You are currently viewing ଏଥର ରଜରେ ନାହିଁ ମଉଜ
Odia Poem Ethara Rajare Mauja Nahin (ଏଥର ରଜରେ ନାହିଁ ମଉଜ) by Samita Dash

ଏଥର ରଜରେ ନାହିଁ ମଉଜ

ଆସି ଗଲାରେ ଆସିଗଲା
ରଜ ପରବ ଆସିଗଲା,
କୋରୋନାର କରାଳ କାୟରେ,
ମନରୁ ସରାଗ କମିଗଲା ॥

ମଉଳି ଯାଇଛି ରଜ ଖୁସି ଏଠି
ଦେଖା ଯାଉଅଛି ଶ୍ରୀହୀନ,
ଶୁଣା ଯିବ ନାହିଁ ରଜ ଗୀତ
କୋରୋନା ପ୍ରଭାବେ ହୋଇଛି ଲୀନ ॥

ଦୋକାନ ବଜାର ସବୁ ବନ୍ଦ ଅଛି
ଡ୍ରେସ୍ ପାଉନାହିଁ କୁଆଁରୀ ଝିଅ,
ଏ କୋରୋନା କାଳରେ ରଜରେ
ନାହିଁ ମଉଜ କେମିତି ପାଳିବୁ କୁହ ॥

ମନ ଊଣା କରି ଟିକି ଝିଅଟି
କହୁଛି ପରା ମଆଲୋ,
ରଜ ସଜପାଇଁ ମେହେନ୍ଦି
ଅତର ଆଲିତା କାହିଁଲୋ ॥

ରଜ ଦୋଳି ନାହିଁ ସାଙ୍ଗସାଥୀ
ମେଲ ନାହିଁ ମାସ୍କ୍ ପିନ୍ଧ ଯାଇ,
ଯିବ ଚାଲି ଯେବେ ଏଇ ଭାଇରସ୍
ସେବେ ପାଳିବ ରଜ ଏକାଠି ହୋଇ ॥

ଓଡ଼ିଶାର ଗଣ ପର୍ବ
ଓଡ଼ିଆ ଜାତିର ଗର୍ବ,
ରଜ ପର୍ବ ପରି ସୁଖ ଆନନ୍ଦ
ଆଉ କେଉଁ ପର୍ବ ହେବ ॥

ନାହିଁ ଏ ବରସ କେଉଁ ପରବରେ
ସୁଖ, ନାହିଁ ଏଠି ମଉଜ,
କୋରୋନା ଭାଇରସ ଦେଇଛି
ବିଗାଡ଼ି ହେବେ ନାହିଁ କେହି ସଜ ॥

ସଭିଙ୍କର ସୁଖ ନେଇଛି ଛଡ଼ାଇ
କେମିତି ପାଳିବେ ରଜ,
ଏ ଭାଇରସ ଯାହା କରାଯାଉଛି
କରିବା ନାହିଁ ଜମାରୁ ମଉଜ ॥

– ସମ୍ବିତ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମ୍ବିତ ଦାଶ ଓଡ଼ିଆ ଭାଷାରେ ବିଭିନ୍ନ କବିତା ରଚନା କରନ୍ତି । ସେ ଜଗତସିଂହପୁର ଜିଲ୍ଲାର ଏରସମାସ୍ଥିତ ପଲ୍ଲୀକଣ୍ଟାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ରଚିତ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।