Odia Poem Shita Dinara Gramanchala (ଶୀତ ଦିନର ଗ୍ରାମାଞ୍ଚଳ) by Debasish Mohapatra

ଶୀତ ଦିନର ଗ୍ରାମାଞ୍ଚଳ

ଦିନ ଥିଲା ସେ ଶୀତ ବି ଥିଲା ଥରୁଥିଲା ଓଠଟି ତା’ର ଥରି ଯାଉଥିଲା ତା’ର ଶରୀର ଚାଦର ଘୋଡ଼ାଇ ହେଇ ଆସେ ସେ ନି’ତି ବଜାର ଲାଗୁଥିଲା ନିଆଁ ଧୁନିର ଉପଚାର ଦଳ ଦଳ ହୋଇ ବସୁଥିଲେ ଏକ ପ୍ରକାର କାଇଁ ସେ ଟୋକା କାଇଁ ସେ ବୁଢ଼ା ସମସ୍ତେ କରୁଥିଲେ କିଛି ନା କିଛି ଆଳାପ ବିଚାର ଭଲ ଲାଗୁଥିଲା ସେଇ ସମୟର ମେଳାପ ବିଚାର । – ଦେବାଶିଷ ମହାପାତ୍ର

ଅଧିକ ପଢ଼ନ୍ତୁ
Odia Poem Saswat Prema (ଶାଶ୍ୱତ ପ୍ରେମ) by Subham Kumar Sahoo

ଶାଶ୍ୱତ ପ୍ରେମ

ବଗିଚାର ଫୁଟା ଗୋଲାପ ଏବେ ସମ୍ପୂର୍ଣ୍ଣ ମଉଳା, ଝାଉଁଳି ପଡ଼ିଛି ଆଜି ତା’ର ସତେଜ ପାଖୁଡ଼ା, ପ୍ରେମ ଆଜି ପାଲଟିଛି ରାସ୍ତାକଡ଼ର ଅଳିଆ ବଦଳି ଯାଇଛି ଆଜି ରୂପରେଖା ଏ ପ୍ରେମର । ଅନ୍ଧକାର ଅଛି ସିନା ଆଲୁଅ ଦେଖେଇବା ପାଇଁ କେହି ନାହିଁ । ବିଚ୍ଛେଦ ଅଛି ସିନା ସଂଯୋଗ ପାଇଁ ଆଉ ସାହସ ନାହିଁ । ଶୁଭୁନି ଆଉ ସେ ବିରହର ସ୍ୱର, ଆଧୁନିକ ସଭ୍ୟତା ତଳେ ଚାପି ହେଇ ଆଜି ପ୍ରେମ କରୁଛି କରୁଣ ଚିତ୍କାର ଶୁଭୁନି…

ଅଧିକ ପଢ଼ନ୍ତୁ
Odia Poem Mora Pirya Bandhu (ମୋର ପ୍ରିୟ ବନ୍ଧୁ) by Santosh Kumar Parida

ମୋର ପ୍ରିୟ ବନ୍ଧୁ

ଆହକି ସୁନ୍ଦର ତାହାର ସୌନ୍ଦର୍ଯ୍ୟ ମୁଖରିତ କରେ ମନ ସବୁଜିମା ଭରେ ମନ ହୃଦୟରେ ଅଜ୍ଞାନକୁ ଦିଏ ଜ୍ଞାନ ॥ ତାହାରି ମୁଁହ ଶ୍ୟାମଳ ସୁନ୍ଦର ମନକୁ କରେ କୋମଳ ଆନନ୍ଦ ସଞ୍ଚାରେ ନବୀନ ଚିତ୍ତରେ ପ୍ରାଣକୁ କରେ ଶୀତଳ ॥ ତାହାରି ହସ ସରସ ସୁନ୍ଦର ଆତ୍ମାକୁ କରେ ଉଜ୍ୱଳ ମଞ୍ଜୁଳ ବିକାଶେ ଅନୁରାଗ ବାନ୍ଧେ ଜୀବନ କରେ ସଫଳ ॥ ତାହାରି ଦାନ ଲଳିତ ମଧୁର ଦିଏ ନିତି ନୂଆ ତତ୍ତ୍ଵ ମଧୁ ବାଣ୍ଟେ…

ଅଧିକ ପଢ଼ନ୍ତୁ
Odia Poem Padile Tame Mane (ପଡ଼ିଲେ ତମେ ମନେ) by Nibedita Nayak

ପଡ଼ିଲେ ତମେ ମନେ

ଆଜି ବହୁତ ମନେ ପଡ଼ ମୋର ତମେ ଯେତେ ନିଜକୁ ମୁଁ ବୁଝାଇବାକୁ ଚାହେଁ ଏକାଠି ଆମ ମୁହୂର୍ତ୍ତ ମନେ ପଡ଼ିଯାଏ ସେତେଥର ନିଜଠୁ ପୁଣି ହାରିଯାଏ ।୧। ଏତେ ବ୍ୟାକୁଳତା କାହିଁକି କେଜାଣି ସ୍ମୃତି ପଟ୍ଟେ ଉଦ୍ଭାଷିତ ସେ କ୍ଷଣ ପୁଣି ନିର୍ଜନ ପରି ଲାଗେ ସବୁ କୋଳାହଳ ହୃଦୟ ସ୍ପନ୍ଦନେ ଗୁଞ୍ଜରିତ ସାରା ଘର ।୨। କରିବାକୁ ପ୍ରକାଶ ଯେତେ ଚେଷ୍ଟା ମୁଁ କରୁଛି ପାରୁନି ସବୁ କହି ଆହୁରି ବାକି ରହିଯାଉଛି ଯନ୍ତ୍ରଣାରେ ଛଟପଟ ମୋ…

ଅଧିକ ପଢ଼ନ୍ତୁ
Odia Translated soty Samadhan (ସମାଧାନ) by Binay Kumar Das

ସମାଧାନ

ଜନତାଙ୍କର ଭିଡ଼ ଦେଖି ନେତାଙ୍କ ମନରେ ଛନକା ପଶିଗଲା । ଆଜିକାଲିର ଡିଜିଟାଲ ଜନତା ଏମାନେ । ଏମାନଙ୍କୁ ଏଣୁତେଣୁ କହି ପୂର୍ବ ପରି ଭୁଆଁ ବୁଲେଇ ଦେଇ ହେବନି । ଏମାନେ ଖାଲି ପ୍ରାକ୍ଟିକାଲ ନୁହନ୍ତି, ସବୁ କଥାରେ ପ୍ରମାଣ ବି ଚାହୁଁଛନ୍ତି । ଆରେ….ଆରେ… ଏ କ’ଣ? ସେମାନେ ତ ନେତାଙ୍କୁ ଘେରାଉ କରିବାକୁ ଆସୁଛନ୍ତି । ନେତା ମହୋଦୟ ମୁହଁରେ କୃତ୍ରିମ ହସ ଫୁଟାଇ ସେମାନଙ୍କୁ ସ୍ୱାଗତ ଜଣାଇଲେ । “ଆପଣ ଥାଉଁ ଥାଉଁ ଆମେ ପୁଣି ଦୁଃଖ କଷ୍ଟରେ ଚଳିବୁ?…

ଅଧିକ ପଢ଼ନ୍ତୁ