You are currently viewing ପ୍ରତାରଣା
ପ୍ରତାରଣା

ପ୍ରତାରଣା

ଭଲ ପାଇବାର ଅଭିନୟ କରି
ମୋ ସାଥେ ଖେଳିଲୁ ଖେଳ
ମନ ସାଥେ ମୋର ପ୍ରତାରଣା କଲୁ
ଭାବିଲୁ ମତେ ଦୁର୍ବଳ ।

ଅନ୍ଧ ଭଳି ତତେ ବିଶ୍ୱାସ କରିଲି
ବିଶ୍ୱାସରେ ଦେଲୁ ବିଷ
ଛଳନା ସାଥେ ତୋ ବନ୍ଧୁ ବାନ୍ଧିଥିଲି
ସବୁ କରିଦେଲୁ ଶେଷ ।

ଅଗ୍ନିର ଝାସରେ ଜାଳିଦେଲୁ ତୁହି
ନୀରିହ ମନକୁ ମୋର
ଆଜି ସେଇ ମନ ଦୋଷ ଦେଇ କୁହେ
ତୁ ଥିଲୁ ପୋଡ଼ା ଅଙ୍ଗାର ।

ବାମନ ହୋଇ ମୁଁ ଆଶା କରିଥିଲି
ଚନ୍ଦ୍ରକୁ ପାଇବା ପାଇଁ
ଭୁଲି ଯାଇଥିଲି ନିଜ ପରିସ୍ଥିତି
ସେ ଭାଗ୍ୟ ପାଇବି କାହିଁ?

ଆକାଶରେ ମତେ ଉଡ଼େଇବୁ କହି
କେତେ ସ୍ୱପ୍ନ ଦେଖେଇଲୁ
ଆକାଶ ଉଚ୍ଚାରେ ଛିଡ଼ା କରିଦେଇ
ଡେଣା ମୋ’ର କାଟିଦେଲୁ ।

ନିଷ୍ଠୁର ନିର୍ଦ୍ଦୟ ହୃଦୟ ତୋହରି
ମୋ ମନକୁ ଭାଙ୍ଗିଦେଲା
ମୋ ସାଥେ ରହିବା ଅଭିନୟ କରି
ଭଲ ପ୍ରତାରଣା କଲା ।

– ଅନୁରାଧା କର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅନୁରାଧା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।