ବନ୍ଧନ
“ଆରେ ମିକିନା ପାଣି ଲୋଟାଟା ଆଣି ଆସିବୁକି?” ଗାଡ଼ିଟା ଦାଣ୍ଡରେ ସାଇଡ଼ କରିକି ଶତପଥୀ ବାବୁ ଝିଅକୁ ଡାକ ଦେଲେ । “ଏ ଜୀବନେ ମୋ ଜୀବନେ…….” ଗୀତ ଟାକୁ ଗୁଣୁ ଗୁଣେଇ ହେଇକି ଆସିକି ମିକିନା ପାଣି ଦେଉ ଦେଉ ପଚାରିଲା ବାପି (ମିକିନା ବାପାଙ୍କୁ ବାପି ଡାକେ) ବ୍ୟାଙ୍କ ଗଲ କି? ମୋ ଆକାଉଣ୍ଟରେ ବିଲକୁଲ ଆଉ ପଇସା ନାହିଁ ପରା । – ହଁ ଯାଇଥିଲି ତୋତେ ମେସେଜ ଆସିନିକି? – “ଓହୋ…