Editorial Page of Shubhapallaba 10th Edition (ଶୁଭପଲ୍ଲବ ସମ୍ପାଦକୀୟ ପୃଷ୍ଠା)

✍ ଦଶମ ସମ୍ପାଦକୀୟ

ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲର ପ୍ଲାଟଫର୍ମ ନଂ-୧ରେ ମୁଁ ପ୍ରତୀକ୍ଷା କରିଥାଏ ମୋ ଟ୍ରେନକୁ । ହେଲେ ତା’ ପୂର୍ବରୁ ପ୍ଲାଟଫର୍ମରେ ଆସି ପହଞ୍ଚିଲା ଏକ ପସେଞ୍ଜର । ଲୋକାରଣ୍ୟ ପ୍ଲାଟଫର୍ମଟିରେ ଯିଏ ମୋର ଦୃଷ୍ଟି ଆକର୍ଷଣ କଲା ତାହାଥିଲା ଗୋଟେ ବୁଲା କୁକୁର । ଭୋକିଲା କୁକୁରଟି ଭୋକ ବିକଳରେ ଖାଦ୍ୟ ଅନୁସରଣରେ ୟା’ ତା’ ପାଖରେ ମୁହଁ ମାରୁଥିଲା, ହେଲେ ସବୁଠି ତାକୁ ଖାଦ୍ୟ ପରିବର୍ତ୍ତେ ମିଳୁଥିଲା ଗୋଇଠା ମାଡ଼ । କେହି କେହି ପାଣି ଫିଙ୍ଗି ତାକୁ ଦୂରକୁ…

ଅଧିକ ପଢ଼ନ୍ତୁ
Odia Poem Sparsha (ସ୍ପର୍ଶ) by Madhumita Mishra

ସ୍ପର୍ଶ

ଆଃ.. ଶିହରୀ ଉଠିଲା ଲତା କାହାର ଏ ସ୍ପର୍ଶ..!! ଏତେ ମାଦକତା ଭରା ସତେ କାହାର ବା ଏ ସ୍ନିଗ୍ଧ ପରଶ?? ଏ ମଳୟର ସ୍ପର୍ଶ ନୁହେଁ ମଳୟ ଯେ ଏତେ ଉନ୍ମାଦନା ଆଣି ପାରେନା..!! ତା’ ସ୍ପର୍ଶରେ ଲତା ଏତେ ମାତ୍ରାରେ ତ ଶିହରୀ ଉଠେନା ! ଏ ସ୍ପର୍ଶ ନୁହେଁ ସୂର୍ଯ୍ୟାଲୋକର ଯେ କି… ଏତେ ନିବିଡ଼ କେବେ ହୋଇ ପାରେନା !! ଯାହାର ସ୍ପର୍ଶ ପାଇ କେବେ ଲତା ନିଜ ଆଖି ବନ୍ଦ କରି ଦିଏନା..!!…

ଅଧିକ ପଢ଼ନ୍ତୁ
Odia Poem Janani (ଜନନୀ) by Rajshree Khatua

ଜନନୀ

ଶ୍ରୀହୀନ ଦିଶୁଛି ଆଜି ଏ ଧରିତ୍ରୀ ମାଟିରେ ମିଶିଯାଇଛି ତା’ର ଶାନ୍ତି ଅଭିମାନ କରିଛି ତା ଝିଅ ମାନିନୀ ଅସହ୍ୟ ତା’ପାଇଁ, ସେ ପରା ଜନନୀ କାନ୍ଦୁଛି ର୍ନିଭୟା କାନ୍ଦୁଛି କୁନ୍ଦୁଲି ମାଆ ରକ୍ଷା କର ବୋଲି ଡାକି ଅସହାୟ ମାଆ ନିରୁପାୟ ଆଜି ପାରୁନି ଆଉ ସେ ସାହାରା ଖୋଜି ନାହିଁ ଆଉ ତା’ର ଦୃଢ଼ ମନୋବଳ ହୋଇଗଲାଣି ସେ ଶ୍ରୀହୀନ ଦୁର୍ବଳ କାହା ପାଖେ ଆଉ କରିବ ଗୁହାରି ନିଜ ଲୋକ ଯେବେ ଦେଉଛନ୍ତି…

ଅଧିକ ପଢ଼ନ୍ତୁ
Odia Short Story Manabikata (ମାନବିକତା) by Dr. Rajkumari Behera

ମାନବିକତା

ସେଦିନ ଥାଏ ମାର୍ଗଶିର ମାସ ଗୁରୁବାର, ଘରେ ଘରେ ଝିଅ ବୋହୂମାନେ ପାହାନ୍ତିଆରୁ ଉଠି ଘରଦ୍ୱାର ଲିପାପୋଛା କରି, ନାନା ରଙ୍ଗବେରଙ୍ଗର ଝୋଟିଚିତା କାଟି ଘରକୁ ସଜାଇ, ନୂଆ ଲୁଗା ପିନ୍ଧି ମାଣ ବସାଇବା ପାଇଁ ତତ୍ପର ହେଉଥାନ୍ତି । ହଠାତ୍ ଗାଆଁରେ କୋଳାହଳ ଶୁଣିବାକୁ ପାଇ, ସୀମାନାନୀ ଘରୁ ବାହାରକୁ ଆସି ଦେଖିଲା, ଗାଁ’ସାରା ଶୋକର ଛାୟା ଖେଳିଯାଇଛି, ସମସ୍ତେ କୁହାକୁହି ହେଉଥାନ୍ତି, “ଆହାଃ! ଆଠ ମାସର ଛୁଆକୁ ଛାଡ଼ି ପ୍ରଧାନ ଘର ବୋହୂ ଏ କ’ଣ…

ଅଧିକ ପଢ଼ନ୍ତୁ
Odia Poem Mun Para Jhiate (ମୁଁ ପରା ଝିଅଟେ) by Subhashree Mohanty

ମୁଁ ପରା ଝିଅଟେ

ମୁଁ ପରା ଝିଅଟେ !! ମୁଁ ଅଭିମାନୀ-ସ୍ୱାଭିମାନୀ ତରୁଣୀ ତରଳ ତରଙ୍ଗିଣୀ… ମୋ’ଠୁ ହିଁ ଆଜନ୍ମ ସମ୍ପର୍କ, ସମ୍ବନ୍ଧର ମହମହ ଗନ୍ଧ ପରିଚିତ ଥାଇ ବି ଅପରିଚିତା ମୁଁ ସଂଜ୍ଞାହୀନ, ପ୍ରଜ୍ଞାହୀନ ଏ ଜୀବନ !! ମାଛିକୁ ମ ବୋଲି କହେନି, କି ବଡ଼ ପାଟିରେ ହସେନି ବେଦ ମନ୍ତ୍ର ଉଚ୍ଚାରେ ପୁଣି ଲକ୍ଷ ଲକ୍ଷ ନିୟମ ମାନି ଶେଷରେ ନିର୍ବାସିତ ବି ହୁଏ… କେବେ ଯୌତୁକ ନିଆଁରେ ତ କେବେ ଅଗ୍ନିପରିକ୍ଷାରେ, କେବେ ଇତିହାସର ପଶା ପାଲିରେ ତ…

ଅଧିକ ପଢ଼ନ୍ତୁ