You are currently viewing ଜଗନ୍ନାଥ ପ୍ରେମିକା
Odia Poem Jagannath Premika (ଜଗନ୍ନାଥ ପ୍ରେମିକା) by Bidyut Parnna Karan

ଜଗନ୍ନାଥ ପ୍ରେମିକା

ସଖା ତୁମ ପ୍ରେମନିଶାରେ
ମୁଁ ଏମିତି ଭିଜୁଛି ।
ମତେ ତୁମ ଛଡ଼ା
କିଛି ଦିଶୁ ନାହିଁ ଯେମିତି,
କି ଗୁଣୀ କରିଛ
କହି ଦିଅ ତୁମେ ସଖା
ତୁମ ବିନା ଏ ଜୀବନ
ଲାଗେ ଫିକା ଫିକା,
ତୁମକୁ ପାଇବାର ଆଶାରେ
କାହିଁ କେବେଠାରୁ
ଅପେକ୍ଷାକୃତ ତୁମ ପ୍ରେମିକା ।
ଦୁନିଆ ପାଇଁ ତୁମ ମହାପ୍ରଭୁ ହୁଅ,
ମୋ ପାଇଁ ତୁମେ ସଖା ।
ଆଜିବି ତୁମ ଅପେକ୍ଷାରେ
ତୁମର ଏ ପ୍ରେମିକା…!!!

– ବିଦ୍ୟୁତପର୍ଣ୍ଣା କରଣ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଦ୍ୟୁତପର୍ଣ୍ଣା କରଣ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।