You are currently viewing ଫେବୃଆରୀ ପ୍ରେମ
February Love

ଫେବୃଆରୀ ପ୍ରେମ

ଚାହୁଁ ଚାହୁଁ ସରିଗଲା ଜାନୁଆରୀ
ବର୍ଷର ପ୍ରଥମ ମାସ,
ନବ ବର୍ଷର ଶୁଭେଚ୍ଛା ପତ୍ର ସାଥେ
କେତେ ଅଭିନ୍ଦନ ପୁଣି ଅତିତର ରାଗରୁଷା…
କେତେ ପିକ୍ନିକ୍ କେତେ ଷ୍ଟଡିଟୁର
ପୁଣି, କେତେ ମଜା ମସ୍ତି…
ସବୁଥର ପରି
ଫେବୃଆରୀ ଆସିଛି ପ୍ରେମ ଋତୁ ନେଇ…
ଚକ୍ଲେଟ ପାଇଁକି ଅଡର୍ ଚାଲେ
ଟେଡି ହୁଏ ମହଙ୍ଗା…
ଫୁଲ ଦୋକାନରେ ଲମ୍ବା ଧାଡ଼ି ଲାଗେ
ପାର୍କ ପୁଣି ବେଳାଭୂମିରେ,
ପ୍ରେମିଙ୍କ ହୁଏ ଦେଖା…
ପ୍ରମିଜ୍ କରନ୍ତି ପ୍ରମିଜ ଡେ’ରେ
ପ୍ରେମ ହେଉ ଦିର୍ଘସ୍ଥାଇ…
ଦେହ ଦହନରେ ପ୍ରେମ ବଢ଼େ ବୋଲି
ଚୁମ୍ବନ ପରେ ଆଲିଙ୍ଗନ ହୁଅଇ
ଦରିଆପାରିର ପ୍ରେମ ସୂତ୍ରକୁ
ଆପଣିଲେ ଯୁବଗୋଷ୍ଠୀ
ବିଦେଶ ସଂସ୍କୃତି ପ୍ରେମର ସମାପ୍ତି
ସଂପର୍କର ହୁଏ ଇତି…
ଚଉଦ ଫେବୃଆରୀ ଭାଲେଣ୍ଟାଇନ ଡେ
ପ୍ରେମରେ ହୁଏ ମୂଲକଷା
ଉପହାର ପାଇଁ ପ୍ରେମରେ ଚାଲେ ବେଉସା…
ଶ୍ରୀରାମଙ୍କ ମାଟି ଭାରତ ସଂସ୍କୃତି,
ହୋଇଲାଣି ଆଜି ହତ୍ୟା
ଭୁଲି ଗଲୁଣି ଯେ
ପିତା ମାତା ଆମ ଅସଲ ଦେବୀ ଦେବତା…
ପିତୃ ମାତୃ ଦିବସ ପାଳନ ପାଇଁକି
ବିଜ୍ଞାପନ ଲଗାଯାଏ
ଅପସଂସ୍କୃତିକୁ ବିରୋଧ କରି
ବଜରଙ୍ଗଦଳ ସମାଜରେ ନିନ୍ଦାପାଏ…
ଶିକ୍ଷିତ ଆମେ,
ପ୍ରେମକୁ କରୁଛୁ କଳଙ୍କିତ
ଦେହ ଲୋଭରେ ପ୍ରେମ ବିକ୍ରି ହୁଏ
ସରିଗଲେ ପ୍ରେମ ଦିବସ
ପ୍ରେମ କରନ୍ତୁ ପ୍ରେମରେ ବଞ୍ଚନ୍ତୁ
ବିଶ୍ଵାସ ହେଉ ମୁଦ୍ଵା
ଏମିତି ପ୍ରେମରେ ପ୍ରେମ ବଞ୍ଚେନାହିଁ
ପ୍ରେମ ହୁଏ ହାଟ ସଉଦା…

ଗୋଲକ ବିହାରୀ ଗିରି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଗୋଲକ ବିହାରୀ ଗିରି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।