You are currently viewing ରବିବାର
ରବିବାର

ରବିବାର

ଓହୋ, ଏଇ ସପ୍ତାହଟା ଗୋଟିଏ ବର୍ଷ ଭଳି ଲାଗିଲା ଯା ହଉ କାଲି ରବିବାର ।” ନିଜ ବ୍ୟାଗ ସଜାଡୁ ସଜାଡୁ ବଡ଼ବାବୁ କହିଲେ ନିତା ତାଙ୍କ ପାଖ କ୍ୟାବିନରେ ବସେ ସେ ତାଙ୍କ କଥା ଶୁଣି ହସିଲା ବଡ଼ବାବୁ ନିଜ ପାନଖିଆ ଦାନ୍ତ ଦେଖେଇ କହିଲେ, “ବୁଝିଲେ ମାଡାମ, ରବିବାରରେ ମଣିଷ ଟିକେ ଶାନ୍ତିରେ ଶୋଇବ ନହେଲେ ସପ୍ତାହଯାକର ଯୋଉ ଗଧ ଖଟଣୀ ଆପଣ ଏବେ ବାହାରିବେନି କି?” ନିତା କହିଲା, “ହଁ ସାର, ଛୋଟ କାମଟେ ବାକି ଅଛି କାମ ସାରି ବାହାରିବି ।” “ହଉ ତାହେଲେ, ମୁଁ ଆସୁଛି ସୋମବାର ଦେଖାହେବ ନମସ୍କାର ।” ନିତାକୁ ନମସ୍କାର ପକେଇ ବଡ଼ବାବୁ ଚାଲିଗଲେ ନିତା ନିଜ କମ୍ପ୍ୟୁଟର ସ୍କ୍ରିନକୁ ଚାହିଁଲା ପନ୍ଦର ମିନିଟ ପରେ ତାର କାମ ସରିଲା ସେ ନିଜ ବ୍ୟାଗ ସଜାଡ଼ିଲା ସେତେବେଳକୁ ଅଫିସର ଅଧା ଲୋକ ଯାଇ ସାରିଥିଲେ ବାହାରକୁ ଆସି ନିତା ନିଜ ସ୍କୁଟି ଷ୍ଟାର୍ଟ କଲା

ଅଧଘଣ୍ଟା ଲାଗେ ତାକୁ ଘରେ ପହଞ୍ଚିବାକୁ ଘରେ ପହଞ୍ଚିଲା ବେଳକୁ ପୁଅ ଝିଅ ଦୁହେଁ ଦାଣ୍ଡରେ ଖେଳୁଛନ୍ତି ଶାଶୁ ବାରଣ୍ଡାରେ ବସି ଚା ପିଉଛନ୍ତି ତାକୁ ଦେଖି ହସିଲେ ଛୁଆମାନେ ତା ପାଖକୁ ଦଉଡି ଆସିଲେ । “ମାମା ମାମା ଏତେ ଲେଟ କାଇଁ କଲ? ହେଲେ ଯା ହଉ କାଲି ରବିବାର ତମେ ଅଫିସ ଯିବନି କାଲି ଆମେ ନନ୍ଦନକାନନ ବୁଲିଯିବା ନା?” ଝିଅ ପଚାରିଲା ନିତା ସ୍କୁଟିକୁ ଭିତରେ ରଖି ନିଜ ବ୍ୟାଗ କାଢିଲା ଦୁଇ ଛୁଆଙ୍କ ହାତ ଧରି ଘର ଭିତରକୁ ନେଇ ଯାଉଯାଉ ଉତ୍ତର ଦେଲା, “ନାଇଁ କାଲି ନୁହେଁ କାଲି ପରା ଜଣେ ଅଙ୍କଲ ଆଉ ଆଣ୍ଟି ଆସିବେ ସେଥିପାଇଁ କାଲି ଘରେ କାମ ପରେ ଯିବା ଆର ରବିବାର ଯିବା ହେଲା?” “ହଉ ଠିକ ଅଛିକହି ପୁଅଝିଅ ଦୁହେଁ ଖେଳିବାକୁ ଅନ୍ୟ ରୁମକୁ ଚାଲିଗଲେ ନିତା ଲୁଗା ପାଲଟିବା ଆରମ୍ଭ କଲା ସନ୍ଧ୍ୟା ଦବ ତାପରେ ଚା ପିଇ ରାତି ଖାଇବା ବନେଇବ

