୩୭ଶ ସଂସ୍କରଣ
୨୦୨୨ ମସିହାର ଅପ୍ରେଲ ମାସରେ ଶୁଭପଲ୍ଲବର ୩୭ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୫ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୨ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
୨୦୨୨ ମସିହାର ଅପ୍ରେଲ ମାସରେ ଶୁଭପଲ୍ଲବର ୩୭ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୫ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୨ ଗୋଟି ଆଲେଖ ପ୍ରକାଶ ପାଇଥିଲା ।
ତୁମେ ଜାଣନାଗୋ କୁମୁଦିନୀ ମୋର, ବାସନାରେ ବନି ମଦମସ୍ତ ବାୟା, ଜୋଛନା ବିଛାଇ ଖୋଜେ ରାତିସାରା, ପହୁଞ୍ଚଇ ପଛେ ଶୀତୁଆ ସକାଳ ପାଏନା ତୁମକୁ ମରେ ଅଭିସାର । ମୁଚୁକେଇ ହସି ଆଢ଼ୁଆଳେ ତାରା, ମିଟିମିଟି ଆଖି ଚୁଣ୍ଟାଚୁଣ୍ଟି କଥା, କରିଛିତ କଇଁ ଚାନ୍ଦ୍ରାୟଣ ବ୍ରତ, ଜାଣିନୁ କି ସତେ ଦୂରନ୍ତ ପଥିକ? ଭୁଲିଗଲି କହି ଫେରାଏ ଉତ୍ତର, ପ୍ରବଣତା ବଶେ ତଲ୍ଲୀନ ମଉନ, କେଉଁକାଳୁ କଳଙ୍କିତ ମୁଁ ନାୟକ, ହେଲେବି ସେ ମୋର ଚର୍ଚ୍ଚିତ ପ୍ରେୟସୀ…
ସେ ଆଫଗାନ ଝିଅଟି ପାଇଁ ଆମ ଘରେ ବି ଝିଅଟେ କାନ୍ଦେ ଘର ଚଉଁରା ପାଖରେ ବୋଉ ଥୋଇଥିବା ସଞ୍ଜ ସଳିତାକୁ ଦେଖି ଆଫଗାନର ନିଆଁ କଥା ଭାବେ ସେ ଦେଖେ ଦୂର ପାହାଡ଼କୁ ହୁଏତ ଏଇ ପାହାଡ଼ ଭଳି ଅଫଗାନର ପାହାଡ଼ ତା ଚଉଡ଼ା ଛାତିରେ ଲୁଚେଇ ରଖିଥିବ ଆଫଗାନ ଝିଅଙ୍କ ଚିତ୍କାର ହେଲେ ସେ ଜାଣେନା ଅବିରତ ଝରୁଥିବା ଲୁହକୁ ସେ ବୁହାଇବ କେଉଁଠି? ଘର ଚୁଲିମୁଣ୍ଡରେ ପରା ବିଧା ଗୋଇଠାରେ ମସଲା ପୂରେଇ…
ସ୍କୁଲ ଜୀବନ ପରେ ଆଉ ଏକ ସୁନ୍ଦର ଅଧ୍ୟାୟ ଆସେ । ଅବଶ୍ୟ ସ୍କୁଲ ଜୀବନ ସବୁଠୁ ସୁନ୍ଦର ଥାଏ କିନ୍ତୁ କଲେଜ ଜୀବନ ବି କିଛି ଖରାପ ନୁହେଁ ଯଦି ସେମିତି ଉତୁପାତିଆ ସାଙ୍ଗଟେ ମିଳିଯାଏ ତୁମକୁ ହସେଇବାକୁ ତ ତୁମକୁ ରଗେଇବାକୁ ପୁଣି କେତେବେଳେ ତମ ସହ ମିଶି ଦୁଷ୍ଟାମି କରିବାକୁ । ସେ ସମୟରେ ହୁଏତ ଲାଗେ ମତେ ଏମିତି ଗୋଟେ ସାଙ୍ଗ କାହିଁକି ମିଳିଲା ପ୍ରଭୁ ! କିନ୍ତୁ ପରେ କଲେଜ…
ପଦ୍ମଭୂଷଣ ମନୋଜ ଦାସ ଓଡ଼ିଆ ଏବଂ ଇଂରାଜୀ ଭାଷାର ଜଣେ ଗାଳ୍ପିକ ତଥା ଔପନ୍ୟାସିକ ଥିଲେ । ଏତଦ ବ୍ୟତୀତ ସେ ଭ୍ରମଣ କାହାଣୀ, ଶିଶୁ ସାହିତ୍ୟ, କବିତା, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ନିଜର ଲେଖନୀ ଚାଳନା କରିଥିଲେ । ପାଞ୍ଚଟି ବିଶ୍ୱବିଦ୍ୟାଳୟରୁ ସେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ଏବଂ ଭାରତ ସରକାରଙ୍କଠାରୁ ୨୦୦୧…