ସବୁସ୍ଵପ୍ନ ସଜାଡ଼ି ରଖିଛି
ମନତଳ କଁଅଳ ଶେଯରେ…
ନିଜେ ନିଜ ଠିକଣା ହଜେଇ
ହଜିଯିବି ମୁଁ ଭିଡ଼ ମଝିରେ…
ସାଉଁଟିବି ତୁମ ମିଠା ସ୍ମୃତି
ହୃଦୟର ଫରୁଆ ଭିତରେ…
ଖୋଜୁଥିବି ତୁମ ହସ ବସି
ପାଉଥିବି ନିତି ମୋ ଲୁହରେ…
– ଦେବବ୍ରତ ବାରିକ
Comments
ଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।