You are currently viewing ନାରୀ ନୁହେଁ ସେ ନାରାୟଣୀ
ନାରୀ ନୁହେଁ ସେ ନାରାୟଣୀ

ନାରୀ ନୁହେଁ ସେ ନାରାୟଣୀ

ନାରୀ ନୁହେଁ ସେ ନାରାୟଣୀ
ଉକ୍ତିଟିର ଅଛି ଆମ ସମାଜେ ଚଳଣି ।
ବାସ୍ତବିକେ ନାରୀ ଲାଞ୍ଛିତ, ଦୁଃଖିନୀ
ଭୁଲିଗଲୁ ଆମେ ସେ ଜାୟା, ଭଗିନୀ, ଜନନୀ ।
ନରରାକ୍ଷସର କବଳେ କବଳିତା ଆଜି
ନାନା ଦୁଃଖେ, କଷ୍ଟେ ପଡ଼ୁଛି ସେ ଭାଜି ।
କେତେ ଯେ ମହିୟସୀ ନିର୍ଭୟାରୁ ଦିଶା
ଏମାନଙ୍କୁ ମାରି ମେଣ୍ଟାଅ କାମନା ପିପାସା ।
ସେ ଅବଳା ସଂଗ୍ରାମ କରୁଛି, ଲଢ଼େଇ ଲଢ଼ୁଛି
ପରିଶେଷେ ନିର୍ଭୟା ଭଳି ଜୀବନ ହାରୁଛି ।
ଯେଉଁ ରାକ୍ଷସ କରେ ନାରୀ ବଳାତ୍କାର
ସମାଜେ ବଞ୍ଚିବାକୁ ନାହିଁ ତା’ ଅଧିକାର ।
ଚାଲ ଆମେ ଯୁବଗୋଷ୍ଠୀ ହେବାରେ ସଜାଗ
କରିବା ପ୍ରଶସ୍ତ ନାରୀ ସୁରକ୍ଷାର ମାର୍ଗ ।
ଯୁବଗୋଷ୍ଠୀ ଯେବେ ସଜାଗ ହୋଇବ
ରାକ୍ଷସର ଦମ୍ଭ ଆପେ ଭାଙ୍ଗିଯିବ ।
ସୁରକ୍ଷା ଦେବ ସମସ୍ତେ ନାରୀ ଜାତିକୁ
ଦେବା ନାହିଁ ସୁଯୋଗ ନାରୀ ସମ୍ମାନ ଖୁର୍ଣ୍ଣ ହେବାକୁ ।

ଦେବଦତ୍ତ ସ୍ୱାଇଁ
ଯୁକ୍ତ ୩ ଦ୍ଵିତୀୟ ବର୍ଷ, ଓଡ଼ିଆ ଭାଷା ସାହିତ୍ୟ ସମ୍ମାନ
ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଗଞ୍ଜାମ, ବ୍ରହ୍ମପୁର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବଦତ୍ତ ସ୍ୱାଇଁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।