ଅବ୍ୟକ୍ତ ବେଦନା
ଅବ୍ୟକ୍ତ ବେଦନା

ଅବ୍ୟକ୍ତ ବେଦନା

ଟ୍ରେନ ଆସିବାର ସମୟ ପାଖେଇ ଆସୁଥିଲାତରତର ହେଇ ପ୍ଲାଟଫର୍ମ ଆଡ଼େ ଆଗଉଥିଲି ମୁଁପ୍ରଥମ ଥର ପାଇଁ ବନ୍ଧୁଜଣଙ୍କ ଆସୁଛନ୍ତି ମୋ ସହରକୁତାଙ୍କର ସାମାନ୍ୟତମ ଅସୁବିଧା ମଧ୍ୟ ବାପାଙ୍କର କ୍ରୋଧ ଉଦ୍ରେକ କରିବା ପାଇଁ ଯଥେଷ୍ଟ; ଆଉ ସେଥିପାଇଁ ଟ୍ରେନ ଆସିବାର କିଛି ସମୟ ଆଗରୁ ଯାଇ ଷ୍ଟେସନ ପାଖରେ ଅପେକ୍ଷା କରିବାକୁ ଥିଲା କଡ଼ା ନିର୍ଦେଶପ୍ଲାଟଫର୍ମ ପାଖରେ ପହଞ୍ଚି ଘଣ୍ଟା ଦେଖିଲି, ଟ୍ରେନ ଆସିବାକୁ ଆହୁରି ପନ୍ଦର ମିନିଟ ବାକି ଅଛିପ୍ରାୟ ଖାଲିଥିବା ପ୍ଲାଟଫର୍ମଟିର ଗୋଟେ ପରିତ୍ୟକ୍ତ ବେଞ୍ଚ ଉପରେ ଯାଇ ବସିପଡ଼ିଲି ଅପେକ୍ଷା କରିବାର ମାନସିକତାକୁ ନେଇବଳକା ସମୟର ସଦୁପୋଯୋଗ କରିବାପାଇଁ ମୋବାଇଲ ଖୋଲି ସାମାଜିକ ଗଣମାଧ୍ୟମର ଗୋଟେ ପୃଷ୍ଠା ଖୋଲିଛି କି ନାହିଁ ପଛରୁ କିଏ ତାଳି ବଜାଉଥିବାର ଶୁଣିଲିପଛକୁ ବୁଲି ଦେଖେ ସମ୍ମୁଖରେ ଦଣ୍ଡାୟମାନ ଜଣେ କିନ୍ନରକାଳ ବିଳମ୍ବ କରି ୱାଲେଟ ଖୋଲି କୋଡ଼ିଏ ଟଙ୍କିଆ ନୋଟଟିଏ ବଢ଼େଇଦେଲି ତାହାତକୁ ଆଉ ସେ ମୋ ମୁଣ୍ଡଉପରେ ହାତ ସାଉଁଳେଇ ଆଣି ଠାକୁରେ କୋଟି ପରମାୟୁ ଦିଅନ୍ତୁକହି ଚାଲିଗଲା ମୋ ଠାରୁ ଆଗକୁ….

