You are currently viewing ଟେଡି ଡେ: ରାଧିକା
Teddy Day

ଟେଡି ଡେ: ରାଧିକା

-ଧନବାଦର ଓଜନ ଗାଲେରିଆ ମଲରେ ଛିଡା ହେଇ ତମେ ସବୁଠୁ ଉଚ୍ଚା ଟେଡିକୁ ଦେଖି ଖୁସିରେ ଆତ୍ମହରା ହେଇ ଦେଖିଲା ବେଳେ, ମୁଁ ମୋ କଥା କୁହା ଟେଡିକୁ ଦେଖୁଥାଏ ଏକା ଲୟରେ ।

-ସକେଇ ହେଲ ମୋ ପାଖରେ ଆଉ କହିଲ “ଏଇ…ମୁଁ କୁଆଡେ ମୋଟି ହେଇଯାଇଛି?” ଆଉ ମୁଁ କହିଲି “ରାଧିକା…ମତେ ବାର୍ବୀ ଡ଼ଲ ନୁହେଁ ଟେଡି ବିଅର ପସନ୍ଦ”। ସେଇଠି ହିଁ ଝରିଥିଲା ତୁମ ଓଠର ଧିମା ଧିମା ଝୁମା ଝୁମା ହସ

ତୃପ୍ତି ରଞ୍ଜନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଡ. ତୃପ୍ତି ରଞ୍ଜନ ଦାସ ପଦାର୍ଥ ବିଜ୍ଞାନରେ ପିଏଚ୍.ଡି କରିସାରିବା ପରେ ଏବେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଗପ ଓ କବିତା ଆଦି ରଚନା କରନ୍ତି । କଳା କ୍ଷେତ୍ରରେ ରୁଚି ରଖୁଥିବା ତୃପ୍ତିଙ୍କର ଦୁଇଟି କବିତା ସଂକଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇସାରିଛି; ତନ୍ମଧ୍ୟରୁ ତାଙ୍କର ପ୍ରଥମ କବିତା ସଂକଳନଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମନୋନୀତ ହୋଇଥିଲା ।