You are currently viewing ହେ ଗାନ୍ଧୀ
ହେ ଗାନ୍ଧୀ

ହେ ଗାନ୍ଧୀ

ହେ ଗାନ୍ଧୀ ତୁମେ ଆଜି ନାହଁ ସତ,
ଆଜିବି ତୁମକୁ ଝୁରୁଛି ଜଗତ ॥

ତୁମ ବଜ୍ରବାଣୀ ଏବେବି ସ୍ପନ୍ଦିତ,
ଜାତୀୟ ଆତ୍ମାରେ ଚିର ଉଜ୍ଜୀବିତ ॥

ଏ ମାଟି ତୁମ ସ୍ମୃତିରେ ମହକିତ,
ତୁମ କୀରତି ଇତିହାସେ ବର୍ଣ୍ଣିତ ॥

ତୁମ ଆହ୍ୱାନେ ଜାଗିଥିଲା ଭାରତ,
ଇଂରେଜମାନଙ୍କୁ କରିଣ ଚକିତ ॥

ଅହିଂସା ଧର୍ମକୁ କରିଥିଲ ଅସ୍ତ୍ର,
ସେହି ଅସ୍ତ୍ରେ ହେଲା ସ୍ଵାଧୀନ ଭାରତ ॥

ବିଖଣ୍ଡିତ ହେଲା ସ୍ଵାଧୀନ ଭାରତ,
ଭାଙ୍ଗିଯାଇଥିଲା ତୁମରି ମନ ତ ॥

ସତ୍ୟକୁ ଜୀବନେ କରିଥିଲ ବ୍ରତ,
ସେ କଥା ସୁମରି ଝୁରଇ ଜଗତ ॥

ମୃତ୍ୟୁ କଥା ତୁମ ଲାଗେ ଆଚମ୍ବିତ,
କ୍ଷମା କରିଥିଲ ଆତତାୟୀକୁ ତ ॥

ଆହେ ସତ୍ୟାଶ୍ରୟୀ ଆଜିବି ତୁମରି
ଶାଶ୍ଵତ ବାଣୀକୁ ହେଉଛୁ ସୁମରି ॥

– ରାଜେଶ୍ୱରୀ ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାଜେଶ୍ୱରୀ ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।