କିଛି ସମୟ ନିର୍ଲିପ୍ତ ନୟନରେ ଚାହିଁରହିଲି ସେ ଯିବା ବାଟକୁନିରେଖି ଦେଖିଲେ କେହି ବି ଜାଣି ପାରିବ ନାହିଁ ସେ କିନ୍ନର ବୋଲିଯୌବନର ମାଦକତା ଯେପରି ଲହଡ଼ି ଭାଙ୍ଗୁଥାଏ ତା ଦେହସାରା ! ମାଂସପେଶୀର ଆକର୍ଷଣ କାହାକୁ ବି ବାନ୍ଧି ରଖିବା ପାଇଁ ଥିଲା ଯଥେଷ୍ଟପରିପାଟୀରେ ବେଶ ମାର୍ଜିତ ଲାଗୁଥିବା ତାପ୍ରତି କେମିତି ଗୋଟେ ଅହେତୁକ ଖିଆଲ ଉଙ୍କିମାରୁଥିଲା ମୋ ମନତଳେଠିକ ସେତିକିବେଳେ ମୋ ଖିଆଲରେ ଭଟ୍ଟା ପକେଇ ଡ଼ାକବାଜି ଯନ୍ତ୍ରର ଘୋଷଣା ଶୁଣାଗଲାମୁଁ ଅପେକ୍ଷା କରିଥିବା ଟ୍ରେନଟି ଚାଳିଶ ମିନିଟ ଡେରିରେ ଆସୁଛି ! ଶଃଆହୁରି ଘଣ୍ଟାଏ !! କଣ କରିବି ଏତେ ସମୟ? ମନ୍ଦିର ଗଲେ ଘଣ୍ଟାଏ ଭିତରେ ଫେରିବା ସମ୍ଭବ ନୁହେଁକଣ କରିବି କଣ କରିବି ବସି ଭାବୁଛି କି ମନକୁ ଜୁଟିଲା, ଟିକେ ସେ କିନ୍ନର ସହ କଥାବାର୍ତ୍ତା ହେଲେ କିପରି ହୁଅନ୍ତା ! ବାଃବଢ଼ିଆ ଆଇଡ଼ିଆବୁଲିପଡ଼ି ଦେଖିଲି ସେ ଯାଇ ଏକୁଟିଆ ବସିଛି ମୋଠାରୁ ଦୁଇଟା ବେଞ୍ଚ ଛାଡ଼ି ଗୋଟେ ବେଞ୍ଚ ଉପରେଆଉ ବିଳମ୍ବ କରି ଯାଇ ବସିପଡ଼ିଲି ସେ ବସିଥିବା ବେଞ୍ଚର ଗୋଟେ ପାଖରେପାଖରେ ଥିବା ନୋଟ ଗୁଡ଼ିକୁ ଗୋଟି ଗୋଟି କରି ଗଣିବାରେ ବ୍ୟସ୍ତ ଥିଲା ସେମୋର ଅଚାନକ ଉପସ୍ଥିତିରେ ହଠାତ ହଡ଼ବଡ଼େଇ ଜିଜ୍ଞାସୁ ଆଖିରେ ଚାହିଁରହିଲା ସେ ମୋ ଆଡ଼େପରିସ୍ଥିତିକୁ ଟିକେ ସାମାନ୍ୟ କରିବାକୁ ଯାଇ କହିଲି ବ୍ୟସ୍ତ ହୁଅନ୍ତୁ ନାହିଁଟ୍ରେନ ଆସିବାକୁ ଅନେକ ସମୟ ବାକିଅଛି, ଆଉ ମୁଁ ଏକା ବସି ବସି ବୋର ହଉଥିଲିଭାବିଲି ଆପଣଙ୍କ ସହ କଥା ହେଲେ ସମୟ କଟିଯିବସେଥିପାଇଁଏଥର ସେ ସାମାନ୍ୟ ଆଶ୍ୱସ୍ତ ହେଲାଭଳି ଲାଗିଲାଟଙ୍କାସବୁ ଗଣି ଛାତି ବ୍ଲାଉଜ ତଳେ ଲୁଚେଇ ରଖିଥିବା ମନିପର୍ସରେ ରଖି ମୋ ଆଡ଼େ ଚାହିଁଲା ଆଉ ଏକ ଅଦ୍ଭୁତ ସ୍ମିତହାସ୍ୟ ଦେଇ ପଚାରିଲାକଣ କଥାହେବେ ମୋ ସହ? ଜଣେ ଛକା ସହ କଥା ହେଲେ ଆପଣଙ୍କ ଇଜ୍ଜତ ଚାଲିଯିବନି ‘??

