ପ୍ରଶ୍ନବାଚୀ
କେତେ ଦିନ ଆଉ ମିଥ୍ୟାରେ ବଞ୍ଚିବ କରୁଥିବ ଅତ୍ୟାଚାର । ଜନତାଙ୍କୁ ତୁମ ପ୍ରତାରଣା କରି ଭାଙ୍ଗିବ ସୁନା ସଂସାର ॥ ପଦ ପାଇଁ ଏଠି ଲଢ଼େଇ ଚାଲିଛି ଭୋଟରଙ୍କୁ ଫୁସୁଲାଇ । ରାମ ରାଇଜଟେ ତୋଳି ଦେବୁ କହି ଧୋକା ଦିଅ ତୁମ୍ଭେ କାହିଁ ॥ କାର୍ଯ୍ୟବେଳେ ଭଜ ମାଆ ଓ ମାଉସୀ ପ୍ରିୟର ଭାଇ, ଭଉଣୀ । ସଫଳତା ପରେ ସେ ମାନସମ୍ମାନ ଦେଖାଏ ମାଡ଼ କହୁଣୀ ॥ ତେଲେଇ ତେଲେଇ ଲାଞ୍ଚ ଖାଅ ତୁମ୍ଭେ ଦଶପଦକରେ ଥରେ ।…

