abyakta-bedana

ଅବ୍ୟକ୍ତ ବେଦନା

ଟ୍ରେନ ଆସିବାର ସମୟ ପାଖେଇ ଆସୁଥିଲା । ତରତର ହେଇ ପ୍ଲାଟଫର୍ମ ଆଡ଼େ ଆଗଉଥିଲି ମୁଁ । ପ୍ରଥମ ଥର ପାଇଁ ବନ୍ଧୁଜଣଙ୍କ ଆସୁଛନ୍ତି ମୋ ସହରକୁ । ତାଙ୍କର ସାମାନ୍ୟତମ ଅସୁବିଧା ମଧ୍ୟ ବାପାଙ୍କର କ୍ରୋଧ ଉଦ୍ରେକ କରିବା ପାଇଁ ଯଥେଷ୍ଟ; ଆଉ ସେଥିପାଇଁ ଟ୍ରେନ ଆସିବାର କିଛି ସମୟ ଆଗରୁ ଯାଇ ଷ୍ଟେସନ ପାଖରେ ଅପେକ୍ଷା କରିବାକୁ ଥିଲା କଡ଼ା ନିର୍ଦେଶ । ପ୍ଲାଟଫର୍ମ ୧ ପାଖରେ ପହଞ୍ଚି ଘଣ୍ଟା ଦେଖିଲି, ଟ୍ରେନ ଆସିବାକୁ…

ଅଧିକ ପଢ଼ନ୍ତୁ
adrushya-samparka

ଅଦୃଶ୍ୟ ସମ୍ପର୍କ

ସହରର ଶେଷ ପ୍ରାନ୍ତରେ ଥିଲା ମୋ ଘର, ସହର କହିଲେ ଛୋଟ ସହରଟିଏ, ଆଠ–ଦଶ ହଜାରରୁ ଅଧିକ ଜନବସତି ନୁହେଁ ବୋଧେ । ଘରର ସାମନାରେ ମୋରମ ପଡ଼ିଥିବା ଲାଲ୍ ରାସ୍ତା, କଂକ୍ରିଟ କି ପିଚୁ ହୋଇନଥିଲା, ବୋଧେ ସରକାରଙ୍କ ରାସ୍ତା ଯୋଜନାସବୁ ଲାଗୁହୋଇନଥିଲା ସେତେବେଳେ । ରାସ୍ତାର ଆରପଟେ ଥିଲା ସରକାରୀ ଜଙ୍ଗଲ, ଆଗରୁ ଘଞ୍ଚ ଜଙ୍ଗଲ ଥିବା କଥା ଶୁଣିଥିଲି, ସମୟକ୍ରମେ ସେସବୁ ଗଛ କଟା ହୋଇ ସ୍ଥାନୀୟ ଲୋକଙ୍କ ଘର ଓ ଆସବାବପତ୍ର…

ଅଧିକ ପଢ଼ନ୍ତୁ
nababarsara-naksha

ନବବର୍ଷର ନକ୍ସା

୧ ~ ଡାଏରୀ ପୁରୁଣା ଡାଏରୀର ବା କି ଦୋଷ? ତା’ ଦେହରେ ପାପ-ପୂଣ୍ୟର କାହାଣୀ ଟିପୁଥିବା ମଣିଷଟାତ ବଦଳୁନି, ସେ କାହିଁକି ବଦଳି ଯିବ? ୨ ~ ମୂଲ ନୂଆବର୍ଷରେ ନୂଆଗରାଖ ଖୋଜୁଛି ମିସ୍ ମାୟା ! ତା’ର ପରିବର୍ଦ୍ଧିତ ମୂଲ ଦେବାପାଇଁ ରୋକଠୋକ୍ ମନାକରିଛନ୍ତି ପୁରୁଣାଗୋଷ୍ଠୀ ! ଛି ଛି… ବାକିଖିଆ ଗୁଡାକ ! ୩ ~ ଭେକ ଭୋବନିଶର ଡ୍ୟାନ୍ସକୁଇନ୍ “ମୋନାଲିସା”ର ବୋଉ ଆମାଜନରୁ ବଢ଼ିଆ ଡ୍ରେସଟେ ମଗେଇଛି ନୂଆବର୍ଷ ଇଭେଣ୍ଟସ ପାଇଁ,…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 5th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ପଞ୍ଚମ ସମ୍ପାଦକୀୟ

‘ପୁଷୁ ତୋଣି‘ “ବାଲି ବାପା ଶୁଣୁଛ ! ନାହାକଘରୁ ଯାଇ ଗଉଣିଏ ମୟୂର କଣ୍ଟା ଧାନ ଆଣ ବା । ଝିଅ ଘରକୁ ଖଈ ଗଣ୍ଡେ ଉଖୁଡ଼ା କରି ପଠେଇବାକୁ ହେବ ନା । ବେହେରାଘରୁ କିଲେ ଗୁଆ ଘିଅ ଆଣିଥିବ । ଆଉ ଏ ଯୋଗଣିଖିଆ ମାନା ବାସୁମତି ଚାଉଳ କାଇଁ ଦେଲାନି ତ ! ଝିଅ ଯିବାକୁ ଜମା ଦୁଇଦିନ ରହିଲା, ଏ ସବୁ ନ ଯୋଗାଡ଼ିଲେ କେମିତି ହେବ !! ଆଉ ସେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 4th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଚତୁର୍ଥ ସମ୍ପାଦକୀୟ

“ତୁମେ ଫେରିଯାଅ ଭିକ୍ଷୁ ! ମୁଁ ଜୀବନ ଚାହେଁ, ନିର୍ବାଣ ନୁହେଁ ।” ମାତା ରୂପଶ୍ରୀଙ୍କ କଣ୍ଠରେ ଦୃଢ଼ ପ୍ରତ୍ୟାଖ୍ୟାନ । କିଛି କ୍ଷଣର ନିଷ୍ଫଳ ପ୍ରତୀକ୍ଷା ପରେ ରିକ୍ତ ହସ୍ତରେ ନିରୁତ୍ସାହିତ ତଥା ଭଗ୍ନ ହୃଦୟ ଘେନି ପ୍ରତ୍ୟାବର୍ତ୍ତନ କଲେ ଶିଷ୍ୟ ଶିରୋମଣି ସାରୀପୁତ୍ତ । ଆର୍ଯ୍ୟବର୍ତ୍ତର ଶ୍ରେଷ୍ଠ ପୁରୁଷ ସ୍ୱୟଂ ଗୌତମଙ୍କ ଇଚ୍ଛା ବିନମ୍ର ତଥା ଦୃଢ଼ ଭାବରେ ତାଙ୍କ ମାତାଙ୍କଦ୍ୱାରା ଏପରି ଯେ ପ୍ରତ୍ୟାଖ୍ୟାତ ହେବ, ତାହା ଥିଲା ତାଙ୍କ କଳ୍ପନାତୀତ ।…

ଅଧିକ ପଢ଼ନ୍ତୁ