banamali

ବନମାଳୀ

ବାଇଶି ପାହାଚେ ବଂଶୀ ବଜାଉଛ ବିବସ ହେଲାଣି ମନ… ବିଘ୍ନକୁ ତୁଟାଇ ବିରୋଧ ଏଡ଼ାଇ ବିଲାତୁ ଫେରୁଚି ଧନ… ବହୁଦିନୁ ସିଏ ବରାଦ କରିଛି ବନ୍ଧୁଜନ ସାଥେ ମିଶି… ବିବୁଧଙ୍କୁ ଭେଟି ବିବରଣୀ ଦେବ ବାଳୁତ କାଳରୁ ବସି… ବେଳାଭୂମି ଯାଇ ବୁଡ଼ ପକାଇବ ବିସ୍ତୀର୍ଣ୍ଣ ସାଗରେ ଡୁବି… ବାନ୍ଧି ରଖିଥିବ ବନ୍ଧନେ ତୁମର ବନାଇବ ଶ୍ରେଷ୍ଠ ଛବି…. – ସୌମ୍ୟରଞ୍ଜନ ପାଲ୍

ଅଧିକ ପଢ଼ନ୍ତୁ
tathapi-mo-gaon-hasuchi

ତଥାପି ମୋ ଗାଁ ହସୁଛି

ସକାଳ ହୋଇଲେ ରାବୁନି କାଉ ପିଢ଼ା ନାହିଁ ବୋଲି ମାଡ଼ୁନି ଲାଉ ଚାଷ ହେଉନାହିଁ ଭଲରେ ଆଉ ଖାଉ ନାହିଁ କେହି ମାଣ୍ଡିଆଯାଉ ସେସବୁ ପୁରୁଣା ହୋଇଛି ତଥାପି ମୋ ଗାଁ ହସୁଛି । ମାଟି ହାଣ୍ଡିରେ ଆଉ ବସୁନି ଭାତ ବିଲରେ ପଡ଼ୁନି ଗୋବର ଖତ ଚାଳ ଘର ସବୁ ହେଲାଣି ଛାତ ପୁଅ ମାରିଲାଣି ବାପକୁ ନାତ କାହାର କ’ଣ ହେଉଛି ତଥାପି ମୋ ଗାଁ ହସୁଛି । ନାହିଁ ହାଣ୍ଡିଶାଳ, ନାହିଁ ଦେଇପିଣ୍ଡି…

ଅଧିକ ପଢ଼ନ୍ତୁ
swarnaprasabini bharat mata

ସ୍ୱର୍ଣ୍ଣପ୍ରସବିନୀ ଭାରତମାତା

ହିମାଳୟଠାରୁ କୁମାରିକା ଯାଏ ସ୍ୱର୍ଣ୍ଣପ୍ରସବିନୀ ଭାରତମାତା ପୁଣ୍ୟତୋୟା ପୁଣି ସୁଚିସ୍ମିତା ସିଏ ସିଏ ଶତଦଳ ସ୍ନିଗ୍ଧା ଶୋଭିତା ମା’ ଦୁର୍ଗା ସାହସେ ସମ୍ବର୍ଦ୍ଧିତା ସିଏ ଲକ୍ଷ୍ମୀଙ୍କ ସମ୍ପଦେ ସେ ଅଳଂକୃତା ବୀଣାବାଦିନୀଙ୍କ ସଙ୍ଗୀତ ମୂର୍ଚ୍ଛନା ବିମୋହିତା ପୁଣି ସିଏ ବନ୍ଦିତା ମୋ ମାଆର ମାଟି ପୁଣ୍ୟମୟୀ ଏଠି ବେଦ ତା’ର ଦିଏ ବିସ୍ମୟ ବାର୍ତ୍ତା ବ୍ୟାସ ବିରଚିତ ଜୀବନ ଜିଜ୍ଞାସା କୃଷ୍ଣ ମୁଖବାଣୀ ଶ୍ରୀମଦ ଗୀତା ମୁକ୍ତି ଓ ମୋକ୍ଷର ଭାଗବତ ଏଠି ରଚିଛି ବିରହ ମିଳନ…

ଅଧିକ ପଢ଼ନ୍ତୁ
Kala Thakura

କଳା ଠାକୁର

କିଏ ତୋତେ ଡାକିବରେ କଳା ଠାକୁର, ହେ ମୋର କଳା ଠାକୁର କେଉଁ ଗୁଣେ ବୋଲାଉଛୁ ବଡ଼ ଠାକୁର । ନାଟୁଆ ଠାକୁର ବୋଲି ପଡ଼ିଛି ଡାକ ଦୁଖୀକୁ ତୁ ଦୁଃଖ ଦେଉ ସୁଖୀକୁ ସୁଖ । ତୋ ଦାଉ ସହିବାକୁ ଧର୍ଯ୍ୟ କାହାର, ହେ ପ୍ରଭୁ ଧର୍ଯ୍ୟ କାହାର, ମିଛେ ସିନା ବୋଲାଉଛୁ ବଡ଼ ଠାକୁର । ଡାକି ଡାକି ଭକ୍ତ ତୋର ନିରାଶ ହୋଇ ରହିଲେଣି ଅନ୍ୟ ଧର୍ମେ ଶରଣ ନେଇ । ଅନ୍ୟ…

ଅଧିକ ପଢ଼ନ୍ତୁ
He Jagannath

ହେ ଜଗନ୍ନାଥ

ଫୁଲ ମାଳରେ ମୁଁ ଗୁନ୍ଥିଲି ପତର ସ୍ଥାନ ଦେବ ତୁମ ହୃଦୟରେ । ନାଥ ବୋଲି ଧରିଲି ମୁଁ ତୁମ ପାଦ କରିବନି କେବେ ମୋତେ ପର ॥ ଝରଣାଟି ପରି ଝରିଯିବି ମୁଁ ଯେ ସାଗର ପରି କି ତୋଳି ନେବ । ଏ ଜୀବନ ସତ୍ତା ରହୁ କି ନ ରହୁ ଅନନ୍ତ ସତ୍ତାରେ ମିଶିଯିବି ॥ ଫୁଲର ବିଛଣା ଲୋଡ଼ା ନାହିଁ ପ୍ରଭୁ ଅନନ୍ତ ଶେଯର ପାଶେ ଥିଲେ । ଯଶ ଧନ…

ଅଧିକ ପଢ଼ନ୍ତୁ