ସେଦିନ ସୁଜିତ ଆସୁ ଆସୁ ରାତି ୮ଟା ହେଇଯାଇଥାଏ ଖିଆପିଆ ସରିଲାବେଳକୁ ରାତି ୧୧ଟା । “ଯା ହଉ କାଲି ରବିବାର ମଣିଷ ଟିକେ ଆରାମ କରିବ ।” ସୁଜିତ ଖଟ ଉପରେ ବସୁ ବସୁ କହିଲେ । “ଆଉ ହଁ, ତୁମେ ଦୟାକରି ତୁମ ଆଲାର୍ମ ଅଫ କରି ରଖିବ କାଲି ।” ନିତାକୁ ଚାହିଁ କହିଲେ ସେ । “ହଉବୋଲି କହି ନିତା ଚାଦରଟାକୁ ନିଜ ମୁହଁ ଉପରକୁ ଟାଣିନେଲା ସକାଳ ପାଞ୍ଚଟାରେ ନିଦ ଭାଙ୍ଗିଗଲା ନିତାର ସେ ଉଠିପଡି ଗାଧେଇଯିବାକୁ ବାହାରିଲା ବେଳକୁ ସୁଜିତଙ୍କ ନିଦ ଭାଙ୍ଗିଗଲା ସୁଜିତ କହିଲେ, “ଆଜି ଏମିତି ତରତର ହେଇ ଉଠିବା ମାନେ? ଆଜି କୋଉ ଅଫିସ ଜଗିଛି ତୁମକୁ?” ନିତା କିଛି କହି ବାଥରୁମରେ ପଶିଗଲା କେମିତି କହିବ ସେ ସୁଜିତକୁ? ଆଜି ଅଫିସ ତାକୁ ଜଗିଲେ ବି ଶାଶୁ ନିଶ୍ଚୟ ଜଗିଥିବେ ଚାପାଇଁ ଠାକୁର ସବୁ ଜଗିଥିବେ ଭୋଗପାଇଁ ତାପରେ ଉଠୁଉଠୁ ଛୁଆ ଜଗିବେ ଜଳଖିଆ ପାଇଁ ରବିବାର ବୋଲି ଏସବୁ ବନ୍ଦ ହେଇ ଯିବନି! ହେଲେ ସ୍ୱାମୀମାନେ ଏସବୁ କଥା କଉଠୁ ବୁଝିବେ?

ନିତା ଗାଧେଇ ସାରିଆସି ଶାଶୁଙ୍କୁ ଚା ଦେଲା ଠାକୁର ପୂଜା କଲା ସକାଳ ଜଳଖିଆ କଲା ଠିକା ଚାକରାଣୀ ଆସି ତା କାମ ସରିଲା ପରେ ନିତା ସପ୍ତାହ ଯାକର ଅସନା ଲୁଗା ଆଣି ମେସିନରେ ପକେଇ ସଫାକଲା ଦିପହର ମାଂସ ହେବ ଆଉ ରାତିରେ ଚିକେନ ସୁଜିତ ଶୀଘ୍ର ଉଠିଲେ ସବୁ ନେଇକି ଆସିବେ ଛୁଆମାନେ ଉଠିଲେ ଟାରେ ସୁଜିତ ଉଠିଲେ ଦଶଟା ବେଳକୁ ନିତା ସେତେବେଳକୁ ମାଂସପାଇଁ ମସଲା ବାଟି ସାଧା ତରକାରୀର ପରିବା କାଟୁଥାଏ ସୁଜିତ ବଜାରକୁ ଗଲେ ଜିନିଷ କିଣିବାକୁ ସେଇ ଭିତରେ ରାତିପାଇଁ ବି ଅଧେ କାମ ସାରିଦେଲା ନିତା ରାତିରେ ଆଉ ସମୟ ହବନି ଗୋଟାଏ ସୁଦ୍ଧା ରନ୍ଧା ସରିଲା ଖାଉଖାଉ ଦୁଇଟା ପୁଅଝିଅ କୋଉ କଥାକୁ ନେଇ ଝଗଡା ଲାଗୁଥାନ୍ତି ସୁଜିତଙ୍କୁ କହିଲେ ସେ କିଛି ବୁଝି ପିଟି ପକେଇବେ ଛୁଆଙ୍କୁ ନିତା ଛୁଆଙ୍କୁ ବୁଝେଇ ଶୁଝେଇ ତାଙ୍କ ରୁମରେ ତାଙ୍କୁ ଶୁଆଇଲା ଶାଶୁ ସୁଜିତ ସେତେବେଳକୁ ନିଜ ନିଜ ରୁମରେ ଶୋଇସାରିଲେଣି

