Odia Poem Birahara Dahanare (ବିରହର ଦହନରେ) by Prashant Pradhan

ବିରହର ଦହନରେ

ମିଛ ଭରସାରେ ଆଜିବି ବଞ୍ଚିଛି ଲେଉଟିବ ତୁମେ ବୋଲି ଚିରସ୍ରୋତା ହେଲା ଆଖିର ଶ୍ରାବଣ ଯେବେଠାରୁ ଗଲ ଚାଲି ॥ ଝାଉଁଳିଗଲାଣି ଏ ଦେହ ଯୌବନ ବିରହର ଦହନରେ ସ୍ପନ୍ଦନର ବେଗ ଥମି ତ ଗଲାଣି ଆଶାତୀତ ଅପେକ୍ଷାରେ ॥ କାରାଗାରର ସେ ଅପରାଧୀ ପରି ସାଜିଛି ଏବେ ଜୀବନ ପ୍ରେମ ବନ୍ଧନରେ ବନ୍ଦୀ କରି ତୁମେ ଜାଳୁଅଛ ପ୍ରତିକ୍ଷଣ ॥ ମହମ ପରି ତରଳି ଯାଉଛି ବିଚ୍ଛେଦର ଦାବାଗ୍ନିରେ ଶେଷ ଦେଖା ଦିଅ ଶେଷଥର ପାଇଁ…

ଅଧିକ ପଢ଼ନ୍ତୁ
Odia Poem Bayani (ବାୟାଣୀ) by Swarup Chandra Barik

ବାୟାଣୀ

ପାଠ ପଢ଼ି ଧନ ଯାଇଛି ହେଲେ ହେଲାଣି ଡେରି, ସାଙ୍ଗ ସାଥି ଯେତେ ଘରକୁ ସବୁ ଆସିଲେ ଫେରି । ମା’ ମନ ଭାରି ଅବୁଝା କିଏ ବୁଝାଇ ଦେବ, ପୁଅର ଫେରିବା ବାଟକୁ ଚାହିଁ ପଚାରୁଥିବ । ଦେଖିଛ କି କେହି ଧନକୁ ଟାଣ ହେଲାଣି ଖରା, ନିଏନାହିଁ ଛତା-ଚପଲ ଯେତେ କହିଲେ ପରା । ତାତିଥିବ ପଥ-ପଥର କିସ କରିବ ଆଜ, କଅଁଳ ପଦୁଅଁ ମୁହଁରେ ଆଉ ନଥିବ ତେଜ । ଛାଡ଼ିବିନି ଆଉ…

ଅଧିକ ପଢ଼ନ୍ତୁ
Odia Poem Prema Sudha Bari (ପ୍ରେମ ସୁଧା ବାରି) by Ashutosh Meher

ପ୍ରେମ ସୁଧା ବାରି

ଦରପଣେ ଦେଖେ ନିଜ ଛବି ସିନା ଲାଗେ କିଆଁ ଏତେ ପର ଅଚିହ୍ନା ଅଚିହ୍ନା ମନର ଭିତରେ ଖୋଜିବାକୁ ନାହିଁ ତର । ହୃଦୟ ଭିତରୁ ଫୁଟି ଉଠେ କିଆଁ ହୃଦ ଛବି ଆଉ କା’ର ପ୍ରେମର ମହକେ ମନ ଉପବନ ମହକରେ ଭରପୁର । ସେ ମହକ କିଆଁ ବାଇ କରେ ମତେ ଅଶରୀର ରୂପ ଧରି ଶୂନ୍ୟତା ଭିତରେ ପୂରି ଉଠେ ଆତ୍ମା ସେ କି ପ୍ରେମ ସୁଧା ବାରି?? – ଆଶୁତୋଷ ମେହେର

ଅଧିକ ପଢ଼ନ୍ତୁ
Odia Poem Punyara Prbhaba (ପୂଣ୍ୟର ପ୍ରଭାବ) by Gupteswar Chand

ପୂଣ୍ୟର ପ୍ରଭାବ

ପୂଣ୍ୟ ନୁହେଁ ଭାଇ ପଣ୍ୟ ଦ୍ରବ୍ୟ ପରି କିଣିବ ଯେ ନାଇଁ ସିଏ । ସ୍ୱାର୍ଥ ପଣ ତେଜି କଲେ ପରସେବା ପୂଣ୍ୟଟି ଅରଜି ହୁଏ ।୧। ପରମ ବ୍ରହ୍ମ ପରା ପୂଣ୍ୟର ପସରା ମେଲି ଦେଇଛନ୍ତି ଭାବେ । ଭାବ ଲଗାଇ ତୁ ଭାବଗ୍ରାହୀ ସାଥେ ବସିବୁ ପୂଣ୍ୟର ନାବେ ।୨। ଭାବ ବିନୋଦିଆ ଏ ଭବ ସଂସାର ସାଗରେ ନାଉରୀ ସାଜି । ପାରି କରୁଛନ୍ତି କରୁଣା କରିଣ ବୁଝି ପାରୁନୁ କି ପାଜୀ…

ଅଧିକ ପଢ଼ନ୍ତୁ
Odia Poem Nari (ନାରୀ) by Sunita Patel

ନାରୀ

ମୁଁ ଜନନୀ ମୁଁ ଭଗିନୀ ମୁଁ ତନୟା ମୁଁ ସହଧର୍ମିଣୀ ଏଇତ ମୋ ଚରିତ୍ରର ବିବରଣୀ ମୁଁ ଲଜ୍ଜା ମୁଁ ପୂଜ୍ୟ ମୁଁ ଧୈର୍ଯ୍ୟ ମୁଁ ସଭ୍ୟ ଏସବୁ ମୁଁ ହେବା ନିତାନ୍ତ ଆବଶ୍ୟକ ମୁଁ ଧରଣୀ ମୁଁ କାମିନୀ ମୁଁ ରମ୍ୟ ମୁଁ କାମ୍ୟ କାବ୍ୟରେ ବର୍ଣ୍ଣିତ ହୁଏ ମୋର ଏ ଗୁଣ । – ସୁନିତା ପଟେଲ

ଅଧିକ ପଢ଼ନ୍ତୁ