You are currently viewing ବିଶ୍ୱାସ, ଈଶ୍ୱର ଓ ମଣିଷ
ବିଶ୍ୱାସ, ଈଶ୍ୱର ଓ ମଣିଷ

ବିଶ୍ୱାସ, ଈଶ୍ୱର ଓ ମଣିଷ

ବିଶ୍ୱାସ ଆଜି ନିରୁଦ୍ଧିଷ୍ଟ
ଈଶ୍ୱର ଆଜି ଅସହାୟ
ଈଶ୍ୱର ଏବଂ ମଣିଷ ମଧ୍ୟରେ
ତିଆରି ହୋଇଥିବା
ସମ୍ପର୍କ ହିଁ ତ “ବିଶ୍ୱାସ”
ହେଲେ ଆଜି ନିରୁଦ୍ଧିଷ୍ଟ
ମଣିଷ ମଣିଷ ମଧ୍ୟରେ
ବିଶ୍ୱାସ ଆଜି ଅଚିହ୍ନା
ଇଏ ପରିବେଶର କେଉଁ ପରିବର୍ତ୍ତନ
ଅନୁଧ୍ୟାନ କରିବା ସତରେ ମୁସ୍କିଲ୍
ବିଶ୍ୱାସ କାହା ସହିତ ସମ୍ପର୍କ ଗଢ଼ି ଦିଏ’ତ
ବେଳେ ବେଳେ କାହା ସହିତ
ସମ୍ପର୍କ ବିଛିନ୍ନ କରି
ନିଜେ ନିଜର ଜୀବନ ନେଇଯାଏ
ପ୍ରତ୍ୟେକ ଜୀବନ ମଧ୍ୟରେ
ବିଶ୍ୱାସ ଜନ୍ମାଇବା ପାଇଁ
ଶ୍ରୀମଦ ଭାଗବତ ଗୀତାରେ ତ ବର୍ଣ୍ଣନା ଅଛି
“ବିଶ୍ୱାସ ମୂଳେ ଏ ଜଗତ,
ପ୍ରାଣୀ ହୁଅନ୍ତି ଆତ ଜାତ”
ହେଲେ ଏହା ମାନିବା ପାଇଁ
ଏ ନର ସମାଜ ନାରାଜ
ଏହାର ପ୍ରମାଣ ଦେବା ପାଇଁ
ତର୍କବିତର୍କ ଆରମ୍ଭ ହୋଇଯାଏ
ତେଣୁ ତ କେହି କେହି କୁହନ୍ତି
“ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର”
ଅର୍ଥାତ ବିଶ୍ୱାସରେ ଈଶ୍ୱର
ମାନିଲେ ଦେବତା ନ ମାନିଲେ ପଥର
ଈଶ୍ୱରଙ୍କ ସୃଷ୍ଟିରେ ବିଶ୍ୱାସ ସମ୍ପର୍କର ମୂଳଦୁଆ
ନଚେତ ଏ ଯିବ ଜଗତ ଚଳିବା ଅସମ୍ଭବ
ହେଲେ ଦିନ ଆସିବ ବିଶ୍ୱାସର ବିଲୁପ୍ତରେ
ଏ ସମାଜର ଅଧଃପତନ ନିଶ୍ଚିତ ହେବ
ବିଶ୍ୱାସରେ ସର୍ତ୍ତ ସୃଷ୍ଟି ହିଁ
ବିଶ୍ୱାସ ସଙ୍କଟର କାରକ
ଏଥିପାଇଁ ଯଦି ପ୍ରଶ୍ନ ଉଠେ ତେବେ କୁହାଯିବ
ଏହାପାଇଁ ପ୍ରମାଣର ଆବଶ୍ୟକତା ନାହିଁ
କେବେଳ ଆସ୍ଥା ହିଁ ଯଥେଷ୍ଟ
“ମନ୍ଦିରରେ ଦେଖୁଥିବା ପଥର ଈଶ୍ୱର ନୁହେଁ,
ବରଂ ପଥର ମଧ୍ୟରେ ଈଶ୍ୱର ବିଦ୍ୟମାନ”
ଛଦ୍ମ ଛଳନାର ଖୋଳପା ମଧ୍ୟରେ
ମଣିଷ ଆଜି ସ୍ୱାର୍ଥ ହାସଲ ଲକ୍ଷ୍ୟରେ ହଜିଯାଇଛି
ସମସ୍ତ କଥା ବସ୍ତୁକୁ ସର୍ବୋପରି ଅନୁଧ୍ୟାନ କରି କୁହାଯିବ
ବିଶ୍ଵକୁ ନେଇ ବିଶ୍ୱାସ ସୃଷ୍ଟି ……….!!

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କୃଷ୍ଣ ଚନ୍ଦ୍ର ଡାକୁଆ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।