ନିତା ଶୁଖେଇଥିବା ଲୁଗାଗୁଡା ଓଲଟେଇ କି ଖଟରେ ଗଡ଼ିବ ବୋଲି ଆସୁଛି ଘରର କଲିଂବେଲ ବାଜିଲା ଖୋଲିଲା ବେଳକୁ ତା ସାଙ୍ଗ ମାନି । “ଆରେ ମାନି! ତୁ ହଠାତ? ଫୋନ କରି?” ନିତା ପଚାରିଲା ମାନି ଉତ୍ତର ଦେଲା, “ଆଲୋ ତୁ ଫୋନ ଉଠେଇଲେ ? ଏତେ ଥର ରିଂ ହେଇଚି ଯା ଦେଖେ ।” ନିତା ଜିଭ କାମୁଡି କହିଲା, “ହଁ ଆମେ ସବୁ ଖାଉଥିଲୁ ମୁଁ ଫୋନ ଶୁଣି ପାରି ନଥିବି ଆଉ ତୁ କହ, ଏଠି କେମିତି?” ମାନି କହିଲା, “ମୁଁ ଏଇ ପାଖକୁ ମୋ ମାଉସୀ ଘରକୁ ଆସିଥିଲି ତୁ ସପ୍ତାହ ଯାକ ଅଫିସରେ ଏଇ ରବିବାରରେ ହିଁ ତୋ ସଂଗେ ଦେଖା ହେଇପାରିବ ସେଥିପାଇଁ ଆସିଗଲି,” । “ହଉ ଭଲ କଲୁ ବସେ ଏଇଠି,” କହି ନିତା ତାକୁ ନେଇ ବସିପଡିଲା ସୋଫା ଉପରେ

ମାନି ସେଦିନ ଯାଉ ଯାଉ ସାଢେ ଚାରି ସେତିକିବେଳକୁ ଶାଶୁ ଉଠି ପଡ଼ିଥାନ୍ତି ତାଙ୍କୁ ଚା ଦେଇ ନିତା ଶୁଖେଇଥିବା ଲୁଗାପଟା ଆଣି ଭାଙ୍ଗିବାକୁ ଲାଗିଲା ହଠାତ କାହା ପାଟି ଶୁଭିଲା ପଡିଶା ଘର ମାଉସୀ ତାଙ୍କ ବୋହୂକୁ ନେଇ ବୁଲିବାକୁ ଆସିଲେ ତାଙ୍କ ବୋହୁ ଦିଲ୍ଲୀରେ ରହେ ଏବେ ଛୁଟିରେ ବୁଲିବାକୁ ଆସିଛି ତାଙ୍କୁ ସର୍ବତ ଆଉ ଜଳଖିଆ ଦେଇ ତାଙ୍କ ସଂଗେ ଟିକେ ଗପୁଗପୁ ପାଞ୍ଚଟା ପଇଁଚାଳିଶ ହେଇଗଲା ସେମାନେ ଉଠିଗଲେ ତାପରେ ଆଉ ନିତା ସନ୍ଧ୍ୟା ଦେଲା ସଂଗେ ସଂଗେ ଲୁଗା ବଦଳେଇ ପୁଣି ରାତିପାଇଁ ଖାଇବା ତିଆରି କରିବାକୁ ହବ ଶୀଘ୍ର ରାତିରେ ସୁଜିତଙ୍କର ବନ୍ଧୁ ବନ୍ଧୁପତ୍ନୀଙ୍କୁ ରାତ୍ରିଭୋଜନରେ ଡକା ହେଇଚି ସେମାନେ ଏବେ ଆମେରିକାରୁ ଫେରିଛନ୍ତି ତାଙ୍କ ଛୁଆମାନେ ହଷ୍ଟେଲରେ ଏମିତିରେ ସେମାନେ ପ୍ରଥମ ଥର ପାଇଁ ତାଙ୍କ ଘରକୁ ଆସିବେ