ସେମିତି କାହିଁ କହୁଛନ୍ତି? ଯଦି ମୁଁ ସେମିତି ଭାବିଥାନ୍ତି ଆପଣଙ୍କ ପାଖେ ଆସି ବସିଥାନ୍ତି କି? ତାଛଡ଼ା ଆପଣ ବି ମୋ ପରି ଜଣେ ସାଧାରଣ ମଣିଷଆପଣଙ୍କ ସହ କଥାହେଲେ ମୋ ଇଜ୍ଜତ କାଇଁ ଚାଲିଯିବ ବୋଲି ଭାବୁଛନ୍ତି??

ମୁଁ ଭାବୁନି ଆଜ୍ଞା ! ମୁଁ ବାସ ସେଇଆ କହିଲି ଯାହା ଲୋକମାନେ କୁହନ୍ତିଯାହା ସମାଜ କୁହେ ଆମମାନଙ୍କୁ ନେଇ

ହେଲେ ମୁଁ କିନ୍ତୁ ସେମିତି ଭାବେନିମୋ ନଜରରେ ଆପଣ ବି ମୋ ପରି ଜଣେ ସାଧାରଣ ମଣିଷ

କାସ ତୁମ ଭଳି ସମସ୍ତେ ଭାବନ୍ତେ (ଅତି ଅସ୍ପଷ୍ଟ ଭାବେ କହିଲା ସେ)

ଏତିକି କହି ଚୁପିରହିଲା ସେକିଛି କ୍ଷଣପାଇଁ ନୀରବତାର ଗୋଟେ ବହଳ ପରଦ ଘୋଡ଼ି ହେଇଗଲା ଆମ ଉପରେକଣ କହି ପୁଣି କଥା ଆରମ୍ଭ କରିବି ଭାବୁଥାଏ କି ସେ ମୋ ଆଡ଼କୁ ପୁଣି ଗୋଟେ ସ୍ମିତହାସ୍ୟ ଦେଇ ଚାହିଁଲା ଆଉ ପଚାରିଲା

କଣ କଥା ହେବେ ବୋଲି କହୁଥିଲେ ପରା? ଏବେ ଚୁପ ବସିଲେ ଯେ !

ନାଇଁ ମୁଁ ଭାବିଲି କାଳେ ମୋ ସହ କଥାହେବାକୁ ଭଲ ଲାଗୁନଥିବସେଲାଗି

ହେ ହେ ହେ

ତାହେଲେ ଘର ଆଉ ପରିବାର ବିଷୟରେ କୁହନ୍ତୁ ନା

ବ୍ରହ୍ମପୁରରୁ ଟିକେ ଆଗକୁ ଗଲେ ପୋଲସରା ବୋଲି ଛୋଟିଆ ଜାଗା, ସେଇଠି ଆମଘରମତେ ଛାଡ଼ିଦେଲେ ଘରେ ବାପା ବୋଉ ଦୁଇ ଭଉଣୀ ଆଉ ଗୋଟେ ଭାଇମୁଁ ସମସ୍ତଙ୍କଠୁ ବଡ଼

ସବୁଦିନ କଣ ପୋଲସରାରୁ ଯିବା ଆସିବା କରୁଛନ୍ତି ?

ହେ ହେ ହେସେ ଭାଗ୍ୟ ମୋର କାହିଁ ଆଜ୍ଞା ! ଖୋର୍ଦ୍ଧା ରୋଡ଼ରେ ଗୋଟେ ଘର ଭଡ଼ା ନେଇ ରହୁଛୁ ଆମେ ପାଞ୍ଚ ଜଣବାସ ସେଇ ହେଲା ଘର

ଓଃ ! ସରିଆଚ୍ଛା ଆପଣ କଣ ପିଲାଦିନୁ ଏମିତି? ମାନେ….

ନା ନାପିଲାଦିନୁ ମୁଁ ବିଲକୁଲ ଅନ୍ୟ ଛୁଆଙ୍କ ପରି ସ୍ୱାଭାବିକ ଥିଲିସ୍କୁଲ ଯାଉଥିଲି, ସାଙ୍ଗ ମାନଙ୍କସହ ବୁଲୁଥିଲି, ଖେଳୁଥିଲିଭଲ ପାଠ ବି ପଢ଼ୁଥିଲି

ତେବେ?

