You are currently viewing ଜହ୍ନର ଅଭିସାର
Odia Poem Janhara Abhisara (ଜହ୍ନର ଅଭିସାର) by Sanjeeb Kumar Dash

ଜହ୍ନର ଅଭିସାର

ତୁମେ ଜାଣନାଗୋ କୁମୁଦିନୀ ମୋର,
ବାସନାରେ ବନି ମଦମସ୍ତ ବାୟା,
ଜୋଛନା ବିଛାଇ ଖୋଜେ ରାତିସାରା,
ପହୁଞ୍ଚଇ ପଛେ ଶୀତୁଆ ସକାଳ
ପାଏନା ତୁମକୁ ମରେ ଅଭିସାର ।

ମୁଚୁକେଇ ହସି ଆଢ଼ୁଆଳେ ତାରା,
ମିଟିମିଟି ଆଖି ଚୁଣ୍ଟାଚୁଣ୍ଟି କଥା,
କରିଛିତ କଇଁ ଚାନ୍ଦ୍ରାୟଣ ବ୍ରତ,
ଜାଣିନୁ କି ସତେ ଦୂରନ୍ତ ପଥିକ?

ଭୁଲିଗଲି କହି ଫେରାଏ ଉତ୍ତର,
ପ୍ରବଣତା ବଶେ ତଲ୍ଲୀନ ମଉନ,
କେଉଁକାଳୁ କଳଙ୍କିତ ମୁଁ ନାୟକ,
ହେଲେବି ସେ ମୋର ଚର୍ଚ୍ଚିତ ପ୍ରେୟସୀ
ପ୍ରିୟତମା ମୋର ଏକାନ୍ତ ନିଜର ।

– ସଂଜୀବ କୁମାର ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସଂଜୀବ କୁମାର ଦାଶ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।