You are currently viewing ଜୀବନର ବାଟ
ଜୀବନର ବାଟ

ଜୀବନର ବାଟ

ଜୀବନର ବାଟେ ଚାଲୁ ଚାଲୁ
କେବେ କଣ୍ଟାଟିଏ ମାଡ଼ିଛି,
କେବେ ଫୁଲରେ ମୁଁ ଚାଲିଛି ।

କେବେ ବରଷାରେ ଭିଜିଛି
କେବେ ବୈଶାଖକୁ ଛୁଇଁଛି,
କେତେ ଯେ ସ୍ୱପ୍ନ ଦେଖିଛି
କିଛି ପୁଣି ସତ ହୋଇଛି ।

କେବେ ଦୁଃଖ ନଈ କୂଳେ ବୁଲି
ନିଜକୁ ହଜେଇ ଦେଇଛି,
ପୁଣି ସୁଖର ସାତ ରଙ୍ଗରେ
ନିଜକୁ ରଙ୍ଗେଇ ଦେଇଛି ।

କେତେ ଯେ ପଡ଼ିଚି, କତେ ଯେ ଝୁଣ୍ଟିଛି
ତ‌ଥାପି ଆଜି ମୁଁ ଚାଲିଛି,
ଜୀବନ‌କୁ ମୋର ଭଲପାଏ ବୋଲି
ବଞ୍ଚିବାକୁ ଇଚ୍ଚା ହଉଛି ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜଗଦୀଶ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିବା ସହିତ ୟୁ-ଟ୍ୟୁବ୍‌ରେ ତାଙ୍କ ରଚନାର ପଡ଼୍‌କାଷ୍ଟ କରନ୍ତି ।