You are currently viewing କୃଷ୍ଣ କବରୀ
କୃଷ୍ଣ କବରୀ

କୃଷ୍ଣ କବରୀ

ତମ କୃଷ୍ଣ କବରୀର
ଗୋଲାପ ପାଖୁଡ଼ା
ମତୁଆଲା କରେ ମତେ ।
ସୁଗନ୍ଧରେ ତା’ର
ମହକି ଉଠୁଛି
ମୋ ପ୍ରେମ ଗମ୍ଭିରୀ ଭିତରେ
ସାଇତା ସ୍ଥାନ ଯେତେ ।

ଚିର ଇପ୍ଷିତ
ଚିର ଆକାଂକ୍ଷିତ
ତମେ ମୋ ସ୍ୱପ୍ନର ରାଜଜେମା ।
ରୋମାଞ୍ଚିତ ମନ
ନିବିଡ଼ ସମ୍ପର୍କ
ତମେ ପୁଣି ମୋର
କଳ୍ପନାର ଅପ୍ସରା ।

ହୃଦୟରେ ମୋର
ସାଇତା ହୋଇଛି
ତମ ଦେହର ସେଇ ତାତି ।
ପ୍ରେମ ପ୍ରଣୟରେ ଭରା
ମୋ ଦେହର ସେଇ
ଉଷ୍ମ ଅନୁଭବ ଏବେ ବି
କରେ ମୋତେ ଆନମନା ।

ଆଜି ବି ମୋ ମନ
ଭିଜିବାକୁ ଚାହେଁ
ତୁମ ପ୍ରେମଉଚ୍ଛ୍ୱାସେ
କ୍ଷଣିକ ପରଶ ପାଇ ।
ମେଣ୍ଟିଯିବ ଆଶା
ବହୁ ଦିନ ତୃଷ୍ଣା
ସାନିଧ୍ୟ ତୁମର ପାଇ ।

– ପ୍ରଶାନ୍ତ କୁମାର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ବେହେରା ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ । ତାଙ୍କ ରଚିତ ବିଭିନ୍ନ ଗଳ୍ପକବିତାଦି ବିଭିନ୍ନ ଓଡ଼ିଆ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଉଛି ।