You are currently viewing ଗାଥା କୋଣାର୍କର
Odia Poem Gatha Konarkara (ଗାଥା କୋଣାର୍କର) by Sarmistha Malla

ଗାଥା କୋଣାର୍କର

କୋଣାର୍କ !! ଏ ଜାତିର ଅସ୍ମିତା
ବାରଶହ ବଢ଼େଇଙ୍କ ତ୍ୟାଗ ନୁହେଁ ଅନ୍ୟଥା
ବାର ବରଷର ତପସ୍ୟା
ଗାଏ ଧର୍ମପଦର ଅନନ୍ୟ ଗାଥା ।

କଳାର ସମ୍ରାଜ୍ୟ ହୋଇଛି ଖୋଦିତ
ବଳି ପଡ଼ିଛି କାରୀଗରର ନିହାଣ
ସ୍ୱେଦ, ରକ୍ତ ବିନ୍ଦୁର ପ୍ରତିଟି ସ୍ପନ୍ଦନେ
ଝରେ କବିର ଲେଖନୀ ମୁନ ।

ଶିଳ୍ପ ହୋଇଛି ଆଜି ଅବିନଶ୍ୱର
ଅମର ବିଶୁ ମହାରଣାଙ୍କ ଶିଳ୍ପୀ କୁଳ
ସପ୍ତାଶ୍ଚର୍ଯ୍ୟ ମଧ୍ୟେ ହୋଇ ସ୍ଥାନୀତ
ମଥା ଟେକି ରହିଛି ଆଜି ଶିଖରୀ ଚୂଳ ।

ଶ୍ରମିକ, କୃଷକଙ୍କ ବଳିଦାନର
ପ୍ରସ୍ଫୁଟିତ ପଦ୍ମ ଯେ ଏ
ଶିବେଇ ସାମନ୍ତରାୟଙ୍କ ପରି ପ୍ରତିଟି ଜୀବନର
ଅମୂଲ୍ୟ ରତ୍ନ ଯେ ସେ ।

ଗାଏ କୋଣାର୍କ ଆଜି ଓଡ଼ିଆ ଶିଳ୍ପୀର ଗାଥା
ମଥା ଟେକି ରହିଛି ମୁଖଶାଳା
କରେ ଆଜି ବି ସ୍ୱାଗତ ଉଷାର ପହିଲି କିରଣ
ବନ୍ଦାଇ ନୀଳ ଢେଉର ଚରଣମାଳ ।

– ଶର୍ମିଷ୍ଠା ମଲ୍ଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶର୍ମିଷ୍ଠା ମଲ୍ଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।