ଯେବେଠାରୁ ଦୁନିଆ ସହ ପରିଚୟ ହେଲା, ସେବେଠାରୁ ସବୁ ଚାଲିଗଲାସାଙ୍ଗ ସାଥି ଗଲେ, ସ୍କୁଲ ଛାଡ଼ିଲି, ବନ୍ଧୁ ବାନ୍ଧବ ଗଲେ, ଏମିତିକି ପରିବାର ବି….

କଣ୍ଠ ବାଷ୍ପରୁଦ୍ଧ ହେଇ ଉଠୁଥିଲା ତାକେଉଁ ଅଜଣା ଖିଆଲରେ ହଜିଗଲା ପରି ଅନ୍ୟମନସ୍କ ହୋଇଉଠୁଥିଲା ସେପୁଣି ଏକ ନୀରବତାର ଚାଦର ଢାଙ୍କିହେବା ଆଗରୁ ପ୍ରଶ୍ନ କଲି

ଯଦି ପିଲାଦିନେ ଭଲ ପଢ଼ୁଥିଲ ପାଠ ଛାଡ଼ିଲ କଣ ପାଇଁ? ଆଉ ଯଦି ନିଜ ପରିବାରକୁ ଏତେ ମନେପକାଉଚ, ସେମାନଙ୍କ ସହ ରହୁନା କଣ ପାଇଁ?

ଯେତେବେଳେ ମୁଁ ଷଷ୍ଠ ଶ୍ରେଣୀରେ, ପ୍ରଥମ ଥର ଅନୁଭବ କଲି ମୋ ଶରୀରରେ ପରିବର୍ତ୍ତନଦିନ ବଢ଼ିବା ସହ ସେ ସବୁ ସ୍ପଷ୍ଟ ବାରିହେଉଥିଲା ମୋ ଦେହରେ ଆଉ ତାସହ ବଢ଼ି ଚାଲିଥିଲା ମୋ ମାନସିକ ଦୁଶ୍ଚିନ୍ତାସାଙ୍ଗ ସାଥୀଙ୍କ ଥଟ୍ଟା ମଜା, ସାଇ ପଡ଼ିଶାଙ୍କ ପରିହାସ ଆଉ ବନ୍ଧୁ ବାନ୍ଧବଙ୍କ ତାତ୍ସଲ୍ୟ ଭରା କଟୁବାକ୍ୟସବୁ ଯେମିତି ଅସହ୍ୟ ହୋଇଉଠୁଥିଲା ଦିନକୁ ଦିନ….. ସପ୍ତମ ଶ୍ରେଣୀରେ ଥିଲାବେଳେ ଦିନେ ସାର କହିଲେ ଯାଇ ଝିଅ ମାନଙ୍କ ପାଖେ ବସିବା ପାଇଁପୁରା ଶ୍ରେଣୀ ହସ ତାତ୍ସଲ୍ୟରେ ଗୁଞ୍ଜରିତ ହୋଇ ଉଠିଲାକେହି ବି ଚେଷ୍ଟା କରିନଥିଲେ ମୋ ମାନସିକ ଅବସ୍ଥା ବୁଝିବାକୁ ସେଦିନଚୁପଚାପ ତଳକୁ ମୁହଁପୋତି ଲୁହ ଗଡ଼େଇ ଚାଲିଥିଲି ପିରିଏଡ଼ ସାରାକ୍ଳାସ ସରୁ ସରୁ ବହିପତ୍ର ଧରି ଚାଲିଆସିଲି ବାହାରକୁସେଇ ଆସିଲି ଯେ ଆଉ ଯାଇନି ସ୍କୁଲକୁ, ହେଲେ ମୋ ସହ ରହିଯାଇଛି ସେଦିନର ସେ ନୂଆ ନା‘ ‘ମାଇଚିଆ‘ ।

