You are currently viewing ଜନନୀ
Odia Poem Janani (ଜନନୀ) by Rajshree Khatua

ଜନନୀ

ଶ୍ରୀହୀନ ଦିଶୁଛି ଆଜି ଏ ଧରିତ୍ରୀ
ମାଟିରେ ମିଶିଯାଇଛି ତା’ର ଶାନ୍ତି
ଅଭିମାନ କରିଛି ତା ଝିଅ ମାନିନୀ
ଅସହ୍ୟ ତା’ପାଇଁ, ସେ ପରା ଜନନୀ

କାନ୍ଦୁଛି ର୍ନିଭୟା କାନ୍ଦୁଛି କୁନ୍ଦୁଲି
ମାଆ ରକ୍ଷା କର ବୋଲି ଡାକି
ଅସହାୟ ମାଆ ନିରୁପାୟ ଆଜି
ପାରୁନି ଆଉ ସେ ସାହାରା ଖୋଜି

ନାହିଁ ଆଉ ତା’ର ଦୃଢ଼ ମନୋବଳ
ହୋଇଗଲାଣି ସେ ଶ୍ରୀହୀନ ଦୁର୍ବଳ
କାହା ପାଖେ ଆଉ କରିବ ଗୁହାରି
ନିଜ ଲୋକ ଯେବେ ଦେଉଛନ୍ତି ମାରି

ପଡ଼ି ରହିଛି ସେ ଭାଗ୍ୟକୁ ଆଦରି
ବଞ୍ଚିଛି ଆଜି ସେ ମରି ମରି
ଅପେକ୍ଷା କରିଛି ସେ ସ୍ୱର୍ଣ୍ଣିମ ଅଧ୍ୟାୟକୁ
କନ୍ୟା ମୁହେଁ ତା ଟିକେ ହସ ଦେଖିବାକୁ ।

– ରାଜଶ୍ରୀ ଖଟୁଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜଶ୍ରୀ ଖଟୁଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।