You are currently viewing ମୁଁ ଜାଣେନା ତମକୁ
ମୁଁ ଜାଣେନା ତମକୁ

ମୁଁ ଜାଣେନା ତମକୁ

କିଏ ତମେ?
ମୁଁ ଜାଣେନା ତମକୁ ।
ତମେ କେବେ ସତରେ
ଆସିନ ମୋ ସାମ୍ନାକୁ
ସାରା ଦୁନିଆ ଶୋଇଗଲା ପରେ
ପଲକଟେ ପାଇଁ ଆସ ସ୍ୱପ୍ନକୁ ।
ତମ ନା ଜାଣେନା, ଜାଣେନା ଠିକଣା
ତଥାପି ଚିହ୍ନା ଚିହ୍ନା ଲାଗ ମନକୁ
କେବେ କେମିତି ମନେପଡ଼ିଗଲେ
ସ୍ମିତହାସ୍ୟ ଉଙ୍କିମାରେ ଓଠରେ
ପୁଣି ଲୁହ ଆସେ ଆଖିକୁ ।
ଭାବନାରେ ଭାବି ଭାବି
କବିତାରେ ଆଙ୍କିଛି ତମକୁ
ହେଲେ ପାଉନି ତମ ଛବି
ଯାହା ଦେଖେଇବି ଏ‌ ଦୁନିଆକୁ ।
ଗର୍ବରେ, ସମ୍ମାନରେ କହିବି
ଏ ମୋର ସ୍ୱପ୍ନର ସାଥି
ଯିଏ‌ ସତରେ ଆସିବ ଦିନେ
ହୃଦୟ ଦେଇ ଏ ହୃଦୟକୁ ଭଲପାଇବାକୁ ।
ହେଲେ କିଏ ତମେ?
ମୁଁ ଜାଣେନା ତମକୁ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ତାରା ରାଣୀ ନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।