ବାହାର ଲୋକଙ୍କର ଟାହିଟାପରାରୁ ବଞ୍ଚିବା ପାଇଁ ସିନା ଘରେ ରହିଗଲି, ହେଲେ ଘର ଲୋକମାନଙ୍କର ଆକ୍ଷେପ ଆଉ କଟାକ୍ଷ ଥିଲା ପ୍ରାଣାଂତକ କଷ୍ଟଦାୟୀ । “ଏନ୍ତୁଡ଼ି ଶାଳାରୁ ମରିଗଲୁନାହିଁ କଣ ପାଇଁ” “ମାଇଚିଆ ହେଇ ଜନ୍ମ ନେଇଛୁ ଆମକୁ ସାଧିବା ପାଇଁ” “ତୋ ଲାଗି ଦାଣ୍ଡରେ ମୁଣ୍ଡଟେକି ଚାଲିପାରୁନୁଜେଜେମା, ବାପା, କକା ଆଉ ଅନ୍ୟମାନଙ୍କଠୁ ସବୁଦିନ ଏମିତି କଥା ଶୁଣି ଶୁଣି ସ୍ଥାଣୁ ପାଲଟି ଯାଇଥିଲି ମୁଁଧୀରେ ଧୀରେ ତାହା ତୀବ୍ର ହେବାକୁ ଲାଗିଲାଦିନସାରା ସେମିତି ଘରର ଗୋଟେ କଣରେ ପଡ଼ିରହେ ମୋ ଭାଗ୍ୟକୁ ନିନ୍ଦା କରିବହୁତ କାନ୍ଦେ, ନିଜକୁ ବୁଝାଏ, ସବୁକୁ ସହିବାକୁ ମନକୁ ଦୃଢ଼କରେ, ହେଲେ ପାରେନି….

ପୁନଶ୍ଚ ନୀରବତାମେଞ୍ଚେ ମର୍ମ ବେଦନା ଦୀର୍ଘଶ୍ୱାସ ହୋଇ ବାହାରି ଆସିଲା ଦଲକାଏ ଗରମ ପବନ ହେଇ, ପଞ୍ଜରା ଥରାଇ….

ତାପରେ ??

ତାପରେତାପରେତାପରେ ଯାହା ଘଟିଲା ମୋ ଜୀବନର ମୋଡ଼ ବଦଳେଇଦେଲା ସବୁଦିନ ପାଇଁ….. ଦିନେ ରାତିରେ ଶୋଇଥାଏ ମୋ ଶୋଇବା ଘରେହଠାତ ଅନୁଭବ କଲି କାହାର ହାତ ପହଁରି ବୁଲୁଛି ମୋ ଛାତି ସାରାଚାଉଁ କିନା ପୁଳାଏ ନିଆଁ ଖସି ପଡ଼ିଲା ଯେମିତି ! ଧଡ଼ପଡ଼ ହେଇ ଉଠି ବସି ଦେଖେ ମୋ ପାଟିକୁ ଚାପି ଧରି ବସିଥିଲେ ମୋ ନିଜ କକା ଆଉ ତାଗିଦ କରି କହୁଥିଲେ ଯଦି କାହାକୁ କୁହେ ଜୀବନରେ ମାରିଦେବେ ବୋଲିକେତେ କାକୁତି ମିନତୀ ହେଲି, ଗୋଡ଼ ହାତ ଧରିଲି, କାନ୍ଦିଲି, ନେହୁରା ହେଲି ମତେ ଛାଡ଼ିଦେବା ପାଇଁହେଲେ କିଛି ଲାଭ ହେଲାନିତାଙ୍କ ନିଶ୍ୱାସର ଗରମ ପବନରେ ସେଦିନ ରାତିରେ ଖାଲି ମୋ ଦେହ ଜଳି ନଥିଲା, ତାସହ ଜଳିଥିଲା ମୋମନ, ମୋ ଆତ୍ମବିଶ୍ୱାସ, ମୋ ମାନସିକ ଅବସ୍ଥା ଆଉ ମୋ ଆତ୍ମା…. ଶରୀରର ଯନ୍ତ୍ରଣା ରାତିସାରା ବୋହିଚାଲିଥିଲା ଆଖିରୁ ମୋର ଧାର ଧାର ହୋଇ

ପୁଣି କିଛି ସମୟ କଟିଗଲା ନିରବତାରେଆଉ କିଛି ପଚାରିବାକୁ ମୋ ଅନ୍ତରାତ୍ମା ଯେମିତି ମୋତେ ବାରଣ କରୁଥିଲାମୋ କାନ ଧରି ବାରମ୍ବାର ତାଗିଦ କରୁଥିଲାନାବହୁତ ହେଇଗଲାଆଉ କିଛି ପଚାରି ତାକୁ ଅଧିକ କଷ୍ଟ ଦେବାର କୌଣସି ନୈତିକ ଅଧିକାର ତୋ ନାହିଁ ! ଦୀର୍ଘଶ୍ୱାସଟିଏ ବାହାରି ଆସିଲା ମୋ ଫୁସଫୁସର ତୀବ୍ରତାକୁ ପ୍ରତିହତ କରିତା ଆଡ଼େ ଚାହିଁଲିଆଖିର ଲୁହ ପୋଛି ସେ ପୁଣି ଆରମ୍ଭ କଲା

ସେତିକିରେ ସବୁକିଛି ସରିଗଲାନି ଆଜ୍ଞା ! ବରଂ ସେ ରାତିର ଘଟଣା ଆଗାମୀ ଦୁଇବର୍ଷ ପାଇଁ ରାସ୍ତା ପ୍ରଶସ୍ତ କରିଦେଇ ଗଲାଆଗାମୀ ଦୁଇବର୍ଷ, ପ୍ରତି ଶନିବାର/ରବିବାର ତିଳ ତିଳ ଜାଳିବାପାଇଁ ପକାଇ ଦେଇ ଗଲା ଦୃଢ଼ ଭିତ୍ତିପ୍ରସ୍ତରଅପ୍ରାପ୍ତ ଶରୀର ମୋର ଛଟପଟ ହୁଏ, ସହି ପାରେନି ସେ କଷ୍ଟ, ତଥାପି ପ୍ରତିବାଦ କରିପାରେନି କି କାହାକୁ କହି ପାରେନି…. ଦିନେ ରାତିରେ ବୋଉ କକାଙ୍କୁ ଦେଖିନେଲା ମୋ ସହତାକୁ ବୁଝିବାକୁ ବାକି ରହିଲାନି କିଛିମୋ ପାଖରେ ବହୁତ କାନ୍ଦିଲା, ହାତଯୋଡ଼ି ନେହୁରହେଲା ଘରଛାଡ଼ି ଚାଲିଯିବା ପାଇଁସେ ହିଁ ଜଣେ ଥିଲା ଯେ ମତେ ବୁଝୁଥିଲା ହେଲେ ସେ ଯେତେବେଳେ ହାତ ଟେକିଦେଲା, ମୋ ପାଖରେ ଅନ୍ୟ କୌଣସି ପନ୍ଥା ନଥିଲାସେଇ ରାତିରେ ଘର ଛାଡ଼ିଲିକୁଆଡ଼େ ଯିବି, କଣ କରିବି, କେମିତି ବଞ୍ଚିବି ସେ ସବୁ କିଛି ଚିନ୍ତା କରିନିପାସେଞ୍ଜର ଟ୍ରେନ ଯୋଉଠି ରହିଲା ସେଇଟା ଥିଲା ଖୋର୍ଦ୍ଧା ରୋଡ଼ସେଇଠି ଭେଟହୁଏ ଜସ୍ମିନ ସହ ଆଉ ରବି ପରିବର୍ତ୍ତିତ ହୁଏ ରୋଜିରେନାବଦଳେ, ବେଶ ବଦଳେ ଆଉ ବଦଳେ ଠିକଣା ବିୟା ଭିତରେ ୧୨ ବର୍ଷ ବିତି ଗଲାଣି, ଅନେକ କିଛି ପରିବର୍ତ୍ତନ ହେଲାଣି ହେଲେ ମୁଁ ଆଉ ଫେରିନି ପୋଲସରାକୁନିଜ ରୋଜଗାରରେ ଦୁଇ ଭଉଣୀଙ୍କ ବାହାଘର କରେଇଛି, ବାପାର ଶୁଦ୍ଧକ୍ରିୟା କରେଇଛି ଆଉ ସାନ ଭାଇକୁ ଇଞ୍ଜିନିଅରିଂ ପଢାଉଛିସେଦିନର ସେ ରବି, ରୋଜିରେ ପରିଣତ ହେବା ପାଇଁ ସଭ୍ୟ ସମାଜ ବହୁତ ସାହାଯ୍ୟ କରିଛି ଆଜ୍ଞାଆମେମାନେ ବଞ୍ଚୁ ଅନ୍ୟମାନଙ୍କ ଦୟାରେ ଆଉ ସ୍ୱପ୍ନ ଦେଖୁ ଦିନ ଆଲୁଅରେ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବାକୁତଥାପି ଆମେ ବଞ୍ଚୁ ଅଳ୍ପ ଟିକେ ସ୍ୱପ୍ନ ଦେଖିବାକୁ….

