You are currently viewing ଜୀବନର ମାନେ
ଜୀବନର ମାନେ

ଜୀବନର ମାନେ

ଜୀବନ ଯଦି ଯନ୍ତ୍ରଣାର ଏକ ନାଟକ
ଖୁସି ହେଉଛି ଏକ ଅଧ୍ୟାୟ
ମଝିରେ ମଝିରେ ଅସୁଥିବ |୧|

ଜୀବନ ଯଦି ଦୁଃଖର ଏକ ପାଠାଗାର
ସୁଖ ହେଉଛି ଏକ ବହି
କେଉଁ ଥାକରେ ଗୋଟେ ରହିଥିବ |୨|

ଜୀବନ ଯଦି ଅପେକ୍ଷାର ଏକ ରାସ୍ତା
ଝୁରିବା ହେଉଛି ବାଟୋଇ
ସେଇ ବାଟରେ ସେ ଚାଲୁଥିବ |୩|

ଜୀବନ ଯଦି କାନ୍ଦିବାର ମରୁଭୂମି
ହସିବା ଏକ ଭସା ବାଦଲ
କେବେ ଦିଗ ବଦଳାଇ ଆସିଯିବ। |୪|

ମୁଁ ଯଦି ପାହାଡ଼ିଆ ଏକ ନଦୀ
ସେ ହେଲା ତା’ର ଜଳସ୍ରୋତ
ଚିରକାଳ ପାଇଁ ବୋହୁଥିବ |୫|

– ଶୁଭ୍ରାଂଶୁ ଶେଖର ମଲ୍ଲିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭ୍ରାଂଶୁ ଶେଖର ମଲ୍ଲିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।