You are currently viewing ଜୀବନର ଖେଳ
Odia Poem Jibanara Khela (ଜୀବନର ଖେଳ) by Ashutosh Meher

ଜୀବନର ଖେଳ

ବଢ଼ି ଚାଲ ବନ୍ଧୁ ଦେଖି ନିଅ ଆଗେ
ଜୀବନର ଜଳଛବି
ଲଢ଼ି ଚାଲ ତୁ ହିଁ କାମେ ଅହରହ
ହୋଇ ଜଣେ ଭାବ କବି ।

ଶ୍ରମରେ ଖୋଳିଲେ ରତ୍ନଗର୍ଭା ମାଟି
ଢାଳି ଦେବ ତା’ର ସାର
ଅଳସୁଆ ହୋଇ ନିନ୍ଦଇ କର୍ମକୁ
ବୋହି କ୍ଷୋଭାସିକ୍ତ ଭାର ।

ରହିଯାଏ ଯେବେ ଭୁଲ କେଉଁ ବେଳା
ଚିନ୍ତି ବାର ନାହିଁ ତିଳେ
ଲଢ଼ିବା ଭାବନା ବଢ଼ାଇବ ଆଗେ
ନିଜର ଅସୀମ ବଳେ ।

ଭାବିବା କାହିଁକି ଆଗେ ମାଡ଼ିଯିବା
ଉଡ଼ାଇ ବିଜୟ ବାନା
ଜୀବନ ନୁହେଁ ତ ହାରିବାର ଖେଳ
ନ ଶୁଣି କାହାରି ତାନା ।

– ଆଶୁତୋଷ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଆଶୁତୋଷ ମେହେର ଜଣେ ଅବସର ପ୍ରାପ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧିକାରୀ । ସେ ଓଡ଼ିଆ ଭାଷା ସମେତେ ସମ୍ବଲପୁରୀ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିନ୍ତି । ତାଙ୍କର ନିଜସ୍ୱ କେତୋଟି କବିତା ସଂକଳନ ପ୍ରକାଶିତ ହୋଇଛି ।