You are currently viewing ନାରୀ
ନାରୀ

ନାରୀ

ଦେଖ,
ବଦଳି ଯାଇଛି ତା’ର ଚି଼ତ୍ର
ଅତ୍ୟାଚାରର ନିହାଣ ମୁନରେ,
ଦେବୀ ପରି ଜଳୁଥାଏ ସେ
ପ୍ରତିହିଂସାର ଜ୍ଵାଳାରେ ।

ବଦଳି ଯାଇଛି ତା’ର ସରଳ ହୃଦୟ
କାମନାର କ୍ରୁର ଅଗ୍ନିରେ,
ତଥାପି ଜାଳିଛି ସେ ପରିଚୟକୁ ତା’ର
ଅଦୃଶ୍ୟ ଏକ ଶୀତଳ ନିଆଁରେ ।

ବଦଳି ଯାଇଛି ତା’ ଜୀବନର ରେଖା
ଅସହଯୋଗର ହୀନମନ୍ୟତାରେ,
ତଥାପି ହଜାଏ ସେ ନିଜକୁ
ସେହି ନିୟତିର ଶକ୍ତ ବନ୍ଧନରେ ।

ବଦଳି ଯାଏ ତା’ର କୋମଳ କଳେବର
ତମ ଅହଂକାରର ଅଙ୍ଗୀକାରରେ,
ହେଲେ ବଦଳେ ନାହିଁ ସମାଜର ଦୃଷ୍ଟିଭଙ୍ଗୀ
ସ୍ୟଧୀନତାର ବହୁବର୍ଷପରେ ।

– ଶେଖ୍ ଜୁନେଦ୍ ଜାଫ୍ରି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶେଖ୍ ଜୁନେଦ୍ ଜାଫ୍ରି ଓଡ଼ିଆ ସମେତ ହିନ୍ଦୀ ଓ ଇଂରାଜୀ ଭାଷାରେ ବିଭିନ୍ନ କବିତା, ଗପ ଓ ତର୍କ ସମ୍ୱନ୍ଧୀୟ ଲେଖାମାନ ରଚନା କରିଥାନ୍ତି ।