ନିତା ତାଙ୍କ ପାଇଁ ଫ୍ରାଏଡ ରାଇସ, ପରଟା, ଚିଲି ଚିକେନ, ପନିର ମସଲା, କୋବି ପକୁଡି ଆଉ କଷ୍ଟର୍ଡ଼ ପୁଡିଙ୍ଗ ତିଆରି କଲା ଭଲ ହେଲା ସକାଳୁ ବଟାବଟି, କଟାକଟି, ଅଟା ଚକଟା ସବୁର ଅଧାରୁ ଅଧିକ କାମ ସାରିଦେଇଥିଲା ସେ ସେଥିପାଇଁ ସାଙ୍ଗେ ସାଙ୍ଗ ଖାଇବା ତିଆରି ହେଇଗଲା ସେମାନେ ଆସୁଆସୁ ଟିକେ ଡେରି କଲେ ସାଢେ ଆଠଟାରେ ଆସି ପହଞ୍ଚିଲେ ତାପରେ ଗପସପ ଆଉ ଖିଆପିଆ ସେମାନେ ଗଲାବେଳକୁ ଏଗାରଟା ଛୁଆମାନେ ହାଲିଆ ହେଇଯାଇଥାନ୍ତି ପୁଅ ଶୀଘ୍ର ଶୋଇପଡ଼ିଥାଏ ଝିଅକୁ ବିଛଣାରେ ଶୁଆଉ ଶୁଆଉ ଝିଅ କହିଲା, “ମାମା ସନଡେ କେତେ ଜଲଦି ପଳେଇଲା କାଲି ସୋମବାର ମତେ ଜମା ଇଚ୍ଛା ନାହିଁ ସ୍କୁଲ ଯିବାକୁ ।” “ହଉ ଶୋଇପଡ଼େ ଡେରି ହେଲାଣି,” କହିଲା ନିତା

ଝିଅକୁ ଶୁଆଇ ବିଛଣାକୁ ଆସିଲା ସେ ସୁଜିତ ଶୋଇବାକୁ ବାହାରୁଥାନ୍ତି କହିଲେ, “ବିରକ୍ତ ଲାଗୁଚି ।” ନିତା ପଚାରିଲା, “କାହିଁକି?” “ଆରେ ଦେଖୁନ କେତେ ଶୀଘ୍ର ରବିବାରଟା ପଳେଇଲା କାଲି ଫେର ବ୍ୟାଙ୍କ କେତେ ଟେନସନ,” ସୁଜିତ ଉତ୍ତର ଦେଲେ ଫେର କହିଲେ, “ଆଉ ହଁ, କାଲି ମତେ ଶୀଘ୍ର ଉଠେଇଦବ ।” ବାରଟା ହେଇଯାଇଥାଏ । “ଠିକ ଅଛିକହି ନିତା ରୁମର ଲାଇଟ ଅଫ କଲା ସକାଳୁ ପୁଣି ପାଞ୍ଚଟାବେଳେ ତା ନିଦ ଭାଙ୍ଗିଗଲା ସେ ଦଉଡ଼ିକି ବାଥରୁମରେ ପଶିଲା ଗାଧେଇସାରି ଠାକୁର ପୂଜା କଲା ଶାଶୁଙ୍କୁ ଚା ଦେଲା ସୁଜିତ ଆଉ ଛୁଆଙ୍କୁ ଉଠେଇଲା ଜଳଖିଆ ଆଉ ଦିପହର ଖାଇବା ବନେଇଲା ସମସ୍ତଙ୍କ ଟିଫିନ ପ୍ୟାକ କଲା ଛୁଆଙ୍କୁ ରେଡି କଲା ସୁଜିତଙ୍କୁ ଟିଫିନ ଦେଲା କଉଠି କଣ ଅଛି ଶାଶୁଙ୍କୁ କହିଦେଲା ଆଉ ତାପରେ ନିଜେ ରେଡି ହେଇ ସ୍କୁଟିରେ ଅଫିସ ବାହାରିଲା

ଅଫିସରେ ପ୍ରଥମେ ବଡ଼ବାବୁ ଦେଖାହେଲେ । “ନମସ୍କାର ମାଡାମ,” ବଡ଼ବାବୁ ତାକୁ ଦେଖି ନମସ୍କାର ପକେଇଲେ । “ନମସ୍କାର ବଡ଼ବାବୁ ମୁହଁ କାହିଁକି ଶୁଖେଇଛନ୍ତି?” ନିତା ତାଙ୍କୁ ପଚାରିଲା । “ମାଡାମ ସୋମବାରରେ କାହାକୁ ହସିବା ଦେଖିଛନ୍ତି? ଦେଖୁଦେଖୁ ରବିବାରଟା ପଳେଇଲା ଆଜିଠୁ ଫେର ଚିନ୍ତା, ଫେର ଟେନସନ ।” ନିତା ଟିକେ ହସିଦେଇ ନିଜ କ୍ୟାବିନରେ ପଶିଲା ଟେବୁଲରେ ବ୍ୟାଗଟିକୁ ରଖିଲା ଆଉ ନିଜେ ଚୌକିରେ ବସିପଡିଲା ତାପରେ ଚପଲଖୋଲି ନିଜ ଗୋଡ଼କୁ ଦେଖିଲା ଫୁଲି ଯାଇଛି ପୁରା ଦୁଇ ମିନିଟ ହାଲିଆ ମାରି ନିଜ କମ୍ପ୍ୟୁଟର ଅନ କଲା ବହୁତ କାମ ବାକି ରହିଛି ଗୋଟାଏ ଯାଏଁ କାମ କଲା ନିତା ଗୋଟାଏରୁ ଦୁଇଟା ଖାଇବା ବ୍ରେକ ସେତେବେଳକୁ ଅଫିସକୁ ଆଉ କେହି ବାହାର ଲୋକ ଆସନ୍ତି ନାହିଁ ସେଇ ସମୟରେ ସମସ୍ତ କର୍ମଚାରୀ ପ୍ରାୟ କ୍ୟାଣ୍ଟିନକୁ ଚାଲିଯାନ୍ତି ଖାଇବାକୁ ନିତା ପରି କିଛିଜଣ ମହିଳା କର୍ମଚାରୀ ନିଜ ନିଜ କ୍ୟାବିନରେ ଲଞ୍ଚ କରନ୍ତି ସେଦିନ ବି ନିତା ସବୁଦିନ ପରି ପନ୍ଦର ମିନିଟରେ ନିଜ ଖାଇବା ଶେଷ କରିଦେଲା ଓଃ ସମୟ ହେଇଗଲା ଗୋଟାଏ ପନ୍ଦର ସାମ୍ନା ଚୌକିରେ ନିଜ ଫୁଲିଲା ଗୋଡ ଦୁଇଟା ଲମ୍ବେଇ ଦେଲା ନିତା

