ଅତୀତ ଅଭୁଲା ସ୍ମୃତି
ଜହ୍ନ ବି ଜାଣିଛି କଇଁ ମନକଥା ଜହ୍ନ କଥା ଜାଣେ କଇଁ ଆସୁ ପଛେ ଝଡ଼ ସୁନାମୀ ଜୁଆର ଅଲଗା ହୋଇବେ ନାହିଁ ॥ ବଦଳି ଯାଇନି କିଛି ସମୟଟା ଯାହା ଅଣଲେଉଟାଣି ଅତୀତ ଅଭୁଲା ସ୍ମୃତି ॥ – ସସ୍ମିତା ପ୍ରଧାନ
ଜହ୍ନ ବି ଜାଣିଛି କଇଁ ମନକଥା ଜହ୍ନ କଥା ଜାଣେ କଇଁ ଆସୁ ପଛେ ଝଡ଼ ସୁନାମୀ ଜୁଆର ଅଲଗା ହୋଇବେ ନାହିଁ ॥ ବଦଳି ଯାଇନି କିଛି ସମୟଟା ଯାହା ଅଣଲେଉଟାଣି ଅତୀତ ଅଭୁଲା ସ୍ମୃତି ॥ – ସସ୍ମିତା ପ୍ରଧାନ
ତୁ କହିବୁ ମୁଁ ଶୁଣିବି ମୁଁ କହିବି ତୁ ଶୁଣିବୁ ଏମିତି ହେବ ଆମ କଥୋପକଥନ । ତୁ ଚାଲିବୁ ଆଗେ ମୁଁ ଚାଲିବି ପଛେ ଚାଲିବା ଆମେ ଅସରନ୍ତି ପଥ ଜୀବନର ଚଲାପଥେ । ନଥିବ ହିଂସା ନଥିବ ଦ୍ଵନ୍ଦ ଥିବ ଖାଲି ପ୍ରେମ ଥିବ ବୁଝାବଣା ଏଇ ତ ଜୀବନ । – ସନାତନ ମହାକୁଡ
ପଢ଼ିଛ କି କେବେ ମୃତ୍ୟୁର ଚିଠି କାଚ ବୋତଲର ଜଉମୁଦେ କେବେ ଭାସୁଥାଏ ଜୁଆର ଭିତରେ କେବେ ପଡ଼ିଥାଏ ବାଲିକୁଦେ । ଭଙ୍ଗା ଜାହାଜର ଟୁକୁଡ଼ା ଭିତରେ ଅଧାମରା କେହି ଜଣେ କେବେଠୁ ପଡ଼ିଛି ନିଶବ୍ଦ ସେ ଦ୍ଵୀପେ ତା’ ଧିମା ନିଃଶ୍ୱାସ ହିଁ ଜାଣେ । କାଗଜରେ କିଛି ପଦ ଲେଖିଦେଇ ମନକୁ ମନ ସେ ଭାବେ ଚିଠିଟା ତ କେହି ନିଶ୍ଚେ ପାଇଥିବ ମତେ ନେବାକୁ ଆସିବେ ଏବେ । ଦେଖିଲେ ବି କେହି…
ବିରାଜ ଦାଶ (Biraj Dash) ଜଣେ ଓଡ଼ିଆ ଅଭିନେତା ଓ କାହାଣୀକାର ଥିଲେ ଯିଏକି ଓଡ଼ିଆ ନାଟକ, ରେଡିଓ ନାଟକ, ଧାରାବାହିକ, ଟେଲିଫିଲ୍ମ ଏବଂ କଥାଚିତ୍ର ଆଦିରେ ଅଭିନୟ କରୁଥିଲେ । ସେ କିଛି ହିନ୍ଦୀ ଧାରାବାହିକ ଓ ବଙ୍ଗଳା କଥାଚିତ୍ର ଜଗତରେ ମଧ୍ୟ କାମ କରିଥିଲେ । ସେ ମଞ୍ଚ ନାଟକରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଆକାଶବାଣୀ ଓ ଦୂରଦର୍ଶନରେ କାମ କରିଥିଲେ । ୧୯୫୯ ମସିହାର ଜୁନ…
ସ୍ରଷ୍ଟାଙ୍କ ସୃଷ୍ଟିରେ ପ୍ରାଣୀଙ୍କ ମଧ୍ୟରେ ସୁନ୍ଦର ରଚନା ନାରୀ, ଝିଅଜନ୍ମ ନୁହେଁ ଚୁଲିର ମୁଣ୍ଡକୁ ଶିକ୍ଷାର ସେ ଅଧିକାରୀ । ନାରୀଟି ସମାଜେ ଶିକ୍ଷିତ ହୋଇଲେ ସମାଜ ହୁଏ ଶିକ୍ଷିତ, ଶିଶୁଟିର ପୁଣି ବିକାଶ ପଛରେ ନାରୀଟିର ଥାଏ ହାତ । ଉଚ୍ଚାସନେ ସଦା ରହିଥିବ ନାରୀ ଶିକ୍ଷା ହିଁ ତା’ ଆଭୂଷଣ, ଶିକ୍ଷା ବଳେ ସିନା ନାରୀଟି ଲଢ଼ିବ ରୋକିବ ନାରୀ ଶୋଷଣ । ପାଠ ପଢ଼ିଦେଲେ ଶିକ୍ଷା କୁହନ୍ତିନି ସେହି ନାରୀ ହିଁ ଶିକ୍ଷିତ,…