ଏତିକି କହି ଚୁପ ରହିଲା ସେ ଆଉ ହଠାତ ଉଠିପଡ଼ି ଯିବା ପୂର୍ବରୁ କହିଲା

– “ମୋ ଭଳି ସମସ୍ତଙ୍କର ଏମିତି ଗୋଟେ ଗୋଟେ କାହାଣୀ ଅଛି ଆଜ୍ଞା, ହେଲେ ସେ ସବୁକୁ ଶୁଣିବା ପାଇଁ ଆପଣଙ୍କ ପରି କେତେଜଣ ଅଛନ୍ତି??”

ଚାଲି ଯାଉଥିଲା ସେ ତାବାଟରେ ଆଉ ମୁଁ ନିର୍ଲିପ୍ତ ନୟନରେ ଚାହିଁ ରହିଥିଲି ତାକୁଭିତରେ ଭିତରେ ମୋ ଅଜାଣତରେ ତାପ୍ରତି କେମିତି ଗୋଟେ ଅଜଣା ସମ୍ମାନ ଉଙ୍କି ମାରୁଥିଲାଇଛା ହଉଥିଲା ତାକୁ ସଲାମ କରିବାକୁଯାଉ ଯାଉ ସେ ଅନେକ ପ୍ରଶ୍ନ ଛାଡ଼ିଗଲା ମୋ ପାଇଁ, ସମାଜ ପାଇଁସତରେ କଣ ସେମାନେ ଅଲୋଡ଼ା? ସତରେ କଣ ସେମାନଙ୍କ ପାଇଁ ସଭ୍ୟ ସମାଜରେ ସ୍ଥାନ ସୀମିତ? ସତରେ କଣ ସେମାନେ ଆମପରି ସାଧାରଣ ଭାବେ ବଞ୍ଚି ପାରିବେନି? ତାହେଲେ କାହିଁକି ଘୃଣା କରେ ସମାଜ ସେମାନଙ୍କୁ?? ଖାଲି କଣ ଆରକ୍ଷଣ କରିଦେଲେ ବା ଭୋଟ ପରିଚୟପତ୍ର କରିଦେଲେ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହେଇଯିବେ?? ସତରେ କଣ ସେମାନଙ୍କ ପ୍ରତି ଆମ ମାନସିକତାରେ ପରିବର୍ତ୍ତନ ଆସିବନି?? ଆହୁରି ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜୁଥିଲି ମୁଁ ପ୍ଲାଟଫର୍ମର ବେଞ୍ଚ ଉପରେ ବସି….

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu