Odia Poem Ae Ta Marichika (ଏଇ ତ ମରୀଚିକା) by Subham Kumar Sahoo

ଏଇ ତ ମରୀଚିକା

ଆଜି ବି ମନେଅଛି ଜହ୍ନ ରାତିର ସେଇ ବିକଟାଳ ରୂପ କୋକିଶିଆଳିର ଲମ୍ବାରଡ଼ି କାନ୍ଦଣା ରାତି ଶୁନ୍ ଶାନ୍, କୁକୁର ସବୁ ଭୁକୁଛନ୍ତି ଆଉ ମୁଁ ତୁମକୁ ଅନୁସରଣ କରୁଛି; ପଛରୁ ହାତ ଠାରି ଡାକୁଛି ହେଲେ, ହଠାତ୍‌ ତମେ ଦୌଡ଼ିଯାଉଛ ସାଗରକୂଳ ଆଡ଼େ ତମର ଛମ୍ ଛମ୍ ପାଉଁଜି ଶବ୍ଦ ମୋତେ ତମ ଆଡ଼କୁ ବାରମ୍ଵାର ଟାଣି ନେଉଛି ଶେଷରେ, ଏ ସାଗରର ଢେଉ ମୋ ପାଖେ ଆସି କହୁଛି “ସତ୍ୟତା” କ’ଣ ତୁ ବି…

ଅଧିକ ପଢ଼ନ୍ତୁ
Odia Poem Taanta Ki (ଥାଆନ୍ତା କି) by Sanjeeb Kumar Dash

ଥାଆନ୍ତା କି !!!

ମନଟିଏ ଥାଆନ୍ତା କି, ବୁଝିବାକୁ ମଝି ସମୁଦ୍ରର ଉଦାସୀ ଗମ୍ଭୀରତା ଜୁଆର ଭଟାର ଅଦମ୍ୟ ଚଞ୍ଚଳତା ! ମାପଚୁପ କରୁଥାନ୍ତା ପ୍ରବାହମାନ କାଳର ଚରମ କରାଳତା, ଅଦୃଶ୍ୟ ବିଷମତା !! ହୃଦୟଟିଏ ଥାଆନ୍ତା କି ବରଫକଠିନ କେବେ, ନମନୀୟ ଲତା, ପୋଛି ଲହୁଲୁହ ନିଃସର୍ତ୍ତ, କାହାର ବେଦନା ନିଃଶେଷ କରୁଥାନ୍ତା ସେ ଅମାନିଆଝଡ଼, ଅମଡ଼ାବାଟର ସବୁ ଦୁର୍ଦ୍ଧଷତା, ସବୁ କଳୁଷତା !! ପ୍ରାଣଟିଏ ଥାନ୍ତାକି, ଅଧୀର, ଆଲୋଡ଼ିତ, ଅବସନ୍ନ ସନ୍ଧ୍ୟାର ସେ ପକ୍ଷୀ ନୀଡ଼ଖୋଜା, ପୁଞ୍ଜ ପୁଞ୍ଜ…

ଅଧିକ ପଢ଼ନ୍ତୁ
Odia Poem Ame Jibita (ଆମେ ଜୀବିତ) by Krishna Mishra

ଆମେ ଜୀବିତ

ସଭ୍ୟ ସମାଜର ସଭ୍ୟ ମନୁଷ୍ୟ, ଶ୍ରେଷ୍ଠ ପ୍ରାଣୀ, ଭେଜା ପରିପକ୍ୱ, ଆମେ ଜୀବିତ, ମୃତ୍ୟୁ ଯାବତ୍ ଜୀବିତ… ଜୀବିତ ଥାଉ ଆମେ, ଯେବେ ମଦ୍ୟପ ଗେରସ୍ତ ଡାଇଲଗ ଝାଡ଼େ, ହିନ୍ଦୀ ଇଂରାଜୀ… ପିଡ଼ିତା ମହିଳାଟି ରାତି ସାରା, ଭାଗ୍ୟ ଆଦରି କୋହ ଭରୁଥାଏ… ଆମ ଦୁଆର ବନ୍ଦ!!!! ବେମାଲୁମ ଆମେ । ଯାତ୍ରୀ ଭରା ଟ୍ରେନ ଓ ବସ୍… ଝାମ୍ପି ଯାଇ, ସିଟ୍ କବଜା କରୁଁ ! ରୋଗୀଣା ବୁଢ଼ୀଟି ଧକଉଥାଏ, ଆଗ, ପଛ, ତେରଛା ଧକ୍କା…

ଅଧିକ ପଢ଼ନ୍ତୁ
Odia Poem Chhada Rumal (ଛଡ଼ା ରୁମାଲ) by Saroj Kumar Sahoo

ଛଡ଼ା ରୁମାଲ

ଜାଣତରେ ନା ଅଜାଣତରେ ଲାଇବ୍ରେରୀର ପଛ ସିଟରେ ଛାଡ଼ି ଆସିଥିବା ରୁମାଲକୁ ଫେରାଇଲାବେଳେ, ଅଜାଡ଼ି ଦେଇଥିବା ଲାଜ ସବୁକୁ ସଯତ୍ନରେ ସାଉଁଟି ନେଇଥିଲି ମୋର ଅଣଓସାରିଆ ଛାତି ପକେଟରେ । ସେବେଠୁ ଦେହସାରା ଶିହରଣର ବାସ୍ନା, ଶରୀରର ପ୍ରତିଟି ଲୋମକୂପରେ ତୋଳି ସାରିଲାଣି ନଅର, ସତେଜ ହେଲାଣି ମଉଳା ଗଛର ଫୁଲ, ପବନକୁ ଅଳିକରି ବଦଳେଇଲାଣି ତା’ର ବାସ୍ନା, ସେଇଥିପାଇିଁ ତ ଜହ୍ନରାତି ହାତପାହାନ୍ତାରେ ଏବେଏବେ ରଚିଲାଣି ଶୃଙ୍ଗାର । ରାତି ଆଉ ସ୍ୱପ୍ନ ମଝିରେ ଫେରାର୍…

ଅଧିକ ପଢ଼ନ୍ତୁ
Odia Poem Aphera Atita (ଅଫେରା ଅତିଥି) by Rashmibala Satapathy

ଅଫେରା ଅତିଥି

ଅନେକ ଦିନ ପରେ ଆଜି ଡାଏରୀ ଖୋଲି ବସିଲି, ଭାବିଲି କିଛି ଲେଖିବି ତୁମ ବିଷୟରେ… ଏମିତି ଲାଗିଲା, ସ୍ମୃତିଗୁଡ଼ାକ ସଜେଇ ହୋଇ ଅତୀତକୁ ଦେଖୁଛନ୍ତି ଯେପରି ! ଆଉ ସେ ସ୍ମୃତିରୁ କିଛି ଅନ୍ତରଙ୍ଗ ଶବ୍ଦକୁ କବିତାରେ ସ୍ଥାନ ଦେଲି ଜାବୁଡ଼ି ଧରି । ହୁଏତ ସେ ଶବ୍ଦ ସବୁ ଛୁଞ୍ଚି ହୋଇ ବହୁ ପୀଡ଼ା ଦିଏ ଏ ହୃଦୟରେ, ତଥାପି କାହିଁକି କେଜାଣି ଭଲ ଲାଗେ ସେ କଷ୍ଟ ସବୁ ସହିବାରେ !? ଗୋଟେ…

ଅଧିକ ପଢ଼ନ୍ତୁ