଥେ ଆମ ଆଖି ମିଶିଥିଲା
ମିଳନ ରହିଲା ଅଧା
ଭଲ ପାଏ ବୋଲି କହିବି କହିବି
କିନ୍ତୁ ନଥିଲା ଯେ ତୁମ ଦେଖା

ଗୋଲାପ ବଣରୁ ଚୋରେଇ ଆଣିଲି
ସଜ ଗୋଲାପର ପାଖୁଡ଼ା
ଦେବା ପାଇଁ ସେଇ ପ୍ରେମର ପ୍ରତୀକ
ହେବା ପାଇଁ ଟିକେ କଥା

ତୁମ ସନ୍ଧାନରେ ଏବେବି ବୁଲୁଛି
ଅଦୃଶ୍ୟ ହୋଇଛ ତୁମେ
ପରଦେଶୀ ମେଘ ବରଷିଲା ପରି
ତୁମ ଅପେକ୍ଷାରେ ଏବେ ଏବେ

ସାଧା କାଗଜରେ ତୋ ସ୍ମୃତି ସାଉଁଟେ
ମନ ଆଇନାରେ ପ୍ରତି ଛବି
ସେଇ ପ୍ରତି ଛବି ଆଙ୍କୁ ଆଙ୍କୁ ଆଜି
କାଗଜ ଯାଉଛି ଚିରି

କଲମ ମୁନରେ ଲେଖି କି ପାରିବି
ପ୍ରିୟାର ପ୍ରଥମ ଦେଖା
ଏତେ ଆକସ୍ମିକ ନ ଥିଲା ହେଲେ ବି
ମିଠା ଥିଲା ସେଇ ମୁହୂର୍ତ୍ତ ।

ଭଲ ପାଏ ମୁଁ ସବୁଠାରୁ ବେଶି
ଅଭିମାନୀ ମୋ ପ୍ରିୟାକୁ
ହେଲେ ସେ ମତେ ଚାହିଁଦେଇ
ଚାଲି ଯାଏ ମୋଠୁ ଦୂରକୁ ।

– ଦେବବ୍ରତ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।