ସମସ୍ତଙ୍କର ମନ ଦୁଃଖ ଯେ ରବିବାର ପଳେଇଲା ଆଉ ସମସ୍ତେ ଦୁଃଖୀ ଯେ ଆଜି ସୋମବାର ଆଉ ନିତା? ସେ କଣ ଭାବେ? ସେ ବି କଣ ଦୁଃଖୀ? ସୋମବାରରୁ ଶନିବାର ଯାଏଁ ସବୁଦିନ ଗୋଟାଏ ପନ୍ଦରରୁ ଦୁଇଟା ଯାଏଁ ସେ ଚାଲିଯାଏ ଅନନ୍ତ ଶୟନରେ ଯଦିଓ ଏଇ ଅନନ୍ତ ଶୟନ ଅନନ୍ତ କାଳ ପାଇଁ ନୁହେଁ କେବଳ ପଇଁଚାଳିଶ ମିନିଟ ପାଇଁ; ତେବେବି ଏହା ତାଭଳି ଏକ ମଧ୍ୟବିତ୍ତ କର୍ମଜୀବୀ ମହିଳା ପାଇଁ ବିଳାସରୁ କିଛି କମ ନୁହେଁ ପୁଣି ଖାଲି ବିଳାସ ନୁହେଁ ଏଇ ପଇଁଚାଳିଶ ମିନିଟ ତାକୁ ନେଇଯାଏ ଦୁନିଆର ସବୁ ଦୁଃଖ କଷ୍ଟ ଚିନ୍ତା ଶୋକ ଦେହପୀଡାଠାରୁ ଦୁରକୁ ସେ ପୁଣି ତିଆରି କରେ ନିଜକୁ ଦୁନିଆକୁ ସାମ୍ନା କରିବାକୁ, ସବୁ ବାଧାବିଘ୍ନ ସାଙ୍ଗେ ଲଢ଼ିବାକୁ କିନ୍ତୁ ଚବିଶ ଘଣ୍ଟାରେ ନିଜ ସକାଶେ ପଇଁଚାଳିଶ ମିନିଟର ଏକ ସ୍ୱାର୍ଥୀ ଜୀବନ ଚାଁହୁଥିବା ମଣିଷଟିକୁ ଏଇ ରବିବାରଟି ସବୁବେଳେ ଖତେଇ ହୁଏ ଅନ୍ୟମାନଙ୍କ ପାଇଁ ରବିବାର ହୁଏତ ଛୁଟିଦିନ ହେଇପାରେ କିନ୍ତୁ ତା ଭଳି ସ୍ତ୍ରୀଲୋକଙ୍କ ପାଇଁ ନୁହେଁ ଓଲଟା ରବିବାର ଛଡେଇ ନିଏ ତାଠୁ ଏଇ ଦୁର୍ଲଭ ସମୟ ହେଲେ ଖାଲି ନିଜ ପ୍ରିୟଜନଙ୍କ ସାଙ୍ଗରେ ସମୟ କଟେଇବାର ଲୋଭ ପାଇଁ ସେ ବି ଆପଣେଇ ନେଇଛି ରବିବାରଟିକୁ ହସିହସି ସହିନିଏ ରବିବାରର ମିଠା ତାଡନାକୁ ନିଜ ପ୍ରିୟଜନଙ୍କ ପାଇଁ ହିଁ ଏଇ ଜୀବନ ଏଇ ସଂଘର୍ଷ ଆଉ ସେଇଥିପାଇଁ ରବିବାର ସାଙ୍ଗେ ତାର ଏଇ ଲୁଚକାଳି ହଉ ଚାଲୁ ଯେତେଦିନ ଚାଲୁଛି ନିତା ଦୀର୍ଘନିଶ୍ୱାସଟିଏ ମାରିଲା ତାପରେ ଦୁଇଆଖିକୁ ବୁଜିଦେଇ ମୁରୁକିହସା ମାରି କହିଲା, “ଓଃ!! ଯା ହଉ ଆଜି ସୋମବାର ।”

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ସୁଲଗ୍ନା ମହାନ୍ତି, ପେଶାରେ ଜଣେ ଇଂରାଜୀ ଅଧ୍ୟାପିକା । ମାତ୍ର ଓଡ଼ିଆ ଗଳ୍ପ ରଚନାରେ ସେ ବେଶ୍ ପରିଚିତା । ତାଙ୍କର ପ୍ରଥମ ଗଳ୍ପ ସଂକଳନ ନାଲି ଚୁଡ଼ାର ଅଭୁତପୂର୍ବ ସଫଳତା ପରେ ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ପ୍ରକାଶ ପାଇଥିଲା ।